Agripedia

ମକା ଚାଷ ପାଇଁ କ୍ଷତିକାରକ କାଣ୍ଡ ଭେଦି କୀଟ

ମକା ଚାଷରେ ଅନେକ ପ୍ରକାରର କୀଟମାନଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ | କୀଟ ମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି କୀଟ ମାନଙ୍କ ପ୍ରଭାବକୁ କମ କରାଯାଇପାରିଲେ ମକା ଚାଷରେ (Diseases of corn crop) ଉତ୍ପାଦନ ବଢିବା ସହିତ ଭଲ ଲାଭ ମଧ୍ୟ ମିଳିପାରିବ |

07 July, 2022 2:50 PM IST By: Rajashree

ସାଧାରଣତଃ ମକା ଖାଇବାକୁ ଅଧିକ ଲୋକ ପସନ୍ଦ କରନ୍ତି, ମକାର ଚାହିଦାକୁ ଦୃଷ୍ଟିରେ ରଖି ଓଡିଶାରେ ମକା ଚାଷକୁ ପ୍ରାଧାନ୍ୟ ଦିଆଯାଇଥାଏ | ମକା ଚାଷରେ(Corn farming) ରୋପଣ ଠାରୁ ନେଇ ପରିପକ୍ଵତା ପର୍ଯ୍ୟନ୍ତ ମକାରେ ଅନେକ ପ୍ରକାରର କୀଟମାନଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ | କୀଟ ମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି କୀଟ ମାନଙ୍କ ପ୍ରଭାବକୁ କମ କରାଯାଇପାରିଲେ ମକା ଚାଷରେ (Diseases of corn crop) ଉତ୍ପାଦନ ବଢିବା ସହିତ ଭଲ ଲାଭ ମଧ୍ୟ ହୋଇପାରିବ |

ତେବେ ଆଜି ଆସନ୍ତୁ ଜାଣିବା ମକା ପାଇଁ କେଉଁ କେଉଁ କୀଟ କ୍ଷତିକାରକ ଓ କୀଟମାନଙ୍କୁ କିପରି ଜାଣିବା...

ପିଙ୍କ୍ କାଣ୍ଡ ଭେଦି : -

ପିଙ୍କ୍ କାଣ୍ଡ ଭେଦି କୀଟ ବିଶେଷକରି ରବି ଫସଲ (Corn farming) ସମୟରେ ଗଛର ନୀଚ୍ଚ ଭାଗରେ ଅଣ୍ଡା ଦେଇଥାଏ ଓ ମକାର କାଣ୍ଡରେ ପ୍ରବେଶ କରି ଫସଲର କ୍ଷତି କରିଥାଏ | ଯାହାଫଳରେ ବହୁତ କମ ଦିନରେ କାଣ୍ଡ ସୁଖିଯାଏ ବା ମରିଯାଇଥାଏ |

କାଣ୍ଡ ଭେଦି:-

କାଣ୍ଡ ଭେଦି କୀଟ ମକା ପାଇଁ ଅଧିକ ହାନୀ କାରକ(Insect in Corn farming)ହୋଇଥାଏ | ଏହି କୀଟ ମକା ପତ୍ରରେ ଅଣ୍ଡା ଦିଅନ୍ତି ଓ ଶାବକମାନେ ବାହାରି କାଣ୍ଡରେ ପ୍ରବେଶ କରି ମକାର କ୍ଷତି କରନ୍ତି | ଏହାର ଅଣ୍ଡା ଚେପଟା ଓ ହଳଦିଆ ରଙ୍ଗର ହୋଇଥାଏ | ମକା ରୋପଣର ୨୫ ରୁ ୩୦ ଏହି କୀଟକୁ ଜଗିଲେ ପରେ ଏହା ମକାର ବିଶେଷ କ୍ଷତି କରିପାରିନଥାଏ |

ଶ୍ୱେତ କୀଟ :-

ମକା ଚାଷ ପାଇଁ (Insect in Corn farming) ଶ୍ୱେତ କୀଟ ଅଧିକ ଖରାପ ହୋଇଥାନ୍ତି | ଶ୍ୱେତ କୀଟମାନଙ୍କର ଅଣ୍ଡା ଛୋଟ ଗୋଲାକାର ଓ ଧଳା ରଙ୍ଗର ହୋଇଥାଏ | ଶ୍ୱେତ କୀଟ ମାନଙ୍କର ଅଣ୍ଡା ଫୁଟିବା ଆଗରୁ କଳା ରଙ୍ଗର ହୋଇଯାଆନ୍ତି | ଏହାର ଶାବକମାନଙ୍କର ଶରୀର ଧୂସରିଆ ରଙ୍ଗର ମୁଣ୍ଡ ଓ ତିନି ଯୋଡି ଗୋଡ଼ ଥାଏ ଓ ଏମାନେ ସାଧାରଣତଃ ଧଳା ରଙ୍ଗର ହୋଇଥାନ୍ତି |

ବୟସ୍କମାନଙ୍କର ରଙ୍ଗ ହଳଦିଆ ଓ ଅନ୍ୟ କିଛି ବୟସ୍କମାନଙ୍କର ରଙ୍ଗ ଗାଢ଼ ଲାଲ ମଧ୍ୟ ହୋଇଥାଏ | କ୍ଷେତରେ ମକାର ଅସମାନ ବୃଦ୍ଧି ଶ୍ୱେତ କୀଟ ଉପସ୍ଥିତିର ପ୍ରମାଣ ଦେଇଥାଏ |

ମସ୍ତକ ଭେଦି : -
ଏହାର ଅଣ୍ଡା (Insect in corn crop)ଆରମ୍ଭ ସମୟରେ ନୀଳ ଓ କିଛି ସମୟ ପରେ ହଳଦିଆ ହୋଇଯାଇଥାଏ | ଶରୀର ଓ ମୁଣ୍ଡ ଫମ୍ପା ହୋଇଥାଏ l ଶରୀର ହଳଦିଆ ରଙ୍ଗର ହୋଇଥାଏ |ସାଧାରଣତଃ ଅଣ୍ଡା ଉପରେ ଏକ ହାଲୁକା ହଳଦିଆ ରଙ୍ଗର ପଟି ରହିଥାଏ | ଏହା ପ୍ରଥମେ ଗଛର ମୂଳରେ ବଢ଼ନ୍ତି ଓ ଧୀରେ ଧୀରେ ସମ୍ପୂର୍ଣ୍ଣ ଫସଲକୁ ନଷ୍ଟ କରିଦିଅନ୍ତି |

ରୋଗ ପୋକ କବଳରେ ରେ ଭାରତୀୟ ମକା ଚାଷ !

ମକା ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବରଣୀ : କୃଷକ ପାଇପାରିବେ ବହୁତ ଲାଭ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)