Agripedia

ପରିବେଶ ଉପଯୋଗୀ ଫସଲ ଭାବେ ଓଡିଶା ରେ ଚାଷ କରାଯାଉଥିବା ଲଘୁ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ.

ମାଣ୍ଡିଆ ଉଷ୍ଣ ଜଳବାୟୁରେ ଭଲ ହୋଇଥାଏ । ମଞ୍ଜି ଗଜା ହେବାପାଇଁ ୮-୧୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଆବଶ୍ୟକ । ବାୟୁମଣ୍ଡଳରେ ହାରାହାରି ତାପମାତ୍ର ୨୬-୨୯ ଡିଗ୍ରୀ ସେଣ୍ଟିଗ୍ରେଡ ରହିଲେ ଗଛର ବୃଦ୍ଧି ଅଧିକ ହେବା ସହିତ ଭଲ ଅମଳ ମିଳିଥାଏ ।

28 November, 2024 11:32 AM IST By: Tanushree Mahapatra

ମାଣ୍ଡିଆ ଭାରତରେ ଚାଷ କରାଯାଉଥିବା ଏକ ପ୍ରମୁଖ କ୍ଷୁଦ୍ର ଶସ୍ୟ । ଏହା ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମୂଖ୍ୟ ଖାଦ୍ୟ । ମାଣ୍ଡିଆ ଶସ୍ୟରେ ପ୍ରଚୁର ପରିମାଣରେ ଖଣିଜ ଲବଣ ରହିଥାଏ । ଏଥୁରେ କ୍ୟାଲସିୟମ୍, ଲୌହ, ପୁଷ୍ଟିସାର, ତନ୍ତୁର ମାତ୍ରା ଅଧିକ ଥିବା ସହିତ ଗ୍ଲୁଟେନ ଆଦୌ ନଥାଏ । ଚର୍ବିଜାତୀୟ ପଦାର୍ଥର ମାତ୍ରା ମଧ୍ୟ କମ୍ ଥାଏ । ଅଧିକ ତନ୍ତୁ ଜାତୀୟ ପଦାର୍ଥ ଥ‌ିବାରୁ ଏହା କୋଷ୍ଟକାଠିନ୍ୟ କରେ ନାହିଁ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ମଧୁମେ, ଉଚ୍ଚ ରକ୍ତଚାପ, ଆଜମା, ଯକୃତ ଓ ହୃଦୟ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଉପଯୋଗୀ ।

ଓଡିଶା ରେ ପ୍ରାୟତଃ ସବୁ ଜିଲ୍ଲାରେ ଚାଷ ହେଉଥିବା  ମାଣ୍ଡିଆ ଖରିଫ ଋତୁରେ ପ୍ରାୟ ୫୪୪୯୫ .୮୩ ହେକ୍ଟର ଜମିରେ ଚାଷ କରାଯାଇଥାଏ । ଚାଷୀମାନେ ଅଳ୍ପ ଜମିରେ ଦେଶୀ କିସମ ଜାଗୁଳାଇ ଓ ଅଧୁକ ଜମିରେ ଭୈରବୀ ଓ ଅର୍ଜୁନ ଭଳି କିସମ ଚାଷ କରିଥାନ୍ତି ।

ଜଳବାୟୁ:-

           ମାଣ୍ଡିଆ ଉଷ୍ଣ ଜଳବାୟୁରେ ଭଲ ହୋଇଥାଏ । ମଞ୍ଜି ଗଜା ହେବାପାଇଁ ୮-୧୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଆବଶ୍ୟକ । ବାୟୁମଣ୍ଡଳରେ ହାରାହାରି ତାପମାତ୍ର ୨୬-୨୯ ଡିଗ୍ରୀ ସେଣ୍ଟିଗ୍ରେଡ ରହିଲେ ଗଛର ବୃଦ୍ଧି ଅଧିକ ହେବା ସହିତ ଭଲ ଅମଳ ମିଳିଥାଏ ।

ମୃଭିକା:-

             ମାଣ୍ଡିଆ ବିଭିନ୍ନ ଉର୍ବରତା ଥିବା ମୃଭିକାରେ ଚାଷ କରାଯାଇପାରିବ ଏବଂ ଏହା କିଛି ପରିମାଣ କ୍ଷାରତ୍ବକୁ ମଧ୍ଯ ସହିପାରେ । ବାଲିଆ ଦୋରସା ମାଟି ଏହି ଫସଲ ପାଇଁ ସର୍ବୋତକୃଷ୍ଟ । ଜଳ ନିଷ୍କାସିନ ହୋଇପାରୁଥିବା ଜମିରେ ଏହା ଭଲ ବଢ଼ିଥାଏ ।

କିସମ           

ଅବଧୂ (ଦିନ)         

