Agripedia

ଛତୁରେ ପ୍ରସ୍ତୁତ ଫରମେଣ୍ଟଡ଼ ମଦ

ତାଜା ଛତୁରେ ପ୍ରସ୍ତତ ମଦର ଏକ ସ୍ୱତନ୍ତ୍ର ସ୍ୱାଦ ରହିଥାଏ l ଟିକେ ଅଧିକ ମଧୁରତା ସାଙ୍ଗକୁ ଏଥିରେ ଟିକେ ସୁଗନ୍ଧିତ ମାଟିର ବାସ୍ନା ରହିଥାଏ l ଏଥିରେ ଥିବା ଉଚ୍ଚ ବିଟା-ଡି-ଗ୍ଲୁକାଗନ୍ (beta-D-glucan )ରହିଛି ଯାହା କର୍କଟ ରୋଗର ସମସ୍ୟାକୁ ନିୟନ୍ତ୍ରଣ କରିବୋଲି ଅନୁମାନ କରାଯାଏ lଏହା ଏକ କମ କ୍ୟାଲୋରୀ ଯୁକ୍ତ (low calories)ମଦ ଯାହା ଶରୀର ପାଇଁ ପୁଷ୍ଟିକର ମଧ୍ୟ | ଏକ ସନ୍ତୁଳିତ ଖାଦ୍ୟରୂପେ ଜଣାଶୁଣା ଏହି ଛତୁ ମଦକୁ ବ୍ୟାୟାମ ସହିତ ଆପଣଙ୍କ ଡାଏଟରେ ବ୍ୟବହାର କଲେ ଶୀଘ୍ର ଓଜନ ହ୍ରାସ ପାଇଥାଏ |

06 March, 2023 10:45 AM IST By: Omkar Mohanty

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ମଦ ଉପଲବ୍ଧ l ସାଧାରଣତ ମଦ ଗହମ,ଆଳୁ,ଅଙ୍ଗୁର,ବାଜରାରୁ ପ୍ରସ୍ତୁତ ହୁଏ କିନ୍ତୁ ଆପଣମାନେ ନିକଟରେ ଲୋକଙ୍କର ପ୍ରିୟ ହୋଇଥିବା ଛତୁରୁ ପ୍ରସ୍ତୁତ ମଦ (mushroom wine ) ବିଷୟରେ ଜାଣିଛନ୍ତି କି ?ଛତୁରୁ ପ୍ରସ୍ତୁତ ଏହି ମଦରେ ଫଳର ସ୍ୱାଦ ଓ ମଧୁରତା ରହିଛି l

ପ୍ରାଚୀନ କାଳରେ ମଦ ଛତୁରୁ ପ୍ରସ୍ତୁତ କରାଯାଉଥିଲା କିନ୍ତୁ ପରବର୍ତୀ ସମୟରେ ଅଙ୍ଗୁରରୁ ପ୍ରସ୍ତୁତ ମଦର ଚାହିଦା ବଢ଼ିବାରୁ ଏହାର ବ୍ୟବହାର କମିଯାଇଥିଲା lଏବେ ମଧ୍ୟ ଆମଦେଶରେ କିଛି ନିର୍ଦ୍ଦିଷ୍ଟ ଦୋକାନରେ ଏହି ଛତୁ ମଦ ମିଳିଥାଏ lକିନ୍ତୁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଛୋଟ ଟିପ୍ସ ଏବଂ କୌଶଳ  ସହିତ ଘରେ ଛତୁ ମଦ ପ୍ରସ୍ତୁତ କରିବା ବହୁତ ସହଜ |

କୁଟା ବା ନାଡା ଛତୁ ପରି ଛତୁ ବ୍ୟବହାର କରିବା ପରିବର୍ତ୍ତେ, ଅନ୍ୟ ଛତୁରୁ ମଧ୍ୟ ଏହି ମଦ ପ୍ରସ୍ତୁତ କରାଯାଇପାରିବ lସବୁଠାରୁ ଶକ୍ତିଶାଳୀ ଛତୁ ମଦ ପ୍ରଥମେ ଇଟାଲୀଦେଶରେ ଦେଖିବାକୁ ମିଳିଥିଲା l

ଛତୁରେ ପ୍ରସ୍ତତ ମଦର କ'ଣ ରହିଛି ପ୍ରକୃତ ସ୍ୱାଦ ?

