Agripedia

ମସଲା ସହ ଓଜନ ହ୍ରାସ

ମସଲା ସହ ଓଜନ ହ୍ରାସ

16 September, 2019 2:58 PM IST By: KJ Staff

ଭାରତ ରେ ମସଲା ଜାତୀୟ ଖାଦ୍ୟ ର ଏକ ସ୍ୱତନ୍ତ୍ର ପରିଚୟ ରହିଛି |ତେବେ ମସଲା ଜାତୀୟ ଏବଂ ଅଧିକ ତୈଳ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଓଜନ ବୃଦ୍ଧି ହେବ ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ |ତେବେ ଏହି ମସଲା ଜାତୀୟ ଖାଦ୍ୟ ମାନଙ୍କ ମଧ୍ୟରୁ କେତେକ ମସଲା ଆପଣଙ୍କୁ ଓଜନ ହ୍ରାସ କରାଇବା ରେ ମଧ୍ୟ ସାହାଯ୍ୟ କରିପାରିବ |

୧)ଗୋଲ ମରିଚ:

୧)ଗୋଲ ମରିଚ:ପିପେରିନ ନାମକ ଏକ ରସାୟନ ଥିବାରୁ ଗୋଲ ମରିଚ ର ସ୍ୱାଦ ପିତା ଲାଗିଥାଏ ଏବଂ ଏହା ହିଁ ଏହି ମସଲା ର ବିଶେଷତ୍ୱ |ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ସହ ଖାଦ୍ୟ ହଜମ ହେବା ପ୍ରକ୍ରିୟା ସନ୍ତୁଳିତ ହୋଇଥାଏ |ଏହା ଶରୀର ର ମେଟାବୋଲିସ୍ମ କୁ ବଢ଼ିଥାଏ ଏବଂ ଚର୍ବି ଜମିବାକୁ ଦିଏ ହିଁ ନାହିଁ ବୋଲି ଗବେଷଣା ରୁ ପ୍ରକାଶ |ତେଣୁ ନିଜ ଖାଦ୍ୟରେ ନିହାତି ଗୋଲ ମରିଚ ଗୁଣ୍ଡ ର ବ୍ୟବହାର କରନ୍ତୁ |

୨)ଲଙ୍କା :

ଏଥିରେ ମଧ୍ୟ କ୍ୟାପ୍ସସିନ ନାମକ ଦ୍ରବ୍ୟ ଥିବାରୁ ଏହା ଶରୀର ର ତାପମାତ୍ରା ବୃଦ୍ଧି କରେ ଯାହା ଫଳରେ ଅତ୍ୟଧିକ ଚର୍ବି ଭାଙ୍ଗି ସେଥିରୁ ଶରୀର ର ତାପମାତ୍ରା କୁ ସନ୍ତୁଳିତ କରାଯାଇଥାଏ |ଏହା କଲେଷ୍ଟେରୋଲ ମାତ୍ରା କମ କରିବା ସହ ରକ୍ତ ସଂଚାଳନ ବୃଦ୍ଧି କରିଥାଏ |ଅତ୍ୟଧିକ ସୁଖ ଲଙ୍କା ଖାଇବା ଏସିଡ଼ିଟି ର କାରଣ ହୋଇପାରେ |

 

୩)ଜିରା :

ଚିକାଗୋ ବିଶ୍ୱବିଦ୍ୟାଳରେ ହୋଇଥିବା ଏକ ଗବେଷଣା ରୁ ଜଣାପଡିଛି ଯେ ଜିରା ରେ ଲୌହ ବା ଆଇରନ ର ମାତ୍ରା ବେଶ ଅଧିକ ରହିଥାଏ |ଜିରା ସହ ବିନ୍ସ ର ଭଜା ବା ତରକାରୀ ଶରୀର ଲାଗି ବେଶ ଉପଯୋଗୀ ହୋଇଥାଏ |ଅଧିକ ଆଇରନ ଶରୀର ରେ ରକ୍ତ କୋଷିକା ଗଠନ ଏବଂ ରକ୍ତ ସଂଚାର ରେ ସାହାଯ୍ୟ କରିଥାଏ |

୪)ଅଦା :

ପୁରାତନ ଯୁଗ ରେ ବହୁ ପ୍ରାଚୀନ ସଭ୍ୟତା ରେ ଅଦା କୁ ଓଜନ ହ୍ରାସ କରାଇବା ଲାଗି ବିଭିନ୍ନ ପ୍ରକାର ବ୍ୟବହାର କରାଯାଇଛି |ଚା ରେ ଅଦା ଏବେ ମଧ୍ୟ ବହୁ ଲୋକଙ୍କର ଅତି ପ୍ରିୟ |ପେଟ ଜନିତ ସମସ୍ୟା ର ଉପଚାର କରିବା ସହ ଶରୀର ରେ ଚର୍ବି ଜମିବାକୁ ଦେଏ ନାହିଁ |

୪)ହଳଦୀ :

ଅତ୍ୟଧିକ ଔଷଧୀୟ ଗୁଣ ସହିତ ଏହି ମସଲା ବହୁ ବ୍ୟଞ୍ଜନ ର ବିଶିଷ୍ଟ ମସଲା ଭାବେ ବ୍ୟବହାର କରାଯାଇଥାଏ |ହଳଦୀ ର ସୁଗନ୍ଧ ଏବଂ ସ୍ୱାଦ ବ୍ୟତୀତ ଏହାର ନିୟମିତ ବ୍ୟବହାର ଦ୍ୱାରା ଏହା ମଧ୍ୟ ଅତ୍ୟଧିକ ଚର୍ବି ଜମିବାକୁ ଦିଏ ନାହିଁ |


ସର୍ବଦା ସୁସ୍ଥ ସବଳ ଜୀବନ ଯାପନ କରିବାର ପ୍ରୟାସ କରନ୍ତୁ |ବ୍ୟାୟାମ କରନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଇଲେ ଓଜନ ନିୟନ୍ତ୍ରଣ ହୋଇଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)