Agripedia

୨୦୨୩ କୁ ବିଶ୍ୱ ପାଳିବ ମିଲେଟ ବର୍ଷ

ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟ ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି । ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଈବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର । ପ୍ରଥମେ ଗାଁ ଗହଳି ରେ ମିଲେଟ ବା ରାଗି ଖାଇବାକୁ ଲୋକ ଭଲ ପାଉଥିଲେ କିନ୍ତୁ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି । ଆଉ ଏବେ ଏହାର ପ୍ରଚାର ପ୍ରସାର ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି ।

02 November, 2022 3:15 PM IST By: KJ Staff

ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟ (millet )ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି  । ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଈବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର  । ଛୋଟ ଛୁଆ ରୁ ବୃଦ୍ଧ ତଥା ଗର୍ଭସ୍ଥ ମାଁ ମାନଙ୍କ ପାଇଁ ଏ ବେ ଏହା ଲାଭମାନ ହୋଇଛି  । ପ୍ରଥମେ ଗାଁ ଗହଳି ରେ ମିଲେଟ ବା ରାଗି ଖାଇବାକୁ ଲୋକ ଭଲ ପାଉଥିଲେ କିନ୍ତୁ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି  । ଆଉ ଏବେ ଏହାର  ପ୍ରଚାର ପ୍ରସାର ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି  । ଓଡିଶା ସରକାର ଏବେ ଏହାକୁ ଛୋଟ ପିଲାଙ୍କ ମଧ୍ୟାନ ବଖାଦ୍ୟ ରେ ସାମିଲ କରିଛନ୍ତି  ।  ଏହାର ପ୍ରଚାର ପ୍ରସାର ଲାଗି ଓଡିଶା ରାଜ୍ୟ ସରକାର (odisha govt )ଏହାକୁ ଏବେ ମିଶନ ଶକ୍ତିରେ ସାମିଲ  କରିଛନ୍ତି  । 

ଓଡ଼ିଶାର ଅନେକ ସ୍ଥାନରେ ମାଣ୍ଡିଆ ଚାଷ ହୋଇଥାଏ ହେଲେ କୋରାପୁଟ ମାଣ୍ଡିଆର( koraput millet ) ରହିଛି ବିଶେଷ ସ୍ୱତନ୍ତ୍ରତା । କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆରେ ଅଧିକା ପୋଷକତତ୍ୱ(protin) ରହୁଥିବା କୁହନ୍ତି ବିଶେଷଜ୍ଞ । ଯାହା ଅନ୍ୟ କେଉଁଠି ମିଳେନାହିଁ । ଏଥିରେ ଭରପୁର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ତେଣୁ ଏହାର ଉତ୍ପାଦନ ବଢ଼ାଇ କୋରାପୁଟକୁ ମାଣ୍ଡିଆର ହବ୍ (millet hub ) କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଓଡିଶା ରାଜ୍ୟ ସରକାର । ପୂର୍ବରୁ କୋରାପୁଟରେ ଲୋକେ ସେମାନଙ୍କ ଆବଶ୍ୟକତା ଅନୁସାରେ ଚାଷ କରୁଥିଲେ । ପରିବାର ପାଇଁ ଯେତିକି ଦରାକାର ସେତିକି ଚାଷ କରୁଥିଲେ ଚାଷୀ । ଏହାର ଗୁଣ ଓ ପୋଷକ ତତ୍ୱ ଜାଣିବା ପରେ ଏବେ ଏହି ମାଣ୍ଡିଆର ଚାହିଦା ବଢିବା ସହିତ ବ୍ୟବସାୟର ବାଟ ଖୋଲିଛି ।

ତେବେ  ଆସନ୍ତା ବର୍ଷକୁ ବିଶ୍ବ ମିଲେଟ ବର୍ଷ (world millet year ) ଭାବେ ପାଳନ କରାଯିବ । ବର୍ଷ ଶେଷ ଯାଏଁ କଲେଜ, ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଜଳଖିଆରେ ମିଲେଟ୍ ସାମିଲ କରିବାଠୁ ମାରାଥନ୍, ସାଇକେଲ୍ ରାଲି, ପୋଷ୍ଟର ପ୍ରତିଯୋଗିତା, ୟୁଜିସି ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜାତିସଂଘ ପାଖରେ ବିଶ୍ବ ମିଲେଟ୍ ବର୍ଷ ପ୍ରସ୍ତାବ ଭାରତ ରଖିଥିବାରୁ, ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଉ ଏହା ପୂର୍ବରୁ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ ହୋଇଥିବାରୁ, ବିଶ୍ବ ମିଲେଟ ବର୍ଷ ପାଳନରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ (UN)। ଏହାର ସଫଳତା ପାଇଁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ୟୁଜିସି ।

