Agripedia

ଜାଣନ୍ତୁ କ'ଣ ଏହି ଘାସ, ଯାହା ତେଲରୁ ଚାଷୀ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଘାସ ଚାଷ କରି ମଧ୍ୟ ଅନେକ ଚାଷୀ ଲାଭବାନ ହେଉଛନ୍ତି l ବିଭିନ୍ନ ପ୍ରକାର ଘାସ ଚାଷ ହେଉଛି ଯେପରି ଗୋଖାଦ୍ୟ ପାଇଁ ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ l ଆଜି ଆମେ ଆପଣଙ୍କୁ ଏକ ଘାସ ବିଷୟରେ କହିବୁ ଯାହା ଚାଷ କରି ଚାଷୀ ଲକ୍ଷ ଲକ୍ଷ ଟଙ୍କା କାମଉଛନ୍ତି l

18 March, 2023 10:43 AM IST By: Tanushree Mahapatra

ଘାସ ଚାଷ କରି ମଧ୍ୟ ଅନେକ ଚାଷୀ ଲାଭବାନ ହେଉଛନ୍ତି l ବିଭିନ୍ନ ପ୍ରକାର ଘାସ ଚାଷ ହେଉଛି  ଯେପରି ଗୋଖାଦ୍ୟ ପାଇଁ ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ l ଆଜି ଆମେ ଆପଣଙ୍କୁ ଏକ ଘାସ ବିଷୟରେ କହିବୁ ଯାହା ଚାଷ କରି ଚାଷୀ ଲକ୍ଷ ଲକ୍ଷ ଟଙ୍କା କାମଉଛନ୍ତି l ସିଟ୍ରୋନେଲା ( citronella grass farming  ) ,ଏହା ଏକ ପତ୍ରବହୁଳ ଘାସ  । ଉକ୍ତ ଗଛର ପତ୍ରରୁ ସୁଗନ୍ଧିତ ତୈଳ ପ୍ରସ୍ତୁତ  କରାଯାଇଥାଏ ଯାହାର ଚାହିଦା ରହିଛି  ।

ଏହି ଘାସ ଉଦ୍ଭିଦର ବୁଦାଗୁଡିକ ଶକ୍ତ ହୋଇଥାଏ  । ସିଟ୍ରୋନେଲା ଗଛ ଏହାର ସବୁଜ ରଙ୍ଗର ପତ୍ରରେ ୩୦-୫୦ଟି କୁଆଁ ଦେଇଥାଏ  । ସଂପୂର୍ଣ୍ଣ ବୁଦାଟି ଦେଖିବାକୁ ଅର୍ଦ୍ଧ ଗୋଲାକାର ହୋଇ ଜମିକୁ ଝୁଲି ରହିଥାଏ  । ଏହି ଘାସ ଭାରତ , ଇଣ୍ଡୋନେସିଆ , ଚୀନ ଓ ଜାଭାରେ ପ୍ରଚୁର ଭାବରେ ଚାଷ କରାଯାଉଛି । ଆମେରିକା , ବ୍ରିଟେନ, ଫ୍ରାନସ , ଜର୍ମାନୀ ଏବଂ ଜାପାନ ପ୍ରଭୃତି ବିତ୍ତଶାଳୀ ଦେଶଗୁଡିକ ଏହି ତୈଳକୁ ଅନ୍ୟାନ୍ୟ ଦେଶରୁ ଆମଦାନି କରିଥାନ୍ତି ।  ଜାଭା ସିଟ୍ରୋନେଲାର ପତ୍ରରୁ ସିଟ୍ରୋନେଲାତେଲ ଉତ୍ପାଦନ କରାଯାଏ ।

ଏହି ତେଲରେ ୨୫ରୁ ୪୫% ସିଟ୍ରୋନେଲା, ୧୨ ରୁ ୧୪%ପର୍ଯ୍ୟନ୍ତ ବରେନିଅଲ , ୧୨ରୁ ୧୫% ସିଟ୍ରୋନେଲା ତଥା ୩.୮% ଜିରେନିଅଲ , ଏସିଟେଟ ମିଳିଥାଏ ଯାହା ଅନେକ ଦରକାରୀ ପଦାର୍ଥ  । ଅଧିକ ଗୁଣାତ୍ମକ ତେଲରେ ୪୦% ଅଧିକ ଆଲଡିହାଇଡ ମିଳିଥାଏ  । ଏହା ବ୍ୟତୀତ, ଏହି ତେଲରେ ୧ରୁ ୬.୫% ସିଟ୍ରୋନେଲା ଏସିଟେଟ , ୨.୫ରୁ ୪%ଳିମୋନିନ ଏବଂ ନିରାଁଲ ଆଦି ତତ୍ତ୍ଵ ମିଳିଥାଏ  । ଏହା ବ୍ୟତୀତ ୩୫ପ୍ରକାରର ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ଥାଏ  ।

