Agripedia

ଆସନ୍ତୁ ଜାଣିବା, ଫସଲ ପାଇଁ ସଲଫରର ଗୁରୁତ୍ୱ !!

ଭଲ ଫସଲ ଅମଳ ପାଇଁ ଆମେ ସାର ବ୍ୟବହାର କରୁ, କାରଣ ବିନା ସାରରେ ଫସଲ ଅମଳ କରିବା କଷ୍ଟକର | ଚାଷ ପାଇଁ ଭଲ ସାର ଚୟନ କରିବାର ଆବଶ୍ୟକତା ରହିଛି | କୃଷକମାନେ ଚାଷ ପାଇଁ ସାଧାରଣତଃ ଡି.ଡି.ଏ.ପି ୟୁରିଆ ଓ ମୁରେଟ୍ ପୋଟାଶ୍ ବ୍ୟବହାର କରିଥାଆନ୍ତି |

17 August, 2021 11:50 AM IST By: Sugyan Kumar Nayak

ଭଲ ଫସଲ ଅମଳ ପାଇଁ ଆମେ ସାର ବ୍ୟବହାର କରୁ, କାରଣ  ବିନା ସାରରେ ଫସଲ ଅମଳ କରିବା କଷ୍ଟକର | ଚାଷ ପାଇଁ ଭଲ ସାର ଚୟନ କରିବାର ଆବଶ୍ୟକତା ରହିଛି |  କୃଷକମାନେ ଚାଷ ପାଇଁ ସାଧାରଣତଃ ଡି.ଡି.ଏ.ପି  ୟୁରିଆ ଓ ମୁରେଟ୍ ପୋଟାଶ୍ ବ୍ୟବହାର କରିଥାଆନ୍ତି | ମାଟି ପାଇଁ ଗନ୍ଧକ ଏକ ଜରୁରୀ ଉପାଦାନ। ଯାହାକୁ କୃଷକମାନେ ଅଣଦେଖା କରିଥାଆନ୍ତି। ଗନ୍ଧକ ଏକ ହାଲୁକା ଜିନିଷ, ଯାହାର ରଙ୍ଗ ଧଳା ହଳଦିଆ l ଫସଲରେ ଗନ୍ଧକର ବ୍ୟବହାର କ’ଣ, ଏହା କେତେ ଗୁରୁତ୍ୱପୂର୍ଣ୍ଣ ଏହି ସମସ୍ତ ସୂଚନା ପାଇଁ ପଢନ୍ତୁ ଏହି  ବିଷୟଟି।

ଗନ୍ଧକର ପ୍ରକାର

ଏହା ତିନୋଟି ପ୍ରକାର ଯଥା - ଅଣ ଧାତୁ ସଲଫାଇଡ୍, ଧାତୁ ସଲଫାଇଡ୍ ଏବଂ କାର୍ବୋନେଟ୍ ସଲଫାଇଡ୍, ଯାହା ଗ୍ରାନୁଲାର୍। ଏହା ପାଉଡର ଓ ତରଳ ଆକାରରେ ରୁହେ l

ଗନ୍ଧକର ବ୍ୟବହାର

1. ଗନ୍ଧକର ବ୍ୟବହାର ସମସ୍ତ ଫସଲ ପାଇଁ ଲାଭଦାୟକ |

2. ତୈଳ ଚାଷ ପାଇଁ ବ୍ୟବହାର କରିଲେ ତେଲର ପରିମାଣ ବୃଦ୍ଧି କରେ।

3. ମାଟିର ଉର୍ବରତା ବୃଦ୍ଧି କରିବା ସହ, କୀଟନାଶକ ଭାବରେ କାର୍ଯ୍ୟ କରେ |

4. ଗଛ ଗୁଡ଼ିକରେ ଏନଜାଇମର କାର୍ଯ୍ୟକଳାପ ବୃଦ୍ଧି କରେ |

5. ତମାଖୁ ଏବଂ ପନିପରିବା ଫସଲଗୁଡ଼ିକର ଗୁଣବତ୍ତା ବୃଦ୍ଧି କରେ |

ଗନ୍ଧକର ଅଭାବ ହେତୁ ଫସଲର ଲକ୍ଷଣ

1. ଗନ୍ଧକର ଅଭାବ ହେତୁ ଗଛର ରଙ୍ଗ ହଳଦିଆ ହୋଇଯାଏ ଏବଂ ଏହାର ପ୍ରଭାବ ଗଛ ପତ୍ରରୁ ଆରମ୍ଭ ହୁଏ |

2. ଗନ୍ଧକର ଅଭାବ ହେତୁ ଉଦ୍ଭିଦଗୁଡିକର ବୃଦ୍ଧି ବନ୍ଦ ହୋଇଯାଏ |

3. ସଲଫରର ଅଭାବ ହେତୁ ଗଛର ବିକାଶ କମ୍ ହୋଇଥାଏ |

4. ପତ୍ର ଏବଂ ଡାଳ ବାଇଗଣୀ ଦେଖାଯାଏ |

5. ଗଛଗୁଡିକ ହଳଦିଆ, ସବୁଜ, ପତଳା ଏବଂ ଆକାରରେ ଛୋଟ ହୋଇଯାଏ |

6. ଗନ୍ଧକର ଅଭାବ ହେତୁ ଆଳୁ ପତ୍ରର ରଙ୍ଗ ହଳଦିଆ ଏବଂ ମୂଳର ବିକାଶ କମ୍ ହୋଇଥାଏ | ଗନ୍ଧକର ଅଭାବ ହେତୁ ଫସଲରେ ଫୁଲ ହୁଏ ନାହିଁ କିମ୍ବା ଫଳ ବାହାରେ ନାହିଁ |

ଗଛଗୁଡିକରେ ଗନ୍ଧକର ଆବଶ୍ୟକତା କ’ଣ ?

1. ଏହା ଆମିନୋ ଏସିଡର ଏକ ଅତ୍ୟାବଶ୍ୟକ ଅଂଶ |

2. ପତ୍ରରେ କ୍ଲୋରୋଫିଲ୍ ଗଠନ ପାଇଁ ଏହା ଆବଶ୍ୟକ |

3. ଗଛ ଗୁଡ଼ିକରେ ତେଲ ଉତ୍ପାଦନ ଏବଂ ଏନଜାଇମ୍ ଉତ୍ପାଦନରେ ସାହାଯ୍ୟ କରେ |

4. ଫସଲର ଗଣ୍ଠି ଓ ଡାଳ ଗଠନରେ ସହାୟକ ହୋଇଥାଏ |