Agripedia

ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷି, ସମାଧାନ ହେଉନି ବର୍ଷ ବର୍ଷର ସମସ୍ୟା

କେନ୍ଦ୍ରାପଡା : ଆଳୁ ଫସଲ ଅମଳ ପରେ ସଂରକ୍ଷଣ ସମସ୍ୟା ଏବଂ ପ୍ରୋତ୍ସାହନ ଅଭାବ ଯୋଗୁ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷି । ଦିନେ ଯେଉଁ ଅଚଂଳ ଆଳୁ ଚାଷରେ ସୁନାମ ଅର୍ଜନ କରିଥିଲା ଆଜି ଚାଷିମାନେ ପୁର୍ବ ପରି ଆଗ୍ରହ ପ୍ରକାଶ କରୁନାହାନ୍ତି ଆଳୁ ଚାଷ କରିବାକୁ । ଫଳରେ ପଡୋଶି ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଛି ଆଉ ଆଳୁଦାମ୍ ବଢୁଛି ।

08 December, 2020 2:11 PM IST By: KJ Staff

କେନ୍ଦ୍ରାପଡା : ଆଳୁ ଫସଲ ଅମଳ ପରେ ସଂରକ୍ଷଣ ସମସ୍ୟା ଏବଂ ପ୍ରୋତ୍ସାହନ ଅଭାବ ଯୋଗୁ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷି । ଦିନେ ଯେଉଁ ଅଚଂଳ ଆଳୁ ଚାଷରେ ସୁନାମ ଅର୍ଜନ କରିଥିଲା ଆଜି ଚାଷିମାନେ ପୁର୍ବ ପରି ଆଗ୍ରହ ପ୍ରକାଶ କରୁନାହାନ୍ତି ଆଳୁ ଚାଷ କରିବାକୁ । ଫଳରେ ପଡୋଶି ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଛି ଆଉ ଆଳୁଦାମ୍ ବଢୁଛି ।

କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଈ , ଗରଦପୁର ଏବଂ ମହାକାଳପଡା ବ୍ଲକର ଚାଷିମାନେ ବିଭିନ୍ନ ପ୍ରକାରର ପନି ପରିବା ଚାଷ କରନ୍ତି । ଏହି ପନିପରିବା ଚାଷ ମଧ୍ୟରେ ଆଳୁ ଚାଷ ବହୁଳ ପରିମାଣରେ ଚାଷ କରାଯାଇଥାଏ । କିନ୍ତୁ ଜିଲ୍ଲାରେ କୋଲ୍ଡ ଷ୍ଟୋର ଟିଏ ନଥିବାରୁ ଆଳୁ ଅମଳ ପରେ ଚାଷିମାନେ ଏହାକୁ ସଂରକ୍ଷିତ କରି ରଖି ପାରନ୍ତି ନାହିଁ ଯାହାଫଳରେ ପଚି ଶଢି ନଷ୍ଟ ହୋଇଯାଇଥାଏ ।

ଚାଷି ମାନେ ବାରମ୍ବାର ଏପରି ସମସ୍ୟାର ସମ୍ମୁଖିନ ହେବାପରେ ଏବେ ଧୀରେ ଧୀରେ ଆଳୁ ଚାଷରୁ ମୁହଁ ଫେରାଇ ନେଇଛନ୍ତି । ମାର୍ଶାଘାଈ ବ୍ଲକର ବଛରେଇ , ବନ୍ଧକଟା , ମହାନ୍ଦିନଗର , କରିଲୋପାଟଣା ଜଳପୋକ , ଆୟତିପୁର ଇତ୍ୟାଦି ପଂଚାୟତରେ ଶହ ଶହ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥାଏ କିନ୍ତୁ ଏବେ ଚାଷି ମାନେ ଆଳୁ ଚାଷ ଉପରୁ ମୁହଁ ଫେରାଇ ନେଇଛନ୍ତି । ସଂରକ୍ଷଣ ସୁବିଧା ନଥିବାରୁ ଫସଲ ନଷ୍ଟ ହୋଇଯାଉଥିବାରୁ ଏପରି ପରିସ୍ଥିତି ହୋଇଛି ବୋଲି ଚାଷି ମାନେ ମତ ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ ପୁର୍ବରୁ ବହୁଳ ପରିମାଣରେ ଆଳୁ ଚାଷ କରଯାଉଥିଲା କିନ୍ତୁ ଚାଷି ଆଳୁ ଅମଳ ପରେ ସଂରକ୍ଷିତ କରି ରଖିବା ପାଇଁ ପଡୋଶି ଜିଲ୍ଲା ଉପରେ ନିର୍ଭର କରୁଥିଲେ । ଅମଳ ସମୟରେ ଆଳୁର ଦାମ୍ କମ ରହୁଥିବାରୁ ଚାଷି ଗାଡି ଭଡା କରି ପୋଡୋଶି ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରରେ ଗଛିତ କରି ରଖୁଥିଲେ । ଆଳୁ ବିହନ କିଣା ଠାରୁ ଆରମ୍ଭ କରି ଅମଳ ସହ ସଂରକ୍ଷଣ କରି ରଖିବା ପର୍ଯ୍ୟନ୍ତ ହେଉଥିବା ଖର୍ଚ୍ଚ ହିସାବ କଲେ ଚାଷିମାନେ କ୍ଷତି ସହୁଥିବାର ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ମହାକାଳପଡା ବ୍ଲକରେ ପ୍ରାୟ ୨୫ ହେକ୍ଟର ଜମିରେ ଆଳୁଚାଷ କରାଯିବାର ଲକ୍ଷଥିବା ବେଳେ ଗରଦପୁର ବ୍ଲକରେ ୧୦୦ ହେକ୍ଟର ଏବଂ ମାର୍ଶାଘାଈ ୨୦୦ ଗରଦପୁର ୧୦୦ ହେକ୍ଟର ଜମିରେ ଆଳୁଚାଷ କରାଯିବାର ଯାଜନା ଅଛି । କେନ୍ଦ୍ରାପଡା ଜିଲ୍ଲାରେ ସରକାରି ପ୍ରୋତ୍ସାହନରେ ୧୦ ହେକ୍ଟର ଜମିରେ ଆଳୁଚାଷ କରାଯିବାର ଯୋଜନା ଥିବାର ସୁଚନା ଦେଇଛନ୍ତି ବିଭାଗିୟ ଅଧୀକାରି । ଚାଷି ଆଳୁ ଚାଷ ଉପରୁ ମୁହଁ ଫେରାଇବା କାରଣରୁ ଏବେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ଏବଂ ଧୀରେ ଧୀରେ ଆଳୁର ଦାମ୍ ମଦ୍ୟ ବଢି ବଢି ଚାଲିଛି ।

ଆଳୁ ଫସଲ ଅମଳ ପରେ ସଂରକ୍ଷଣ ଅଭାବରୁ କ୍ଷତି ସହୁଥିବା ଚାଷି ମାନଙ୍କୁ ସରକାରୀ ପ୍ରୋତ୍ସାହନ ସହିତ ଆଳୁ ସଂରକ୍ଷଣର ବ୍ୟବସ୍ଥା କରାଗଲେ ଚାଷି ମାନେ ଆଳୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ଚାଷି ମାନେ ଦାବି କରିଛନ୍ତି ।

ପାହାଡ ଉପରେ ଝାଡୁ ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)