ସିଟ୍ରୋନେଲା ( citronella grass )  ଏକ ତୃଣ ଜାତୀୟ ଉଦ୍ଭିଦ ତଥା ଘାସ ଅଟେ । ବହୁ ଉପଯୋଗୀ ସିଟ୍ରୋନେଲା ତେଲ ଉତ୍ପାଦନ କରୁଥିବା ଏହି ଘାସଟି ବିଶ୍ଵର ଅନେକ ଦେଶରେ ଚାଷ କରାଯାଉଛି । ଭାରତରେ ଏହାର ବହୁଳ ଚାଷ କରାଯାଉଛି । ଏହା ବ୍ୟତୀତ ଭାରତ ବର୍ଷକୁ ଅନ୍ୟ ଦେଶରୁ ହାରାହାରି ୪୫ରୁ ୬୦ ଟନ ସିଟ୍ରୋନେଲା ତୈଳ ଆମଦାନୀ କରିଥାଏ  । ତେଣୁ ବିଶ୍ଵ ବଜାରରେ ଏହାର ଚାହିଦା ଅଧିକ ଥିବାରୁ ଏହାକୁ ବ୍ୟବସାୟିକ ଭିତ୍ତିର ବୈଜ୍ଞାନିକ ପଦ୍ଧତିରେ ଚାଷ କରାଗଲେ ଏହା ଆମ ଚାଷୀମାନଙ୍କୁ ଅନ୍ୟାନ୍ୟ ଆର୍ଥିକ ଲାଭ ପ୍ରଦାନ କରିପାରିବ  ।

ମଧ୍ୟମ ଧରଣର ଆଦ୍ରତା ଓ ଅଧିକ ସୂର୍ଯ୍ୟାଲୋକ ପାଉଥିବା ଅଞ୍ଚଳରେ ଏହି ଘାସ ଭଲ ବଢିଥାଏ  । ଗବେଷଣାଭିତ୍ତିକ ତଥ୍ୟକୁ ଜାଣିବାକୁ ମିଳିଛି ଯେ ୭୦ରୁ ୮୦ ଭାଗ ଆଦ୍ରତା ଓ ୬.୫ ପ୍ରତିଶତରୁ ୩୫.୬ ପ୍ରତିଶତ ଉତ୍ତାପ ପାଉଥିବା ଅଞ୍ଚଳରେ ଏହି ଘାସ ଖୁବ ଭଲ ବଢିଥାଏ  । ଶୁଷ୍କ ଓ ନିୟମିତ ବର୍ଷା ହେଉନଥିବା ସ୍ଥାନରେ ଏହି ଚାଷ ବାଧାପ୍ରାପ୍ତ ହୋଇଥାଏ ଏବଂ ଏହାର ତୈଳ ଅଂଶ ମଧ୍ୟ କମିଯାଏ  । ଜମିକୁ ପ୍ରଥମେ ପରିଷ୍କାର କରାଯାଏ । ପ୍ରଥମ ବର୍ଷାହେଲେ ଜମିକୁ ଦୁଇଥର ଚାଷ କରି ସମତଳ କରାଯାଏ । ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୨୫ ଗାଡି ଖତ , ୨୫କିଗ୍ରା ଯବକ୍ଷାରଜାନ , ୩୦କିଗ୍ରା, ଫସଫେଟ ୨୫ କିଗ୍ରା , ପଟାସ ସାର ସହିତ ୧୦ କିଗ୍ରା ,  ପ୍ରୟୋଗ କରାଯାଏ  । ବର୍ଷାଋତୁ ଶେଷ ହେବା , ପୂର୍ବରୁ ଆଉ ଥରେ ଫସଫେଟ ଓ ପଟାସ ସାର ପ୍ରୟୋଗ କରାଯାଏ  ।

