Agripedia

ଯକୃତ ରୋଗର ରାମବାଣ ବିରଳ ବ୍ରହ୍ମକମଳ, ଜାଣନ୍ତୁ କେଉଁଠି ହୁଏ ଚାଷ ?

ବ୍ରହ୍ମକମଳ ଦେଖିବାକୁ ଯଦିଓ ଆକର୍ଷଣୀୟ, ହେଲେ ଏହାର ବାସ୍ନା ଅତ୍ୟନ୍ତ କଡା । ଏହି ଗୁଣ କାରଣରୁ ବ୍ରହ୍ମକମଳ ଫୁଲ ଲିଭର ଟନିକ ରୂପେ କାମ କରିଥାଏ । ଏହା ଯକୃତରେ ଫ୍ରି ରେଡିକାଲର ହାନିକାରକ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

31 May, 2022 12:09 PM IST By: Shuvanshu Kar

ବ୍ରହ୍ମକମଳ Brahma kamal(Saussurea obvallata) ଏକ ଅବିଷ୍ମରଣୀୟ ପ୍ରଜାତିର ଫୁଲ । ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ଜ୍ଞଆନରଦେବୀ ସରସ୍ବତୀ ବ୍ରହ୍ମକମଳରେ ବିରାଜମାନ ବୋଲି ହିନ୍ଦୁ ମାନ୍ୟତା ରହିଛି । ଧଳା ରଙ୍ଗର ଏହି ପଦ୍ମ ଫୁଲ ବେଳ ବିରଳ ଓ ଦୁର୍ଲଭ । ଏହାର ଏକ ବଡ କାରଣ ହେଉଛି ଯେ ଏହି ଫୁଲ ଏହା କିଛି ରାଜ୍ୟର ସୁଦୁର ପାହାଡିଆ ଆଞ୍ଚଳରେ ଦେଖିବାକୁ ମିଳେ । ହେଲେ ଏବେ କିଛି ସ୍ଥାନରେ ଏହାର ବ୍ୟବସାୟୀକ ଚାଷ ହେଉଥିବା ଦେଖିବାକୁ ମିଳିୁଛି ।

ଚାହିଦା କାରଣରୁ ବ୍ରହ୍ମକମଳ(Brahma kamal)ର ଦାମ ବହୁତ ଅଧିକ ରହୁଛି । ଗୋଟିଏ ଫୁଲ 500ରୁ ନେଇ 1000 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ବର୍ତ୍ତମାନ ଏହି ଫୁଲ ବିହାରର ସମସ୍ତିପୁରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଫୁଲ ଫୁଟିଲେ ଖରାପ ଆତ୍ମାର ବିନାଶ ଘଟେ । ଏହି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଆଶୀର୍ବାଦ ମିଳିଥାଏ ।

ଓଡ଼ିଶାରେ ଔଷଧୀୟ ବୃକ୍ଷ ଚାଷ କରି ହୁଅନ୍ତୁ ଲାଭବାନ, ଜାଣନ୍ତୁ...

Hydroponic farming:ବିନା ମାଟିରେ ଚାଷ, ଜାଣିଛନ୍ତି କି ?

କଣ କୁହେ ବିଜ୍ଞାନ

ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରହ୍ମକମଳ(Brahma kamal) ହେଉଛି ଏକ ଦୁର୍ଲଭ ପୌରାଣିକ ଫୁଲ ଗଛ । ବ୍ରହ୍ମକମଳ ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିବା ଆରମ୍ଭ ହୁଏ ଓ ପୂର୍ଣ୍ଣ ପ୍ରସ୍ଫୁଟିତ ହେବା ପାଇଁ ପ୍ରାୟ 2 ଘଣ୍ଟା ସମୟ ନେଇଥାଏ । ଏହି ଫୁଲର ବ୍ୟାସ ପାଖାପାଖି 8 ଇଞ୍ଚ ହୋଇଥିବାବେଳେ ରାତିସାରା ଏହାର ପାଖୁଡା ଖୋଲା ରହିଥାଏ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନା ଅନୁଯାୟୀ ଏହାର ନାମକରଣ କରାଯାଇଛି । ସାରା ବର୍ଷରେ ମାତ୍ର ଥରେ ବ୍ରହ୍ମକମଳ ଫୁଟିଥାଏ ।

କଣ ରହିଛି ଏହି ଫୁଲରେ ଖାସ ବିଷୟ

ବ୍ରହ୍ମକମଳକୁ ବୈଜ୍ଞାନିକ ନାରେ ଅର୍କିଡ କାକ୍ଟସ(orchid cactus) ନାମରେ ଜଣାଯାଏ । କାରଣ ଫୁଲଟି ଅତ୍ୟନ୍ତ ସୁନ୍ଦର ଓ କାକ୍ଟସ ଭଳି ଦେଖାଯାଏ ।

ବ୍ରହ୍ମକମଳର ଚାଷ

ହିମାଳୟରେ ମିଳୁଥିବା ବ୍ରହ୍ମକମଳ ଗଛ ଉତ୍ତରାଖଣ୍ଡର ରାଜକୀୟ ଫୁଲ । ହିମାଚଳପ୍ରଦେଶ, ଜମ୍ମୁକାଶ୍ମୀର ସମେତ କିଛି ରାଜ୍ୟରେ ଏହି ଫୁଲ ମିଳିଥାଏ । ଉତ୍ତରାଖଣ୍ଡର କିଛି ଜିଲ୍ଲାରେ ଏହାର ଚାଷୀ ହେଉଛି । ଓଡିଶାରେ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ରହ୍ମକମଳ ଫୁଲ ଚଢାଯାଏ ।

ଔଲକିକ ଶକ୍ତିରେ ପରିପୂର୍ଣ୍ଣ ବ୍ରହ୍ମକମଳ

ବ୍ରହ୍ମକମଳ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ତିବ୍ବତୀୟ ଚିକିତ୍ସା ପଦ୍ଧତିରେ ଏହାକୁ ଔଷଧୀୟ ବୋଲି କୁହାଯାଏ । ଏହି ଫୁଲ ଗଛ ବଢିବା ପାଇଁ ଅଧଇକ ପାଣିର ଆବଶ୍ୟକତା ପଡିନଥାଏ ।

ରୋଗର ରାମବାଣ ବ୍ରହ୍ମକମଳ

ଏକ ଅଧ୍ୟୟନରୁ ଜଣାଯାଇଛି ଯେ ବ୍ରହ୍ମକମଳ ଦେଖିବାକୁ ଯଦିଓ ଆକର୍ଷଣୀୟ, ହେଲେ ଏହାର ବାସ୍ନା ଅତ୍ୟନ୍ତ କଡା । ଏହି ଗୁଣ କାରଣରୁ ବ୍ରହ୍ମକମଳ ଫୁଲ ଲିଭର ଟନିକ ରୂପେ କାମ କରିଥାଏ । ଏହା ଯକୃତରେ ଫ୍ରି ରେଡିକାଲର ହାନିକାରକ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବ୍ରହ୍ମକମଳ ଫୁଲରୁ ପ୍ରସ୍ତୁତ ତରଳ ଯକୃତ ରୋଗର ଚିକିତ୍ସା ଓ ଶରୀରରେ ରକ୍ତର ମାତ୍ରା ବୃଦ୍ଧିରେ ସାହାଯ୍ୟ କରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)