ଅମଳ (କ୍ୱିଣ୍ଟାଲ/ହେକ୍ଟର)   

ଅନ୍ୟାନ୍ୟ ଗୁଣ

 

ଅର୍ଜୁନ(0EB-526)

୧୨୭                 

୨୦-୨୧                     

ଧୂସର ରଙ୍ଗର ମଞ୍ଜି, ପତ୍ର ମହିଷା, ଗଳା ମହିଷା ଓ                                                                              ଅଙ୍ଗୁଳି ମହିଷା  ଆଦି ରୋଗର ମଧ୍ୟମ ସହଣୀ ।

 

କାଳୁଆ(OEB-523)

୧୧୦-୧୧୫

୧୭-୧୮

ଧୂସର ରଙ୍ଗର ମଞ୍ଜି ମହିଷା ରୋଗ ସହଣୀ

 

ସୁଭଦ୍ରା(OUAT-2)

୧୦୫ ୧୧୦

୨୨-୨୭.୫

 

ଭୈରବୀ

୧୦୫-୧୧୦

୨୨-୨୨.୫

 

ଚିଲିକା (OEB-10)

୧୧୫-୧୨୦

୨୫-୨୭

ମହିଷା ରୋଗ ମଧ୍ୟମ ସହଣୀ, କାଣ୍ଡବିନ୍ଧା ପୋକ ସହଣୀ

 

 

ଫସଲ ଋତୁ:-

        ମାଣ୍ଡିଆ ସାଧାରଣତଃ ଖରିଫ୍ ଋତୁରେ (ଜୁନ-ସେପ୍ଟେମ୍ବର) ବର୍ଷାଜଳକୁ ବ୍ୟବହାର କରି ଚାଷ କରାଯାଇଥାଏ । ଜଳସେଚନ ସୁବିଧା ଥିବା  ଅଞ୍ଚଳରେ ଗ୍ରୀଷ୍ମଋତୁ ରେ ମଧ୍ୟ ଏହା ଚାଷ କରିଯାଇ ପାରିବ ।

ଜମି ପ୍ରସ୍ତୁତି:-

                   ଏପ୍ରିଲ କିମ୍ବା ମଇ ମାସରେ ମୋଡ଼ ପତ୍ର ଲଙ୍ଗଳରେ ଗଭୀର ହଳ କରିବା ଦରକାର । ବିହନ ବୁଣିବା ପୂର୍ବରୁ ମାଟିକୁ କଲଟିଭେଟର ସାହାଯ୍ୟରେ ଗୁଣ୍ଡକରି ଜମି ପ୍ରସ୍ତୁତ କରାଯାଏ ।

ବିହନ ପରିମାଣ:-

               ମଞ୍ଜି ବୁଣା ଯନ୍ତ୍ର ବ୍ୟବହାର କଲେ ହେକ୍ଟରପ୍ରତି ୧୦କି.ଗ୍ରା. ମଞ୍ଜି ଆବଶ୍ୟକ ହୋଇଥାଏ । ରୋଇବା ପାଇଁ ତଳି ପକାଇବାକୁ ହେଲେ ହେକ୍ଟର ପ୍ରତି ୫ କି.ଗ୍ରା. ବିହନ ବ୍ୟବହାର କରାଯାଏ ।

ବିହନ ବୁଣା:-

                    ଶେଷ ଓଡ଼ ହଳ ସମୟରେ ହେକ୍ଟର ପ୍ରତି ୫ ଟନ ସଢ଼ାଗୋବର ଖତ କିମ୍ବା କମ୍ପୋଷ୍ଟ ଆବଶ୍ୟକ । ପରିମାଣର ରାସାୟନିକ ସାର ମିଶାଇ ମଞ୍ଜି ବୁଣାଯାଇଥାଏ । ମଞ୍ଜି ବୁଣାଯନ୍ତ୍ର ସାହାଯ୍ୟରେ ଧାଡ଼ିକୁ ଧାଡ଼ି ୨୨.୫ ସେ.ମି. ବ୍ୟବଧାନରେ ମଞ୍ଜି ବୁଣାଯାଏ।