ଆସନ୍ତା ବର୍ଷ ନଭେମ୍ବରରେ ମିଲେଟ ବଜାର କରି କ୍ଷୁଦ୍ର ଶସ୍ୟକୁ ଖୋଲା ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରିବା ଦାୟିତ୍ବ ବି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ମିଳିଛି । ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ମିଲେଟ୍‌ର ବିଭିନ୍ନ ଦିଗ ନେଇ ସର୍ଭେ କରିବେ । ଏହାର ପୁଷ୍ଟିଗତ ଦିଗ ସଂପର୍କରେ ସମସ୍ତଙ୍କୁ ଅବଗତ କରିବା ପାଇଁ ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ପ୍ରକଳ୍ପ ପ୍ରସ୍ତୁତ କରାଯିବ ।

ଓୟୁଏଟି (OUAT)ପକ୍ଷରୁ ଚାଷୀଙ୍କୁ ମିଲେଟ୍ ଚାଷ ପାଇଁ ନୂତନ ଜ୍ଞାନକୌଶଳ ସହ ପରିଚିତ କରାଯାଉଛି । ମାଣ୍ଡିଆ, ସୁଆଁ, ବାଜରା, ଜହ୍ନା ଓ ବିଲସୁଆଁ ଭଳି ମିଲେଟର ବିଭିନ୍ନ କିସମ ପ୍ରସ୍ତୁତ କରିଛି ଓୟୁଏଟି । ମାଣ୍ଡିଆର ୭ଟି କିସମ (types)ପ୍ରସ୍ତୁତ ହୋଇଥିବା ବେଳେ ସୁଆଁର ୫ଟି କିସମ ପ୍ରସ୍ତୁତ କରି ଚାଷ କରାଯାଉଛି । ରାଗି ଥ୍ରେସର୍ ଜରିଆରେ ଏକ ଘଣ୍ଟାରେ ୯୦ କିଲେଗ୍ରାମ ମାଣ୍ଡିଆକୁ ଅମଳ କରି ଚୋପା ଛଡ଼ାଯାଉଛି । ଯାହା ସମୟ ସହ ଖର୍ଚ୍ଚ କମାଉଛି । ଏଯାଏଁ ୮୦୦ ରାଗି ଥ୍ରେସର ଓୟୁଏଟି ପକ୍ଷରୁ ଏସଏଚଜିଙ୍କୁ ଦିଆଯାଇଛି ।

 

ମିଲେଟ ବୁଣିବା ପାଇଁ ସିଡ ଡ୍ରିଲ ମେସିନ ନିର୍ମାଣ ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସବୁ ବର୍ଗର ମିଲେଟ ଯେପରି ଗୋଟାଏ ଥ୍ରେସରରେ ଅମଳ କରାଯାଇ ପାରିବ, ସେ ଦିଗରେ ବି କାମ ଚାଲିଛି । ଏଥିପାଇଁ ମିଲେଟକୁ ପ୍ରୋତ୍ସହନ ଦେବା ଦିଗରେ ଓଡ଼ିଶା ସରକାର ବାରମ୍ବାର ନେଉଥିବା ପଦକ୍ଷେପକୁ ବିଶ୍ବ ଦରବାରରୁ ପ୍ରଶଂସା ମିଳୁଛି । ଓଡ଼ିଶାର ଆଦିବାସୀ ଅଂଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୁଷ୍ଟିଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟ ସରକାର(Odisha govt ) ‘ଓଡ଼ିଶା ମିଲେଟ୍ ମିଶନ’(Odisha mileet mission ) ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୨୦୧୭ରୁ ଆରମ୍ଭ କରିଛନ୍ତି ।

ମାଣ୍ଡିଆର କେତେ ପ୍ରକାର ନାଁ ଅଛି ଜାଣିଛନ୍ତି କି ?

ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷକୁ ବ୍ୟାପକ ସ୍ତରରେ ପହଞ୍ଚାଇାକୁ MoU ସ୍ବାକ୍ଷର କଲେ କୃଷିମନ୍ତ୍ରଣାଳୟ ଓ NAFED

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)