କପା ଆମ ଦେଶର ଏକ ଅର୍ଥକାରୀ ଫସଲ ଅଟେ l ଉଦ୍ୟୋଗ ଓ ଉପଯୋଗୀତା ଦୃଷ୍ଟିରୁ ଦେଖିଲେ ଏହାର ଆମ ଦେଶର ଅର୍ଥନୀତିରେ ପ୍ରମୁଖ ଭୂମିକା ରହିଛି l କପା ଚାଷ ପାଇଁ ଜଳବାୟୁ, ମାଟି, ଜମିର ପ୍ରସ୍ତୁତି,କିସମ, ମଞ୍ଜି, ମଞ୍ଜିର ପରିମାଣ, ମଞ୍ଜିର ଉପଚାର, ମଞ୍ଜି ବୁଣିବା ଓ ଜଳ ସେଚନର ଗୁରୁତ୍ୱ ରହିଛି ସେହି ପରିମାଣର ଗୁରୁତ୍ୱ ଉର୍ବରକ ଓ କୀଟନାଶକର ମଧ୍ୟ ରହିଛି l ଯଦି ଫସଲରେ କୀଟ ନିୟନ୍ତ୍ରଣ ପ୍ରତି ଧ୍ୟାନ ଦିଆଯାଏ ନାହିଁ, ତେବେ ଏହାର ସିଧାସଳଖ ପ୍ରଭାବ ଫସଲ ଅମଳ ଉପରେ ପଡିଥାଏ l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କପା ଫସଲରେ କୀଟ ନିୟନ୍ତ୍ରଣ ପାଇଁ ପକ୍ଷୀମାନଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ l ତେବେ ଆସନ୍ତୁ ଏହି ଲେଖାରୁ ଜାଣିବା ଯେ, କପା ଫସଲରେ କୀଟ ନିୟନ୍ତ୍ରଣ ପାଇଁ ପକ୍ଷୀର ଭୂମିକା କେମିତି ରହିଛି l
ପକ୍ଷୀମାନଙ୍କ ଦ୍ୱାରା କୀଟ ନିୟନ୍ତ୍ରଣ
କପା ଫସଲରେ କୀଟ ନିୟନ୍ତ୍ରଣ କରିବାରେ ପକ୍ଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି l ଏଥି ପାଇଁ ପକ୍ଷୀମାନଙ୍କୁ ଆକର୍ଷିତ କରିବା ପାଇଁ ଚାଷୀ ଭାଇମାନେ T ଆକାରର ଆଣ୍ଟିନା ପ୍ରସ୍ତୁତ କରିଥାନ୍ତି l ଯାହା ଫଳରେ ପକ୍ଷୀମାନେ ସେହି T ଆକାରର ଆଣ୍ଟିନା ଉପରେ ବସିଥାନ୍ତି ଓ କ୍ଷେତରେ ଥିବା କୀଟ ଓ ଲାର୍ଭାକୁ ଉଠାଇ ନେଇଥାନ୍ତି l ଏହି ପ୍ରକ୍ରିୟା ଦ୍ୱାରା କପା ଫସଲର ୨୦-୩୦ ପ୍ରତିଶତ କୀଟ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିଥାଏ l
କପା ଫସଲର ବିଭିନ୍ନ ଉତ୍ପାଦନରେ ଯୋଗଦାନ
୧. ଘରୋଇ ଉତ୍ପାଦରେ ଏହାର ଯୋଗଦାନ ୩ ପ୍ରତିଶତ ଅଟେ l
୨. ବିଭିନ୍ନ ଔଦଗୀକ ଉତ୍ପାଦରେ ଏହାର ଯୋଗଦାନ ୧୪ ପ୍ରତିଶତ ଅଟେ l
୩. ରୋଜଗାର କ୍ଷେତ୍ରରେ ଏହାର ଯୋଗଦାନ ୧୮ପ୍ରତିଶତ ଅଟେ l
କପା ଉତ୍ପାଦନ କରୁଥିବା ବିଭିନ୍ନ ଦେଶ
ଭାରତର ସବୁଠାରୁ ଅଧିକ କପା ଉତ୍ପାଦନ ଗୁଜୁରାଟ ରାଜ୍ୟରେ କରାଯାଇଥାଏ l କପାରୁ ମିଳୁଥିବା ତୁଳାରୁ ପ୍ରସ୍ତୁତ ସୂତାକୁ ବିଭିନ୍ନ ପୋଷାକ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ l
୧. କପାର ବ୍ୟବହାର ପୋଷାକ ପ୍ରସ୍ତୁତି ଉଦ୍ୟୋଗରେ କରାଯାଇଥାଏ l ଏହା ଅଧିକ ସଂଖ୍ୟକ ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ l ୧ ଟନ କପା ପ୍ରାୟ ୫-୬ ଲୋକଙ୍କୁ ପୁରା ଏକ ବର୍ଷର ରୋଜଗାର ପ୍ରଦାନ କରିଥାଏ l
୨. ବିଶ୍ୱର କେବଳ ୨.୧ କୃଷି ଉପଯୋଗୀ ଭୂମିରେ କପା ଚାଷ କରାଯାଇଥାଏ l
୩. ବର୍ତ୍ତମାନ କପାର ଫସଲ ବହୁତ ଅଞ୍ଚଳରେ କରାଯାଉଛି ଓ କପାର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି l
ଭାରତରେ କପାର ବର୍ତ୍ତମାନ ସ୍ଥିତି
୧. କପା ଭାରତରେ କରାଯାଉଥିବା ଅର୍ଥକାରୀ ଫସଲମାନଙ୍କ ମଧ୍ୟରୁ ଅନ୍ୟତମ l
୨. ଭାରତ କପା ଉତ୍ପାଦନରେ ବିଶ୍ୱରେ ଦ୍ଵିତୀୟ ସ୍ଥାନରେ ରହିଛି l