Agripedia

ଜାତୀୟ ପ୍ରାଣୀସମ୍ପଦ ନିୟୋଗରେ କୃଷକମାନେ ହେବେ ଲାଭବାନ୍

ଆର୍ଥିକ ବର୍ଷ ୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା

11 October, 2021 2:40 PM IST By: KJ Staff

ଆର୍ଥିକ ବର୍ଷ ୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ । ନିୟୋଗର ଲକ୍ଷ-କୁକୁଡା ଚାଷ ସହ ପ୍ରାଣୀ ସମ୍ପଦର ଉନ୍ନତି ଓ ବିକାଶ । ବର୍ଦ୍ଧିତ ଆୟତନ ରେ ଉତ୍ତମ ଘାସ ଚାଷ କରି, ବୈଷୟିକ ଜ୍ଞାନର ଉପଯୋଗ, ବିସ୍ତାର, ଅମଳ-ପର ପରିଚାଳନା ଏବଂ ପ୍ରକ୍ରିୟାକରଣ, ବିବିଧ କୃଷି-ଜଳବାୟୁ ସହ ତାଳମେଳ ରକ୍ଷା କରି  ଘାସ ଚାଷ ଓ ପ୍ରାଣୀଖାଦ୍ୟ କ୍ଷେତ୍ର ରେ ଉପଲବ୍ଧତା ବୃଦ୍ଧି କରିବା କୃଷକମାନଙ୍କ ସମ୍ପୃକ୍ତି ଏବଂ ଦୁଗ୍ଧ ଉତ୍ପାଦକ ଓ କୃଷକ ସମବାୟ ତଥା ବିହନ ନିଗମ ଓ ବେସରକାରୀ ଉତ୍ପାଦଙ୍କ ମାନଙ୍କ ସହିତ  ପ୍ରଭାବୀ ବିହନ ଉତ୍ପାଦନ ଶୃଙ୍ଖଳା (ନାଭିକେନ୍ଦ୍ର-ପ୍ରଜନକ-ଆଧାର-ପ୍ରାମାଣୀକୃତ-ସଠିକ୍) ଦ୍ଵାରା ଉନ୍ନତ ଘାସ ଓ ବିହନ ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ।

ପ୍ରାଣୀ ସମ୍ପଦ ବିକାଶ ପାଇଁ ଚାଲୁଥିବା ଯୋଜନା ଓ ହିତାଧିକାରୀଙ୍କ ମଧ୍ୟରେ ସମ୍ମିଳନୀ ପ୍ରତିଷ୍ଠା । ପ୍ରାଣୀ ପୋଷାହାର ଏବଂ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରଯୁକ୍ତ ଗବେଷଣାକୁ ପ୍ରୋତ୍ସାହନ । ଚାଷୀ ମାନଙ୍କର ଏକ ସଶକ୍ତ ବିସ୍ତାର ସାଧନ ଦ୍ଵାରା ରାଜ୍ୟର ପଦାଧିକାରୀ ଏବଂ ପ୍ରାଣୀସମ୍ପଦ ମାଲିକ ମାନଙ୍କ କ୍ଷମତା ବର୍ଦ୍ଧନ । ଉତ୍ପାଦନ ଖର୍ଚ୍ଚ କମ୍ କରିବା ତଥା ପ୍ରାଣୀସମ୍ପଦ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ କୌଶଳ ଭିତ୍ତିକ ତାଲିମ ଓ ବୈଷୟିକ ଜ୍ଞାନକୁ ପ୍ରୋତ୍ସାହନ । ଚାଷୀ/ ଚାଷୀ ସମୂହ ଓ ସମବାୟ ଗୁଡିକ ସହ ମିଳିତ ଭାବେ ସଂରକ୍ଷଣ ଓ ସ୍ଵଦେଶୀ ପ୍ରଜାତୀୟ ପ୍ରାଣୀଙ୍କ ଆନୁବଂଶିକ ଉନ୍ନତି କ୍ଷେତ୍ରରେ (କେବଳ ଅନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଜାତି ମାନଙ୍କୁ ଛାଡି) ଉପକ୍ରମ ଗୁଡିକୁ ପ୍ରୋତ୍ସାହନ । ପ୍ରାଣୀ ସମ୍ପଦ ମାଲିକ, କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ଉତ୍ପାଦକ କମ୍ପାନୀ ଚାଷୀ ସମୂହ ଓ ସମବାୟ ଗଠନ କୁ ପ୍ରୋତ୍ସାହନ ଦେବା ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)