ପ୍ରାଚୀନ କାଳରୁ ହିଁ ପ୍ରାକୃତିକ ତଥା ଜୈବିକ ଉପାୟରେ କୃଷିକୁ ଅତ୍ୟନ୍ତ ଲାଭକାରୀ ଭାବରେ ଗ୍ରହଣ କରାଯାଇଛି l ଅନେକ କୃଷକ ମଧ୍ୟ ଏହି ପ୍ରଣାଳୀରେ କୃଷି କରିଥାନ୍ତି l ଏହା କୃଷିର ଏପରି ଏକ ଉପାୟ ଯେଉଁଥିରେ କୃଷକ ଅଳ୍ପ ପୁଞ୍ଜି ନିବେଶ କରି ବା ଅଳ୍ପ ଖର୍ଚ୍ଚ କରି ଭଲ ଗୁଣଯୁକ୍ତ ତଥା ଅଧିକ ପରିମାଣର ଶସ୍ୟ ଉପାର୍ଜନ କରିପାରିବେ l ଏହି ପ୍ରକ୍ରିୟାରେ ଉପାର୍ଜିତ କରାଯାଇଥିବା ଖାଦ୍ୟ ଶସ୍ୟ ଓ ପନିପରିବା ତଥା ଫଳ ଇତ୍ୟାଦି ଅତ୍ୟନ୍ତ ସ୍ୱାଦ ଯୁକ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ l ଏହି କୃଷିରୁ ଉପାର୍ଜିତ ଖାଦ୍ୟ ଶସ୍ୟର ଚାହିଦା ମଧ୍ୟ ଅନେକ l ଏହି କାରଣରୁ କେନ୍ଦ୍ର ସରକାର ମଧ୍ୟ ଜୈବିକ କୃଷି ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ଏହି ବିଷୟରେ କୃଷକ ଭାଇମାନଙ୍କୁ ଅଧିକ ଜଣାଇବା ଆଗରୁ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଏହି ଜୈବିକ କୃଷି କଣ, ଏହା କିପରି କରାଯାଏ ଓ ସରକାରଙ୍କ ତରଫରୁ କେଉଁ ସବୁ ଯୋଜନା କରାଯାଇଛି l
ଯଦି କୃଷକ ଭାଇମାନେ ଏହି ପ୍ରଣାଳୀରେ କୃଷି କରନ୍ତି, ତେବେ ସେମାନଙ୍କୁ ବଜାରରୁ କୌଣସି ପ୍ରକାରର ସାର ଓ ଉର୍ବରକ କିଣିବାର ଆବଶ୍ୟକତା ପଡ଼ିନଥାଏ l ଏହା ପାଇଁ ଜୈବିକ କୃଷିରେ କୃଷକମାନଙ୍କୁ କିଛି ବି ଖର୍ଚ୍ଚ କରିବାକୁ ପଡ଼େ ନାହିଁ ଏବଂ ପ୍ରାକୃତିକ ରୂପରେ ପ୍ରସ୍ତୁତ କରାଯାଇଥିବା ଖତ ଓ ସାରକୁ ହିଁ ଏଥିରେ ବ୍ୟବହାର କରାଯାଏ l ତେଣୁ ଏହି କୃଷିକୁ ଅଳ୍ପ ନିବେଶି କୃଷି ମଧ୍ୟ କୁହାଯାଏ l ଏବେ ଆସନ୍ତୁ ଜାଣିବା ଏହି କୃଷି ପାଇଁ ସରକାରଙ୍କ ତରଫରୁ କେଉଁ ସବୁ ସୁବିଧା ଯୋଗାଇ ଦିଆଯାଉଛି l ସରକାରଙ୍କ ତରଫରୁ କୃଷକମାନଙ୍କର ଜୈବିକ କୃଷି ପ୍ରତି ଆଗ୍ରହ ବଢାଇବା ପାଇଁ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି ଆରମ୍ଭ କରାଯାଇଛି ଏଥିରେ ସରକାର ପ୍ରତିଟି କୃଷକକୁ ହେକ୍ଟର ପ୍ରତି ୧୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ଭାରତୀୟ ପ୍ରାକୃତିକ କୃଷି ପଦ୍ଧତିରେ କୃଷକମାନଙ୍କୁ ହେକ୍ଟର ପ୍ରତି ୧୨୦୦୦ ଟଙ୍କା ତିନି ମାସ ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ତା କରାଯାଇଛି, ଜାଣି ରଖନ୍ତୁ କି ଏହି ଅର୍ଥ ରାଶି କୃଷକମାନଙ୍କୁ ଜମିକୁ ସମ୍ପୂର୍ଣ୍ଣ ଜୈବିକ କରିବା ପାଇଁ ଏବଂ ଉର୍ବରତା ବଢାଇବା ପାଇଁ ହିଁ ବିନିଯୋଗ କରିବା ପାଇଁ ପ୍ରଦାନ କରାଯାଉଛି l
ଗୋଟିଏ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, ପ୍ରାକୃତିକ କୃଷିରେ ସମ୍ପୂର୍ଣ୍ଣ ପ୍ରାକୃତିକ ଗୋବର, ମଳ, ମୂତ୍ର ଇତ୍ୟାଦି ବ୍ୟବହାର କରାଯାଇଥାଏ l ତେଣୁ ଏହା ସ୍ୱଦେଶୀ କୃଷି ପ୍ରଣାଳୀର ହିଁ ଏକ ଅଂଶ l ତାଙ୍କ କହିବା ଅନୁସାରେ ଆଗକୁ ଆସୁଥିବା ୫ ବର୍ଷ ମଧ୍ୟରେ ଜୈବିକ କୃଷିକୁ ୨୦ ହେକ୍ଟର ଜମି ପର୍ଯ୍ୟନ୍ତ କରିବାକୁ ହେବ l ଭାରତୀୟ ପ୍ରକୃତିକ କୃଷି ଯୋଜନାଟି ଖାସ କରି ଗରିବ ଓ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ହିଁ କରାଯାଇଛି l ଏହି ଯୋଜନା ମାଧ୍ୟମରେ ଜୈବିକ କୃଷି ପାଇଁ କୃଷକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯାଉଛି l
ଏହି ଯୋଜନା ୨୦୧୫ରେ ଆରମ୍ଭ କରାଯାଇଥିଲା l ଏହା ମାତ୍ର ୪ ବର୍ଷ ମଧ୍ୟରେ ୭ ଲକ୍ଷ ହେକ୍ଟର ଜମି ଓ ୮ ଲକ୍ଷ କୃଷକଙ୍କୁ ସାମିଲ କରିପାରିଛି l ଏହି କୃଷିକୁ ଭାରତର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଓ କେରଳର କୃଷକ ମାନେ ଆପଣାଇଛନ୍ତି l ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଜୈବିକ କୃଷିରେ ଅଳ୍ପ ପାଣି ଓ କମ ଖର୍ଚ୍ଚ ମାଧ୍ୟମରେ କୃଷକମାନଙ୍କୁ ଅଧିକ ଆୟ ଯୋଗାଇ ଦିଆଯାଇପାରିବ l