Agripedia

କେମିତି କରିବେ ଲାଖ ଚାଷ

କେମିତି କରିବେ ଲାଖ ଚାଷ

21 June, 2019 4:10 PM IST By: KJ Staff

ଲାଖ ପୋକ କେତେକ ଗଛ ରେ ବାସ କରି ଗଛ ରୁ ରସ ଶୋଷେ ଏବଂ ତାର ଶରୀର ରୁ ଏକ ଅଠାଳିଆ ପଦାର୍ଥ କ୍ଷରଣ କରିଥାଏ ଯାହା ପରବର୍ତୀ ସମୟ ରେ ଲାଖ କୁ ପରିବର୍ତନ ହୁଏ |ଭାରତ ରେ ୨ ପ୍ରଜାତି ର ଲାଖ ପୋକ ଦେଖିବାକୁ ମିଳନ୍ତି ,ରଙ୍ଗେନି ଏବଂ କୁସୁମୀ |ଲାଖ ଚାଷ ଚାଷୀ ମାନଙ୍କ ଲାଗି ନିଜ ଘର ପରିପାର୍ଶ୍ଵ ରେ ଚାଷ କରି ରୋଜଗାର କରିବା ର ଏକ ଅନ୍ୟତମ ଉପାୟ |ଏହି ଥିରୁ ତିଆରି ହେଉଥିବା ସେଲାଖ ରୁ ବିଭିନ୍ନ ଖାଦ୍ୟ ,ଔଷଧ ,ରଙ୍ଗ ,କସମେଟିକ ଇତ୍ୟାଦି ତିଆରି ହୋଇଥାଏ |

ଏହାର ପ୍ରଣାଳୀ :


୧)ଲାଖ ପୋକ ଚାଷ :


ଏହାକୁ ୨ ଟି ଉପାୟ ରେ କରାଯାଇପାରିବ


-ପ୍ରାକୃତିକ ଉପାୟ :

ଏହି ଉପାୟ ରେ ଲାଖ ପୋକ ଗୋଟିଏ ଗଛ ରେ ବାରମ୍ବାର ବସା ବାନ୍ଧେ ଏବଂ ନିଜର ବଂଶ ବୃଦ୍ଧି କରିଥାନ୍ତି |ଏହା ଦ୍ୱାରା ବସା ବାନ୍ଧିବା ରେ ଅନିୟମିତତା ,ଖାଦ୍ୟ ଅଭାବ ,ଶତ୍ରୁ ଠାରୁ ଭୟ ଇତ୍ୟାଦି ସମସ୍ୟା ଦେଖିବାକୁ ମିଳେ|


-କୁତ୍ରିମ ଉପାୟ:

ଏହି ଉପାୟ ରେ ପ୍ରଥମେ କେତେକ ସୁସ୍ଥ ,ନିରୋଗ ଲାଖ ପୋକ ର ବସା ସଂଗ୍ରହ କରି ଚାଷ ଉପଯୋଗୀ ଗଛ ରେ ସେହି ବସା କୁ ବାନ୍ଧି ଦିଅନ୍ତୁ |


ମନେ ରଖନ୍ତୁ :


ବସା କାଟି ଆଣିଲା ପରେ ତୁରନ୍ତ ତାହାକୁ ଅନ୍ୟ ଏକ ଗଛ ରେ ବାନ୍ଧନ୍ତୁ |
ହାରାହାରି ୨ ରୁ ୩ ଟି ଲାଖ ପୋକ ବସା ଆଣି ନିଜ ଗଛ ରେ ଗୋଟେ ଡାଳ ରେ ଏକତ୍ର ବାନ୍ଧନ୍ତୁ |

ପ୍ରତି ବର୍ଷ ଗୋଟେ ଗଛ ରୁ ବସା ଅଣାନ୍ତୁ ନାହିଁ |ଏମିତି କଲେ ଲାଖ ଉତ୍ତମ ମାନ ର ହେଉ ନାହିଁ |
କୁସୁମୀ ଓ ରଙ୍ଗେନି ପ୍ରଜାତି କୁ ଭିନ୍ନ ଭିନ୍ନ କରି ଚାଷ କରନ୍ତୁ |ଏମାନଙ୍କୁ ମିଶାଇବା ଉଚିତ ନୁହେଁ |

କେତେବେଳେ ବସା ବାନ୍ଧିବେ :


ଉଭୟ ପ୍ରଜାତି ର ବସା ବାନ୍ଧିବା ସମୟ ଅଲଗା ଏବଂ ବର୍ଷକୁ ୨ ଥର ଲାଖ ଅମଳ କରିପାରିବେ |ତେଣୁ ରଙ୍ଗେନିପ୍ରଜାତି ଲାଗି କାର୍ତ୍ତିକୀ ଏବଂ ବୈଶାଖୀ ;ସେହିପରି ଜେଠାଇ ଓ ଅଘନୀ କୁସୁମୀ ପ୍ରଜାତି ର ଅମଳ ସମୟ |

୨)ପୋକ ଦଳ ବସା ଛାଡିବା:


ଅଣ୍ଡା ର ରଙ୍ଗ ବଦଳିଲେ ,ଦଳ ବସା ଛାଡିବା କୁ ପ୍ରସ୍ତୁତି କରୁଛି ବୋଲି ଜାଣିବେ | ଏହା ସବୁଠାରୁ ଗୁରୁତ୍ୱପୂର୍ଣ ସମୟ |ଅଣ୍ଡା ଫୁଟିଲାବେଳେ ନାରଙ୍ଗୀ ରଙ୍ଗ ର ହୋଇଥାଏ|ଛୁଆ ବାହାରିଲା ପରେ ,ସେହି ଶୂନ୍ୟ ସ୍ଥାନ ରେ ମହମ ଭର୍ତି ହୋଇଯାଏ |

