Agripedia

ଆସନ୍ତୁ ଜାଣିବା ଟିସ୍ୟୁ କଲଚର କଦଳୀ ଚାଷ ସମ୍ପର୍କରେ

ଆମେ ପ୍ରତିଦିନ କୌଣସି ନା କୌଣସି ଖାଦ୍ୟରେ କଦଳୀକୁ ବ୍ୟବହାର କରୁଛେ l ପାଚିଲା କଦଳୀ ଏବଂ ତରକାରୀ କଦଳୀ ଭାବରେ ଏହାକୁ ବ୍ୟବହାର କରାଯାଉଛି l ପର୍ବ ପର୍ବାଣୀରେ ଭୋଗ ଭାବରେ କଦଳୀର ବହୁଳ ବ୍ୟବହାର କରାଯାଏ l

28 September, 2021 2:28 PM IST By: Sugyan Kumar Nayak

ଆମେ ପ୍ରତିଦିନ କୌଣସି ନା କୌଣସି ଖାଦ୍ୟରେ କଦଳୀକୁ ବ୍ୟବହାର କରୁଛେ l ପାଚିଲା କଦଳୀ ଏବଂ ତରକାରୀ କଦଳୀ ଭାବରେ ଏହାକୁ ବ୍ୟବହାର କରାଯାଉଛି l ପର୍ବ ପର୍ବାଣୀରେ ଭୋଗ ଭାବରେ କଦଳୀର ବହୁଳ ବ୍ୟବହାର କରାଯାଏ l କିନ୍ତୁ ଓଡ଼ିଶାର ବଜାର ଚାହିଦା ଅନୁସାରେ ଏଠାରେ ଯଥେଷ୍ଟ ପରିମାଣରେ କଦଳୀ ଚାଷ ହେଉନାହିଁ l ଯାହା ଫଳରେ ଆମକୁ ପଡୋଶୀ ରାଜ୍ୟରୁ କଦଳୀ କିଣିବାକୁ ପଡ଼ୁଛି l ଫଳ ଭିତରେ କଦଳୀର ଚାହିଦା ସବୁବେଳେ ଅଧିକ । ପୂଜା ପର୍ବ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାର ଭୂମିକା  ଗୁରୁତ୍ଵପୂର୍ଣ୍ଣ । ଟିସ୍ୟୁ କଲଚର ପଦ୍ଧତିରେ କଦଳୀ ଚାଷ କରି ଚାଷୀ କିପରି ଅଧିକ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା। ଓଡିଶାର ବାଲେଶ୍ଵର, ବଲାଙ୍ଗୀର, ପୁରୀ, ଅନୁଗୁଳ, ରୟାଗଡା, ସୁନ୍ଦରଗଡ, ଖୋର୍ଦ୍ଧା ଜିଲ୍ଲାରେ କଦଳୀର ଲୋକପ୍ରିୟତା ସର୍ବାଧିକ । ଭୁବନେଶ୍ଵର ଓ ଭବାନୀପାଟଣା ଠାରେ କଦଳୀ ଚାରା ଉତ୍ପାଦନ କରୁଥିବା ଟିସୁ କଲଚର ଲ୍ୟାବ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଯାହା ଓଡିଶାର କଦଳୀ ଚାଷର ଅଗ୍ରଗତି ଦିଗରେ ସହାୟକ ହୋଇପାରିବ । ଓଡିଶା ବଜାରରେ ପାଟକପୁରା, ଚମ୍ପା, ବାମନ, କଦଳୀ ଆଦିର ଚାହିଦା ଅଧିକ ରହିଛି। ଗାଁ ଗହଳିରେ ଚମ୍ପାର ଚାହିଦା ଅଧିକ ରହିଥିବା ବେଳେ ପୁରୀ, ଭୁବନେଶ୍ଵର ବଜାରରେ ପାଟକପୁରା କଦଳୀ ସେହିପରି ପଶ୍ଚିମ ଓଡିଶାରେ ବାମନ କଦଳୀ ବା ଜି- ୯, କଦଳୀର ଚାହିଦା ଅଧିକ ।

ଆମର ପ୍ରଧାନ ଖାଦ୍ୟ ଭାତ ପରି ଆଫ୍ରିକା ମହାଦେଶର କେତେକ ସ୍ଥାନରେ ସିଝା କଦଳୀ ଲୋକମାନଙ୍କର ପ୍ରଧାନ ଖାଦ୍ୟ । ଆମ ଦେଶର ସମୁଦାୟ ୭୬୮୦୦୦ ହେକ୍ଟର କ୍ଷେତ୍ରରେ କଦଳୀ ଚାଷ  ହୁଏ । ପ୍ରମୁଖ କଦଳୀ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ,  ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ପଶ୍ଚିବଙ୍ଗ ମୁଖ୍ୟ । ଆକଳନ ଅନୁସାରେ ପୃଥିବୀର ସବୁଠାରୁ ଅଧିକ କଦଳୀ ଭାରତରେ ଉତ୍ପାଦିତ ହୁଏ । ବର୍ଷର ସବୁ ସମୟରେ କଦଳୀ ଚାଷ ହୋଇପାରେ । ଓଡିଶାରେ ଲଗାଇବା ପାଇଁ ଭଲ ସମୟ ଜୁନରୁ ଅକ୍ଟୋବର ଆଉ ଫେବୃଆରୀ ଠାରୁ ଏପ୍ରିଲ।