ତଳିଘରା ପ୍ରସ୍ତୁତି:-

              ଏକ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ୫୦୦ ବର୍ଗମିଟର ଆୟତନର ତଳିଘରା ଆବଶ୍ୟକ । ୪ ଫୁଟ୍ ଓସାର, ୨୫ ଫୁଟ୍ ଲମ୍ବ ଓ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ପଟାଳି ପ୍ରାୟ ୩୫ ରୁ ୩୮ ଟି ତିଆରି କରାଯାଏ । ପ୍ରତି ପଟାଳିରେ ୨-୩ ଝୁଡ଼ି ସଢ଼ାଗୋବର ଖତ, ୧କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍, ୫୦୦ ଗ୍ରାମ ପଟାସ ଓ ୭୫୦ ଗ୍ରାମ ଜିଙ୍କ୍ ସଲଫେଟ୍ ପ୍ରୟୋଗ କରାଯାଏ । ପଟାଳିରେ ପ୍ରତି ୩ ଇଞ୍ଚ ବ୍ୟବଧାନରେ ମଞ୍ଜି ବୁଣାଯାଏ । ମଞ୍ଜି ବୁଣାସିରିଲା ପରେ ଅଳ୍ପ ଖତ ଦେଇ ମଞ୍ଜିକୁ ଘୋଡାଇ ଦିଅନ୍ତୁ । ମଝିରେ ମଝିରେ ପାଣି ସିଞ୍ଚନ୍ତୁ । ବୁଣିବାର ପ୍ରାୟ ୨୫ ରୁ ୩୦ ଦିନ ମଧ୍ୟରେ ତଳି ପ୍ରସ୍ତୁତ ହୋଇଯାଇଥାଏ ।

ତଳି ରୁଆ:-

                    ସଅଳ କିସମ ଚାଷ ପାଇଁ ଧାଡ଼ିକୁ ଧାଡ଼ି ୨୦ ସେ.ମି. ଓ ବୁଦାକୁ ବୁଦା ୧୦ ସେ.ମି. ବ୍ୟବସାଧନରେ ତଳି ରୁଆ ଯାଇଥାଏ । ମଧମ କିସମ ଚାଷ ପାଇଁ ଧାଡ଼ିକୁ ଧାଡ଼ି ବ୍ୟବଧାନ ବୃଦ୍ଧି ପାଇଁ ତଳି ଗୁଡ଼ିକୁ ୫ ସେ.ମି. ଗଭୀରରେ ପୋତନ୍ତୁ ।

 ସାର ପ୍ରୟୋଗ:-

              ମୃତ୍ତିକା ପରୀକ୍ଷାର ଫଳାଫଳ ଅନୁସାରେ ରାସାୟନିକ ସାର ପ୍ରୟୋଗ କରନ୍ତୁ । ସକ ଅବଧୂର ଫସଲ ପାଇଁ ହେକ୍ଟର ପ୍ରତି ଅନୁମୋଦିତ ପରିମାଣର ଖାଦ୍ୟସାର ହେଲା-୪ ୦ କି.ଗ୍ରା. ଯବକ୍ଷାରଜାନ, ୩୦ କି.ଗ୍ରା., ଫସଫରସ୍ ଓ ୨୫ କି.ଗ୍ରା. ପଟାସ୍ । ମଧ୍ୟମ ଅବଧୂ କିସମ ପାଇଁ ହେକ୍ଟର ପ୍ରତି ୬୦ କି.ଗ୍ରା. ଯବକ୍ଷାରଜାନ, ୩୦ କି.ଗ୍ରା. ଫସଫରସ ଓ ୩୦କି.ଗ୍ରା. ପଟାସ୍ ସାର ପ୍ରୟୋଗ କରନ୍ତୁ Iସମୁଦାୟ ଯବକ୍ଷାରଜାନ ମାତ୍ରାର ୫୦ ଶତକଡ଼ା ବୁଣିବା ବା ରୋଇବା ବେଳେ ଓ ଅବଶିଷ୍ଟ ୫୦ ଶତକଡ଼ା ବୁଣିବା ବା ରୋଇବାର ୨୧ଦିନ ପରେ ପ୍ରୟୋଗ କରନ୍ତୁ । ସମୁଦାୟ ଫସଫରସ ଓ ପଟାସ ସାରକୁ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।

ଘାସ ପରିଚାଳନା:-

         ମଞ୍ଜି ବୁଣାର ୨ ଦିନ ଭିତରେ ମାଟିରେ ବତର ଥିବା ସମୟରେ ଅକ୍ସଫିଲ୍‌ରୋଫେଟ୍ @୦. ୧ଲି. ai/ହେକ୍ଟର କିମ୍ବା ଗୁଆ/ବୁଣାର ୨୦-୨୫ ଦିନପରେ  ୨,୪ D Sodium Salt@ ୦.୭୫ a.i/ହେକ୍ଟର ସ୍ପ୍ରେ କଲେ ଘାସ ନିୟନ୍ତ୍ରଣ କରାଯାଇପାରିବ ।

ଜଳ ପରିଚାଳନା:-

                  ଖରିଫ ମାଣ୍ଡିଆ ଫସଲରେ ସାଧାରଣତଃ ଜଳସେଚନର ଆବଶ୍ୟକତା ପଡ଼ିନଥାଏ । ମାତ୍ର ରବି ଓ ଗ୍ରୀଷ୍ଟ ଋତୁରେ ଚାଷ କରାଯାଉଥିବା ଫସଲରେ ମାଟିର ବତରଙ୍କୁ ଲକ୍ଷକରି ପ୍ରତି ୨୦-୨୫ ଦିନ ଅନ୍ତରରେ ଜଳସେଚନ କରାଯାଏ । କୌଣସି ପରିସ୍ଥିତିରେ ଅତ୍ୟଧିକ ଜଳସେଚନ କରନ୍ତୁ ନାହିଁ ।

