ସୁଆଁ/ ଏକ ଛୋଟ ଦାନI ପୌଷ୍ଟିକ ଶସ୍ୟ ଫସଲ ଅଟେ । ଏହାର ବୈଜ୍ଞାନିକ ନାମ Panicum sumatrense ଏହାକୁ ଉଷୁନା ବା ଅରୁଆ ଆକାରରେ ରୋଷେଇ କରାଯାଇଥାଏ । ଏହା ସାଦରେ ମଧୁର ଅଟେ । ୧୦୦ ଗ୍ରାମ ଶସ୍ୟରେ ପୁଷ୍ଟିସାର ୮.୭ଗ୍ରାମ , ଶ୍ଵେତସାର ୭୫.୭ ଗ୍ରାମ , ସ୍ନେହସାର ୫.୩ ଗ୍ରାମ, ଖାଦ୍ୟଜାତୀୟ ତନ୍ତୁ ୧୨.୦ , ଗ୍ରାମ ଖଣିଜ ଲବଣ ୧.୭ ଗ୍ରାମ , କ୍ୟାଲସିୟମ ୧୭ ମି.ଗ୍ରା. ଓ ଫସଫରସ ୨୨୦ ମି.ଗ୍ରା. ଖାଦ୍ୟଗୁଣ ରହିଥାଏ ।
ଏହା ଶରୀରକୁ ଶୀତଳ ରଖେ । ଗ୍ରୀଷ୍ମଋତୁରେ ଏହା ଉତ୍ତମ ପଥ୍ୟ ଅଟେ | ଏହା କଫ, ପିତ୍ତ ନଷ୍ଟକରି ଥାଏ ।
ଜଳବାୟୁ :- ଏହା ସାଧାରଣତଃ ଉଷ୍ମମଣ୍ଡଳୀୟ ଫସଲ ଅଟେ । ୪୦୦ ରୁ ୫୦୦ ମି.ଲି. ବର୍ଷାପାଉଥିବା ଅଞ୍ଚଳ ଠାରୁ ବାର୍ଷିକ ବୃଷ୍ଟିପାତ ୧୦୦୦-୧୨୦୦ ମି.ଲି. ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ସମୁଦ୍ର ପତ୍ତନ ଠାରୁ ୨୦୦୦ ରୁ ୨୧୫୦ ମିଟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ମଧ୍ୟ ଚାଷ କରାଯାଇଥାଏ ।
ବିହନ କିସମ :-
କିସମ |
ଅମଳ ଅବଧୂ (ଦିନ) |
ତାରିଣୀ |
୧୦୦-୧୧୫ |
କୋଲାବ |
୭୫-୮୦ |
ସବର |
୭୫-୮୦ |
TNU-63 |
୯୦ |
ସଉରା |
୧୦୩ |
DHLM-36-3 |
୯୦ |
BL-6 |
୮୦-୯୦ |
TNU-91 |
୯୦ |
ଲଗାଇବା ସମୟ:- ଜୁନ-ଜୁଲାଇ (ପ୍ରଥମ ମୌସୁମୀ ବର୍ଷା ପରେ)
ବିହନ ପରିମାଣ :- ୩ କି.ଗ୍ରା. / ଏକର (ଧାଡ଼ିବୁଣା) ଓ ୫ କି.ଗ୍ରା. | ଏକର (ଛଟାବୁଣା)
ଲଗାଇବା ଦୂରତା:- ଧାଡ଼ିକୁ ଧାଡ଼ି ୨୨.୫ ସେ.ମି. ଦୂରରେ ୨-୩ ସେ.ମି. ଗଭୀରରେ ବୁଣିବା ଆବଶ୍ୟକ ।
ଖତସାର:-
ଶେଷ ଓଡ଼ ଚାଷ ପୂର୍ବରୁ ଯଥେଷ୍ଟ ପରିମାଣରେ ସଢ଼ାଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ | ଏକର ପ୍ରତି ୧୦-୪-୪ କି.ଗ୍ରା. ଯଥାକ୍ରମେ ଯବକ୍ଷାରଜାନ, ଫସଫରସ ଓ ପୋଟାସ ସାର ଆବଶ୍ୟକ ହୋଇଥାଏ । ଗଡ଼ାଣୀର ବିପରୀତ ଦିଗରେ ସିଅIର କରି ସାର, ଖତ ପରେ ବିହନ ପକାଇ ମାଟି ଘୋଡ଼ାଇ ଦିଅନ୍ତୁ । ସମସ୍ତ ଫସଫରସ, ପଟାସ ଓ ୧/୪ ଅଂଶ ଯବକ୍ଷାରଜାନ ବିହନ ବୁଣିବା ପୂର୍ବରୁ ଏବଂ ବାକି ୩/୪ ଅଂଶ ଯବକ୍ଷାରଜାନ ସାର ବିହନ ବୁଣିବାର ୨୧ ଦିନରେ କୋଡ଼ାଖୁସା କରି ପୟୋଗ କରନ୍ତୁ ।
ଅନ୍ତଃ ଚାଷ :- ଧାଡ଼ିରେ ବୁଣାଯାଇଥିବା ଫସଲକୁ ଥରେ ହାତରେ ଏବଂ ଛଟାବୁଣା ଫସଲରେ ୧୫ ଦିନ ଅନ୍ତରରେ ୨ଥର ଘାସ ବାଛି ଦିଅନ୍ତୁ I
ମିଶ୍ରିତ ଫସଲ:- ସୁଆଁ ସହିତ ବିରି ୨:୧ କିମ୍ବା ହରଡ଼ ୨:୧ ଅନୁପାତେରେ ଧାଡ଼ିରେ ଚାଷ କରାଯାଇ ପାରିବ ।
ପୋକ ଓ ରୋଗ :- ଏହି ଫସଲରେ ସାଧାରଣତଃ ପୋକ ରୋଗ ଆକ୍ରମଣ କରନ୍ତି ନାହିଁ । କେତେକ ଅଞ୍ଚଳରେ କାଣ୍ଡମାଛି ଆକ୍ରମଣ କଲେ ପ୍ରତି ଲିଟର ପାଣିରେ ୫ମି.ଲି. ୧୫୦୦ ppm ଆଜାଡ଼ିରାକ୍ଟିନ ଥିବା ନିମ୍ବ ଔଷଧ ପତ୍ରସିଞ୍ଚନ କରନ୍ତୁ ।
ଅମଳ :- ୪ ରୁ ୫ କ୍ବିଣ୍ଟାଲ /ଏକର I
ବିପିନ କୁମାର ପ୍ରଧାନ
ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର - ୭୫୧୦୦୩