୩)ଫୁଙ୍କି କାଢ଼ିବା:


ବସା ଛାଡିଲା ପରେ ବଳକା ଘର କୁ ଫୁଙ୍କି କୁହାଯାଏ |ଲାଖ କାଠି ବାନ୍ଧିବା ର ୩ ସପ୍ତାହ ମଧ୍ୟରେ ଫୁଙ୍କି କାଢିଦିଆନ୍ତୁ ଅନ୍ୟଥା ଏଥିରେ ଶତ୍ରୁ କୀଟ ଆକ୍ରମଣ ହେବାର ସମ୍ଭାବନା ରହିଛି |

୪)ଲାଖ ଅମଳ:


ଡାଳ ମଧ୍ୟରେ ଥିବା ପତ୍ର କୁ କାଟି ଦିଅନ୍ତୁ ଏବଂ ଲାଖ କୁ ଧୀରେ ଧୀରେ କାଢନ୍ତୁ |ଏହାକୁ ଭଲ ଭାବେ ପାଣି ରେ ଧୋଇ ଖରା ରେ ଶୁଖାନ୍ତୁ |ଧୋଇଲା ସମୟରେ ଏଥିରୁ ଏକ ନାଲି ରଙ୍ଗ ର ପଦାର୍ଥ ବାହାରିଥାଏ |ସଂଗ୍ରହ ହୋଇଥିବା ଲାଖ କୁ ଏକ ପାତ୍ର ରେ କୋଇଲା ଆଞ୍ଚ ରେ ତରଳା ଯାଇଥାଏ |
ଲାଖ ତରଳି ସେହି କ୍ରଷ୍ଟ ରୁ ବାହାରି ଆସିଲା ପରେ ଏହାକୁ ସିଟ ଭଳି ପତଳା ପରତ ରେ ଶୁଖାଯାଏ |ଏହା ପରେ ଏହି ସିଟ କୁ ଭାଙ୍ଗି ବଜାରରେ ବିକ୍ରି କରାଯାଏ |


ଲାଖ କେଉଁ ଗଛ ରେ ଚାଷ କରିପାରିବେ ?


ସେମିଲତା ,ବରକୋଳି ଇତ୍ୟାଦି ଗଛ ରେ ଲାଖ ଚାଷ କରିହେବ |ଝାରଖଣ୍ଡ ଛତିସଗର୍ଡ଼, ଓଡିଶା ,ଇତ୍ୟାଦି ରାଜ୍ୟ ରେ ସେମିଲତା ବୃକ୍ଷ ରେ ଲାଖ ଚାଷ କରାଯାଉଛି |ସେମିଲତା ମଞ୍ଜି କୁ ପ୍ରଥମେ ନର୍ସରୀ ରେ ଲଗାନ୍ତୁ ଏବଂ ତାହା ୧ ରୁ ୧.୫ ଫୁଟ ଉଚ୍ଚ ହେଲେ ମୁଖ୍ୟ ଜମି ରେ ରୋପଣ କରନ୍ତୁ |ମୁଖ୍ୟ ଜମି ରେ ଗଛ କୁ ଗଛ ୧ ମିଟର ଏବଂ ଧାଡି କୁ ଧାଡି 0.୫ ମିଟର ର ବ୍ୟବଧାନ ରହିବା ଆବଶ୍ୟକ |ମଞ୍ଜି ଲଗାଇବା ପରେ ଏବଂ ଚାରା ରୋପଣ ପରେ ଜଳ ସେଚନ କରନ୍ତୁ |
ଗଛ ବଡ ହେଲା ପରେ ପ୍ରଥମେ ୨୦ ଗ୍ରାମ ଏବଂ ଦ୍ଵିତୀୟ ବର୍ଷ ପରେ ୫୦ ଗ୍ରାମ ଲାଖ ବସା ପ୍ରତି ଗଛ ରେ ବାନ୍ଧି ପାରିବେ |ବସା ବନ୍ଧା ହୋଇଥିବା ଡାଳ ମଧ୍ୟରେ ଥିବା ପତ୍ର କୁ କାଟି ଦିଅନ୍ତୁ |ଏହା ଦ୍ୱାରା ଭଲ ଭାବରେ ସୂର୍ଯ୍ୟାଲୋକ ପଡେ ଏବଂ ଉତ୍ତମ ମାନ ର ଲାଖ ଅମଳ ହୋଇଥାଏ |ଏହି ବସା ରୁ ଲାଖ ପୋକ ବାହାରି ଗଛ ଡାଳ ରୁ ରସ ଶୋଷି ପୁଣି ଥରେ ସେଟରେ କ୍ରଷ୍ଟ ତିଆରି କରି ତା ମଧ୍ୟରେ ପ୍ରଜନନ କରିଥାନ୍ତି |ପରେ ସେହି ଲାଖ କୁ ସଂଗ୍ରହ କରି ସେଥିରୁ ସେଲାକ ତିଆରି ହୋଇଥାଏ |
ଗଛ କୁ ଶତ୍ରୁ କୀଟ ରୁ ସୁରକ୍ଷା ଦେବା ଲାଗି ସମୟ ସମୟରେ ନୁଭାନ(ଡାଇକ୍ଳରଭସ )ପରି କୀଟନାଶକ ସ୍ପ୍ରେ କରନ୍ତୁ |

ଏହି ପ୍ରଣାଳୀ ରେ ଚାଷ କଲେ ହେକ୍ଟର ପିଛା ୨ ରୁ ୨.୫ ଲକ୍ଷ ର ଲାଭ ମିଳିଥାଏ |

 

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)