ତାଜା ଛତୁରେ ପ୍ରସ୍ତତ ମଦର ଏକ ସ୍ୱତନ୍ତ୍ର ସ୍ୱାଦ ରହିଥାଏ l ଟିକେ ଅଧିକ ମଧୁରତା ସାଙ୍ଗକୁ ଏଥିରେ ଟିକେ ସୁଗନ୍ଧିତ ମାଟିର ବାସ୍ନା ରହିଥାଏ l

ଛତୁ ମଦର ସ୍ଵାସ୍ତ୍ୟ ଉପଯୋଗିତା 

ଏଥିରେ ଥିବା ଉଚ୍ଚ ବିଟା-ଡି-ଗ୍ଲୁକାଗନ୍  (beta-D-glucan )ରହିଛି ଯାହା କର୍କଟ ରୋଗର ସମସ୍ୟାକୁ ନିୟନ୍ତ୍ରଣ କରିବୋଲି ଅନୁମାନ କରାଯାଏ lଏହା ଏକ କମ କ୍ୟାଲୋରୀ ଯୁକ୍ତ (low calories)ମଦ ଯାହା ଶରୀର ପାଇଁ ପୁଷ୍ଟିକର ମଧ୍ୟ | ଏକ ସନ୍ତୁଳିତ ଖାଦ୍ୟରୂପେ ଜଣାଶୁଣା ଏହି ଛତୁ ମଦକୁ  ବ୍ୟାୟାମ ସହିତ ଆପଣଙ୍କ ଡାଏଟରେ ବ୍ୟବହାର କଲେ ଶୀଘ୍ର ଓଜନ ହ୍ରାସ ପାଇଥାଏ | ଏହି ମଦର ସେବନ ଦ୍ୱାରା ମଧୁମେହ ରୋଗର  ବିକାଶ ,ଉଚ୍ଚ ରକ୍ତଚାପ (high blood pressure) ଏବଂ ଅନ୍ୟାନ୍ୟ ମେଟାବୋଲିକ୍ ରୋଗର ସୁଯୋଗକୁ ହ୍ରାସ କରିପାରେ।

ଆସନ୍ତୁ ଜାଣିବା କେମିତି ସହଜରେ ପ୍ରସ୍ତୁତ କରିହବ ଛତୁମଦ

ଆବଶ୍ୟକୀୟ ଉପାଦାନଗୁଡିକ :

  • 1 କିଲୋଗ୍ରାମ ବଟନ୍ ଛତୁ ( Button Mushrooms)
  • 1 କିଲୋଗ୍ରାମ ବାଦାମୀ ଚିନି (brown sugar)
  • 400g ଧଳା ଚିନି ଗୁଣ୍ଡ
  • ଜଳ (1 ଗ୍ୟାଲନ୍)
  • ମାର୍ମାଇଟ୍ (ଏକ ଟେବୁଲ ଚାମଚ) (Marmite)
  • ଇଷ୍ଟ ପାଉଡର (ଏକ ଚାମଚ) (Yeast)

ମଦ ତିଆରି କରିବାର ପଦ୍ଧତି:

ପ୍ରଥମେ ଭଲ ,କଳା ନ ପଡିଥିବା  ସତେଜ ବଟନ୍ ଛତୁ ସଂଗ୍ରହ କରନ୍ତୁ l ଏଥିରେ ପ୍ରସ୍ତୁତ ମଦ ପୁରା ସ୍ଵଛ ହୋଇଥିବାରୁ କଳା ଛତୁର ମଧ୍ୟ ପ୍ରଭାବ କିଛି ପଡି ନଥlଏ  lବଟନ୍ ଛତୁ, 1.4 କିଲୋଗ୍ରାମ ଚିନି, ଏକ କପ୍ ଉତ୍ତମ ଚା, ଏବଂ ମାର୍ମାଇଟ୍ (ଏକ ଟେବୁଲ ଚାମଚ) (Marmite) ଏକ ପାତ୍ରରେ ମିଶାନ୍ତୁ |ମାର୍ମାଇଟ୍ ମଦକୁ ଏକ ସ୍ୱତନ୍ତ୍ର ଫ୍ଲେଭର ଦେଇଥାଏ lପlତ୍ରକୁ ଭଲଭାବେ କପଡ଼ାରେ 3 ଦିନ ପର୍ଯ୍ୟନ୍ତ ଘୋଡ଼ନ୍ତୁ ,ପ୍ରତେକଦିନ ମିଶ୍ରଣକୁ ଭଲଭାବେ ମିଶାନ୍ତୁ l ଉପର ପାଣିକୁ 3 ଦିନ ପରେ ଛାଣି ଆପଣ ମଦ ରୂପରେ ବ୍ୟବହାର କରିପାରିବେ l

 

ଘରେ ବନାନ୍ତୁ ରାଗି ମୋଦକ ,ଗଣେଷ ହୋଇଯିବେ ପ୍ରସନ୍ନ

ଭାରତର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଡ୍ରୋନ୍ "କୃଷି ଭିମାନ"

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)