ସିଟ୍ରୋନେଲା ଗଛରେ କେବଳ ବର୍ଷା ଦିନରେ ପତ୍ରପୋଡା ରୋଗ ଦେଖାଦେଇଥାନ୍ତି  । ଏହି ରୋଗ ବର୍ଷାଋତୁ ପରେ ପରେ ଆପେ ଆପେ ବନ୍ଦ ହୋଇଯାଏ  ।  ଅନ୍ୟାନ୍ୟ କୌଣସି ରୋଗ ଓ ପୋକ ଏହି ଗଛକୁ ଆକ୍ରମଣ କରିନଥାଏ  । ସିଟ୍ରୋନେଲା ଘାସକୁ କାଟିବା ପରେ ଏହାକୁ ୧୦-୧୫ ସେମି ବ୍ୟବଧାନରେ ଛୋଟ ଛୋଟ ଖଣ୍ଡ କରି ସିଝାଇଲେ ଅଧିକ ସୁରକ୍ଷିତ ତୈଳ ପ୍ରଦାନ କରେ । ଘାସକୁ କାଟି ପାତନ ଯନ୍ତ୍ରରେ ଅନ୍ୟାନ୍ୟ ଘାସ ପରି ତୈଳ ନିଷ୍କାସନ କରାଯାଏ । ଘାସରେ ୦.୭ ରୁ ୧.୨ ଅଂଶ ତୈଳ ମିଳିଥାଏ ଏବଂ ତାହା ହେକ୍ଟର ପିଛା ୧୮୦ କି – ୨୦୦ କି ସିଟ୍ରୋନେଲା ତେଲ ଦେଇଥାଏ  । ସୁଗନ୍ଧିତ ସିଟ୍ରୋନେଲା ତୈଳରୁ ପ୍ରାୟ ୩୮ ପ୍ରକାରର ରାସାୟନିକ ଦ୍ରବ୍ୟ ମିଳିଥାଏ  । ତୈଳର ମୁଖ୍ୟ ସୁଗନ୍ଧିତ ଦ୍ରବ୍ୟଗୁଡିକର ପରିମାଣ ହେଲା- ସିଟ୍ରୋନେଲା- ୪୫.୮% ସିଟ୍ରୋନେଲା ୯.୧% ଥାଏ ସୁଗନ୍ଧିତ ସିଟ୍ରୋନେଲା ତୈଳ ମଶାମରା ଅଗରବତୀ ବ୍ୟତୀତ ବିଭିନ୍ନ ପ୍ରକାରର ସାବୁନ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ବ୍ୟବହାର କରାଯାଇଥାଏ  । ଏହି ତୈଳ ଶରୀର ପ୍ରତି କୌଣସି ପ୍ରକାରେ କ୍ଷତିକାରକ ନୁହେଁ  ।

ପ୍ରଥମ ବର୍ଷ ହାରାହାରି ୬୦ରୁ ୧୦୦ କିଗ୍ରା ତେଲ ମିଳିଲେ ଏକର ପ୍ରତି ୧୮୦୦୦ ଟଙ୍କା ଏବଂ ପରବର୍ତ୍ତୀ ବର୍ଷରୁ ବର୍ଷକୁ ୩୦,000 ଟଙ୍କା ମିଳିପାରିବ  । ଏଥିରୁ ଫସଲ କରିବାର ଖର୍ଚ୍ଚ ବାଦଦେଲେ ପ୍ରଥମ ବର୍ଷ ଲାଭ ୫୦୦୦ ଟଙ୍କା ତଥା ପରବର୍ତ୍ତୀ ବର୍ଷଗୁଡିକରେ ୨୦,000 ଟଙ୍କାରୁ ୨୨,000 ଟଙ୍କା ଲାଭ ହେବ   । ସୁତରାଂ ଏକ ଏକରରୁ ୧ ବର୍ଷରୁ ୫ବର୍ଷ ପର୍ଯ୍ୟନ୍ତ ୧,୨୦,୦୦୦ ଟଙ୍କା ମିଳିପାରିବ   ।

କେବେ ଖାଇଛନ୍ତି କି କଳା ଆଳୁ ?କଳା ଆଳୁ ଚାଷ କରି ଏବେ ମାଲାମାଲ ଚାଷୀ...

କ’ଣ ଏହି ମିଲେଟ ମିଶନ ? କାହିଁକି ଚାଲିଛି ଏତେ ପ୍ରଚାର ପ୍ରସାର ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)