ରୋଗ ପୋକ କରିଚାଳନା:-

କାଣ୍ଡବିନ୍ଧା ପୋକ:-

                    ରୋଇବାର ପୂର୍ବରୁ ହେକ୍ଟର ପ୍ରତି ଫୋରେଟ୍ ୦.କି.ଗ୍ରା. କିମ୍ବା କାର୍ବୋଫୁରାନ ୧.କି.ଗ୍ରା. ପ୍ରୟୋଗ କରନ୍ତୁ ରୋଇବାର ୨୦ ଦିନପରେ ଫିଟ୍ରୋନିଲ୍ ୫% sc ମି.ଲି. ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ଜଉପୋକ:- ଏହି ପୋକର ନିୟନ୍ତ୍ରଣ ପାଇଁ ଥାଇଓମେଥୋଜାମ ୨.୫% wg ୫ଗ୍ରାମ୍ ପ୍ରତି ୧୫ ଲିଟର ପାଣିରେ କିମ୍ବା ଇମିକାକ୍ଲୋପ୍ରିଡ଼ ୧୭.୮% si. ୫ମି.ଲି. ପ୍ରତି ୧୫ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ

ମହିଷା ରୋଗ:-

                             ମହିଷା ରୋଗର ନିୟନ୍ତ୍ରଣ ପାଇଁ ୨ ଗ୍ରାମ ଜିନେବ ୭୫% ରୁ ୧ ଲିଟର ପାଣି କିମ୍ବା ୭.୫  ଗ୍ରାମ ଟ୍ରାଇସାଇକ୍ଲାଜୋଲ ୨୨.୫୨ SC କୁ ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଟେବୁକୋନାଜୋଲ + ଟ୍ରାଇସାଇକ୍ଲାଜୋଲ ୪୦୦ ଗ୍ରାମ ବା ଆଜୋକ୍ସିଷ୍ଟ୍ରୋଵିନ୍ +ଟେବୁକୋନାଜୋଲ ୪୦୦ ଗ୍ରାମ  ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଅମଳ:-

 ହେକ୍ଟର ପିଛା ହାରାହାରି ୨୦ କ୍ୱିଣ୍ଟାଲ ମଞ୍ଜି ଅମଳ ହୋଇଥାଏ । ତାଛଡ଼ା ୬୦ ରୁ ୭୦ କ୍ୱିଣ୍ଟାଲ ନଡ଼ା ଉତ୍ପାଦିତ ହୋଇଥାଏ ।

SMI (ଶ୍ରୀ) ପ୍ରଣାଳୀରେ ମାଣ୍ଡିଆ ଋଷ

       ଏହି ପ୍ରଣାଳୀରେ ବିହନ ଅଳ୍ପ ପରିମାଣ ଓ ବିଭିନ୍ନ ଉପାଦାନ ଅଳ୍ପ ମାତ୍ରାରେ ଆବଶ୍ୟକ ପଡ଼େ । ମାତ୍ର ଏକର ପ୍ରତି ୧.୫ କି.ଗ୍ରା. ବିହନକୁ ଜୀବାମୃତ ସହିତ ଉପଚାର କରି ୪୦ ବର୍ଗ ମିଟର ତଳି ଘରାରେ ପକାନ୍ତୁ ଏବଂ ୧୦-୧୨ ଦିନର ତଳି ଅର୍ଥାତ- ୨-୪ ପତ୍ର ବିଶିଷ୍ଟ ତଳିକୁ ମୂଖ୍ୟ କିଆରୀରେ ୧୨ ଇଂଚ ବ୍ୟାବଧାନରେ ଗୋଟିଏ ବୁଦାରେ ଗୋଟିଏ ତଳିକୁ ସିଧା ଭାବରେ ଲଗାନ୍ତୁ । ଏହି ପ୍ରଣାଳୀରେ ଅଧିକ ଅମଳ ହୋଇଥାଏ । ମାଣ୍ଡିଆ ବା Millet ଫସଲକୁ ଜଳବାୟୁ ପରିବର୍ତନ ନିରୋଧକ ଫସଲ ମଧ୍ୟ କୁହାଯାଇଥାଏ ।

Author:- ବିପିନ କୁମାର ପ୍ରଧାନ

ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )

ଅମିତ ଫୋଂଗଲ୍ସା

ଉପନିର୍ଦେଶକ ସମ୍ପ୍ରସାରଣ (ମୂର୍ତ୍ତିକା ବିଜ୍ଞାନ )

ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