Agripedia

ବଳକା ଟମାଟର ରୁ ଜୈବିକ ଖତ !

ବଳକା ଟମାଟର ରୁ ଜୈବିକ ଖତ !

24 July, 2019 3:12 PM IST By: KJ Staff

ବଳକା ଟମାଟର ସହ ସୌର ଶକ୍ତି ର ଏକ ଅଦ୍ଭୁତ ମିଳନ ରେ ପ୍ରସ୍ତୁତ ହୋଇଥାଏ ଏହି ଖତ |ଅଲମେରିଆ ବିଶ୍ୱବିଦ୍ୟାଳୟ ର କ୍ଷେତ୍ର ବିଜ୍ଞାନ ବିଭାଗ ସହ ଲା ମୋଜୋନେରା ରେ ସ୍ଥିତ ଇଫାପା କେନ୍ଦ୍ର ମିଳିତ ଉଦ୍ୟମ ରେ ଏକ ବିରଳ ଖତ ପ୍ରସ୍ତୁତ କରିଛନ୍ତି ଯାହା ବୃକ୍ଷ ଲାଗି ଉପକାରୀ ହେବ ସାଙ୍ଗରେ ବର୍ଜ୍ୟ ବସ୍ତୁ ର ମାତ୍ରା ମଧ୍ୟ ହ୍ରାସ କରିବା ଟମାଟର ଗଛ ରୁ ଟମାଟର ଅମଳ ହୋଇସାରିବା ପରେ ,ଗଛ ର ବଳକା ଅଂଶ କୁ ସୌର ଶକ୍ତି ସାହାଯ୍ୟରେ ଉପଚାର କରି ଏହି ଖତ ର ପ୍ରସ୍ତୁତି କରାଯାଏ |ଏହାର ପରୀକ୍ଷଣ ଅଲମେରିଆ ର ଗ୍ରୀନ ହାଉସ ରେ କରାଯାଇଥିଲା |

ଏହି ପ୍ରକ୍ରିୟା କୁ ବାୟୋ ସୋଲରାଇଜେସନ କୁହାଯାଏ ଯାହା ର ଅର୍ଥ ଜୈବିକ ଉପାୟ ରେ ସୌର ଶକ୍ତି ର ଉପଚାର |ଏହି ପ୍ରକ୍ରିୟାକରଣ ଦ୍ୱାରା ଟମାଟର ଫସଲ ରେ ଅମଳ ବେଶ ଭଲ ହୋଇଥିଲା ବେଳେ ,ଏହା ରାସାୟନିକ ପଦ୍ଧତ୍ତି ରେ ଫସଲ ସୁରକ୍ଷା ପରି ସମାନ ଅମଳ ଦେଇଥିଲା ଏହା ସହିତ ,ଏହି ପ୍ରକ୍ରିୟା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବା ନାହିଁ ବୋଲି ଗବେଷକ ମାନେ ମତ ଦେଇଛନ୍ତି |ଫସଲ ର ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ମଧ୍ୟ ଜଣାପଡିଛି ଯେ ବହୁ ପ୍ରକାର ,କବକ ,କୀଟାଣୁ ଏବଂ ଭୁତାଣୁ ପ୍ରଭାବ ମଧ୍ୟ ଫସଲ ଉପରେ ପଡୁ ନାହିଁ |

ଗ୍ରୀନ ହାଉସରେ ଚାଷ ହୋଇଥିବା ଟମାଟର ଫସଲ ର ମାଟି ,ତାର ମାନ ଏବଂ ଗୁଣ ର ଉନ୍ନତି ହେବା ସାଙ୍ଗରେ ଏହି ଖତ ଦ୍ୱାରା ଫସଲ ର ପତ୍ର ବିଶେଷ ଭାବେ ରୋଗ ମୁକ୍ତ ହୋଇ ରହିବାର ପ୍ରକାଶ |ରୋଗ ପୋକଆକ୍ରମଣ ମଧ୍ୟ ଖୁବ କମ ରହିଥାଏ |ତେଣୁ ସ୍ୱଳ୍ପ ଖର୍ଚ ରେ ଉନ୍ନତ ମନର ଟମାଟର ଚାଷ କରିବାର ର ଏହା ଏକ ଉତ୍ତମ ପ୍ରକଳ୍ପ |ଏହା ବ୍ୟତୀତ ରାସାୟନିକ ପଦ୍ଧତ୍ତି ରେ ଫସଲ ସୁରକ୍ଷା କରିବାକୁ ପଡେ ନାହିଁ
ଏହି ପ୍ରକ୍ରିୟା ଦ୍ୱାରା ବର୍ଜ୍ୟ ବସ୍ତୁ ନିଷ୍କାସନ ର ବିଭିନ୍ନ ସମସ୍ୟା ଯେପରି ପ୍ରଦୂଷଣ ,ଦୁର୍ଘନ୍ଧ ,ଜାଗା ର ଅଭାବ ପରି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବା ନାହିଁ |ଏହି ପ୍ରକ୍ରିୟାକରଣ ର ସମ୍ପୂର୍ଣ ବିବରଣୀ ଏବଂ ଅଧିକ ଗବେଷଣା ଏବେ ମଧ୍ୟ ଅଲମେରିଆ ରେ ଜାରି ରହିଛି |ଏହି ପ୍ରକ୍ରିୟା ଟି ଇଣ୍ଟେରନେଶନାଲ ଜର୍ନାଲ ଅଫ ଏନଭାଇରନମେଣ୍ଟାଲ ରିସର୍ଚ୍ଚ ଆଣ୍ଡ ପବ୍ଲିକ ହେଲ୍ଥ ରେ ପ୍ରକାଶିତ ହୋଇଥିଲା ,ଯେଉଁଥିରେ ଏହାର ଉପାଦେୟତା ଏବଂ ରାସାୟନିକ ସାରା କୁ ବାତ ଦେଇ ଉନ୍ନତ ମାନର ଫସଲ ଅମଳ ଉପରେ ଗୁରୁତ୍ୱ ଦିଆଯାଇଥିଲା |