କିସମ

ଭାରତରେ ଚାଷ ହେଉଥିବା କିସମ ମଧ୍ୟରେ ବାମନ, କାଭେଣ୍ଡିସ୍, ଭୂଷାବଳ, ଚମ୍ପା, ପାଟକପୁରା, ନେନ୍ଦ୍ରନ, ଜି - ୯ ଆଦି ପ୍ରଧାନ । ଓଡିଶାରେ ବାତ୍ୟାର ସମ୍ଭାବନା ଅଧିକ ରହେ । ଏପରି ଅଞ୍ଚଳରେ ଚାଷୀମାନେ ବାମନ ଜାତୀୟ କଦଳୀ ଯଥା-  ବାମନ, କାଭେଣ୍ଡିସ୍, ଜି - ୯ ଚାଷ କଲେ କ୍ଷତିର ସମ୍ଭାବନାକୁ ଏଡାଇ ଦିଆଯାଇପାରେ । ବ୍ୟବସାୟି କ ଚାଷ ପାଇଁ ଏବେ ଟିସୁ କଲଚର ଚାରା ଲଗାଯାଉଛି ।

ଟିସ୍ୟୁ କଲଚର କ'ଣ ?

ଗଛର ଏକ ମାଂସପେଶୀକୁ ବିଶେଷ ଗବେଷଣାଗାର ମଧ୍ୟରେ ଭାଇରସ ମୁକ୍ତ କରି ଟିସୁ କଲଚର ପଦ୍ଧତିରେ ଏହା ଦେହରୁ ଛୋଟ ଛୋଟ ଅଂଶ କାଚ ପାତ୍ରରେ ରଖାଯାଏ । ନିର୍ବାରିତ ଉତ୍ତାପ ଆଲୋକ ତଥା ଉପଯୁକ୍ତ ପରିବେଶରେ ତଳର ଖାଦ୍ୟ ଦେଇ ରଖିଲେ ଏହା ବଢିବାକୁ ଲାଗେ । ଧୀରେ ଧୀରେ ଏହା ଏକ ଛୋଟ ଚାରା ଗଛ (ପ୍ଲାଣ୍ଟଲେଟ)ରେ ପରିଣତ ହୁଏ । ଏହାକୁ ଟିସୁ କଲଚର ପଦ୍ଧତି କୁହାଯାଏ ।

ଓଡିଶାରେ ଜି-୯ କିସମ ଟିସୁ କଲଚର କଦଳୀ ଗଛ ଲଗାଇବାରେ ମାତ୍ର ୬ ରୁ ୭ ମାସ ମଧ୍ୟରେ ଫୁଲ ଧରୁଛି, ୧୦ ରୁ ୧୨ ମାସ ମଧ୍ୟରେ ଫଳ ପାକଳ ହୋଇ ବିକ୍ରି ହେଉଛି । ପ୍ରତି କାନ୍ଦିରେ ହାରାହାରି ୧୭.୦ ରୁ ୨୦୦ କଦଳୀ ରହେ । ସଠିକ୍ ସମୟରେ ଖତ ସାର ଦେଲେ ଯତ୍ନ ନେଲେ ୩୦୦ ରୁ ଅଧିକ କଦଳୀ ରହେ ।

ଚାଷ କୌଶଳ

ଗଛର ୧.୮ ଘ.ମି. x ୧.୮ ମି ରହିଲେ  ହେକ୍ଟର ପ୍ରତି ୩୦୮୬ ଗଛ ରହିପାରେ । ପ୍ରତି ଗାତ ୫ମି ରହେ । ଏଥିରେ ୩ କେଜି ଶଜା ଗୋବର ଖତ କିମ୍ବା ଜିଆ ଖତ ସହିତ ଉଈ ନାଶକ ନିମ୍ବା ପିଡିଆ ୨୦୦ ଗ୍ରାମ ଦିଆଯାଏ । ଏସଏସପି ୧୦୦ ଗ୍ରାମ୍ ଏମ ଓ ପି ୫୦ ଗ୍ରାମ୍ ଦେଇ ଗାତ ଭରାଯାଏ । ପ୍ରଥମ ୧୦ ଦିନ ପରେ ଘାସ ବଛାଯାଏ । ଏହା ପରେ ଲଗାଇବାର ୧୮୦,୨୧୦, ୨୪୦, ୨୭୦,୩୦୦ ଦିନମାନଙ୍କରେ ଗଛ ପ୍ରତି ୟୁରିଆ, ୩୦ ଗ୍ରାମ୍ ଏମ ଓପି ୫୦ ଗ୍ରାମ ଦିଆଯାଏ । ଗଛରେ ୨୭୦ ରୁ ୩୦୦ ଦିନ ପରେ ଗୋଟିଏ ପୁଆ ରଖାଯାଏ । ପ୍ରଥମ ଫସଲ ଅମଳ ପରେ ପୁଆକୁ ଯତ୍ନ କଲେ ଏହା ମଧ୍ୟ ଭଲ ଅମଳ ଦିଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)