Agripedia

ତିଆରି କରନ୍ତୁ ଘି କୁଆଁରୀ ରୁ କୀଟନାଶକ

ଘି କୁଆଁରୀ ଏକ ଔଷଧୀୟ ବୃକ୍ଷ।ବିଭିନ୍ନ ରୋଗ ର ଉପଚାର କରିବା ସହ ଜୈବିକ କୃଷି ରେ ମଧ୍ୟ ଏହାର ବେଶ୍ ଭଲ ଚାହିଦା ରହିଛି।ତେବେ ଘି କାଉଁରୀ ରୁ କୀଟନାଶକ ତିଆରି କରିବା ଅତି ସହଜ।

03 December, 2018 7:38 PM IST By: KJ Staff

ଘି କୁଆଁରୀ ଏକ ଔଷଧୀୟ ବୃକ୍ଷ।ବିଭିନ୍ନ ରୋଗ ର ଉପଚାର କରିବା ସହ ଜୈବିକ କୃଷି ରେ ମଧ୍ୟ ଏହାର ବେଶ୍ ଭଲ ଚାହିଦା ରହିଛି।ତେବେ ଘି କାଉଁରୀ ରୁ କୀଟନାଶକ ତିଆରି କରିବା ଅତି ସହଜ।
୧)ଏଥିରେ ଜୀବାଣୁ ନାଶକ ଓ ଫିମ୍ପି ନାଶକ ଗୁଣ ରହିଛି ତେଣୁ ୧ କି. ଗ୍ରା ସହ ୫୦୦ ଗ୍ରାମ ଘି କୁଆଁରୀ ର ରସ କୁ ମିଶାଇ ଉକ୍ତ ମିଶ୍ରଣକୁ ଏକ ବଡ଼ ମୁହଁ ଥିବା ପାତ୍ରରେ ରଖିବାକୁ ପଡ଼ିଥାଏ।ଏକର ପିଛା ୧-୫ ଟି ପତ୍ର ବିଭିନ୍ନ ସ୍ଥାନ ରେ ରଖିଲେ ପୋକ ମାନେ ଏଠାକୁ ଆକର୍ଷିତ ହୋଇ ଆସି ପାତ୍ର ରେ ପଡିକି ମରିଯାଆନ୍ତି।

୨) ୫ କି.ଗ୍ରା ବେଗୁନିଆ ପତ୍ର କୁ ଛେଚି ୫ ଲିଟର ପାଣି ରେ ମିଶାଇ ତାକୁ ସିଝାନ୍ତୁ। ଏହାର ପରିମାଣ କମି ୨ ଲିଟର ହେଲା ଯାଏ ଶିଝାନ୍ତୁ ଓ ପରେ ଚୁଲିରୁ କାଢି ଥଣ୍ଡା କରନ୍ତୁ। ତା ପରେ ଏହାକୁ ଛାଣି ଅଲଗା ରଖନ୍ତୁ।ତା ପରେ ୨.୫ କି . ଗ୍ରା ଘି କୁଆଁରୀ ପତ୍ର ରୁ ରସ ବାହାର କରନ୍ତୁ।ଏହି ରସ ଓ ବେଗୁନିଆ ନିର୍ଯ୍ୟାସକୁ ୫୦ ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ।ଶୋଷକ କିଟ ନିୟନ୍ତ୍ରଣ ରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
୩) କପା ଫସଲ ରେ ବକରବିନ୍ଧା ପୋକ ଓ ଶୋଷକ କୀଟ ନିୟନ୍ତ୍ରଣ କରିବା ଲାଗି ୧ କି. ଗ୍ରା କରଞ୍ଜ ପିଡ଼ିଆ,୧ କି. ଗ୍ରା ନିମ୍ବ ପିଡ଼ିଆ,୨୫୦ ଗ୍ରାମ ଦୁଦୁରା ମଞ୍ଜି ଗୁଣ୍ଡ କରି ଏକ ପତଳା କାନ ରେ ବାନ୍ଧି ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଚିପୁଡି ରସ ବାହାର କରନ୍ତୁ।ଏହା ସହ ୫୦୦ ଲିଟର ଘି କୁଆଁରୀ ରସ,୨ ଲିଟର ଦେଶୀ ଗାଈ ଗୋମୁତ୍ର,ଏବଂ ୧୫ ଲିଟର ପାଣି ମିଶାନ୍ତୁ। ଏହି ମିଶ୍ରଣ ଫସଲରେ ଏକର ପିଛା ୭୦ ରୁ ୧୦୦ ଲିଟର ସ୍ପ୍ରେ କରନ୍ତୁ।

୪) ନଡ଼ିଆ ଚାରା ଲଗାଇବା ଆଗରୁ ମନ୍ଦା ରେ ଘି କୁଆଁରୀ ଲଗାଇଲେ ନଡ଼ିଆ ଚାରା କୁ ପିମ୍ପୁଡ଼ି ଓ ଶତ୍ରୁ ଜୀବ ଆକ୍ରମଣ ହୁଏନାହିଁ।ସେହିପରି ଘି କୁଆଁରୀ ର ଗନ୍ଧ ରୁ ଉଈ ମାନଙ୍କ ଦାଉ ରୁ ରକ୍ଷା ମିଳିଥାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)