Agripedia

ଆପଣ ହାତ ତିଆରି କୀଟନାଶକ ବିଷୟରେ ଜାଣନ୍ତୁ

ଆମର ପାକଶାଳା ବଗିଚାର ଗଛ ହେଉ ବା ଘର ସଜାଇବା ପାଇଁ କୁଣ୍ଡରେ ଲାଗିଥିବା ଗଛ ହେଉ ବେଳେ ବେଳେ ସେଗୁଡ଼ିକୁ କୀଟ ପତଙ୍ଗଗୁଡ଼ିକ ଆକ୍ରମଣ କରିଥାନ୍ତି l ସେହି କଅଁଳ ଛନ ଛନ ସବୁଜ ଚାରାଟି ମନକୁ ପୁଲକିତ କରେ l ଯେତେବେଳେ ସେହି ଚାରା ଗଛକୁ ପୋକ ଆକ୍ରମଣ କରିଥାଏ ଏହା ଦ୍ୱାରା ଗଛଟି ବିବର୍ଣ୍ଣ ଏବଂ ବିକୃତ ହୋଇଯାଏ l ଏପରି ପରିସ୍ଥିତିରେ ଆମେ ବଜାରରୁ ରାସାୟନିକ କୀଟନାଶକ କିଣି ଆଣି ପ୍ରୟୋଗ କରିଥାଉ l ଏପରି କ୍ଷେତ୍ରରେ ଆମେ ଘରେ ମଧ୍ୟ କେତେଗୋଟି ପ୍ରଭାବଶାଳୀ କୀଟନାଶକ ପ୍ରସ୍ତୁତ କରିପାରିବା ଏବଂ କୀଟପତଙ୍ଗଙ୍କୁ ଦମନ କରିପାରିବା l ଆସନ୍ତୁ ଆଜି ଆଲୋଚନା କରିବା କେତେଗୁଡ଼ିଏ ହାତ ତିଆରି କୀଟନାଶକ ସମ୍ପର୍କରେ l

22 January, 2021 10:37 AM IST By: Sugyan Kumar Nayak

ଆମର ପାକଶାଳା ବଗିଚାର ଗଛ ହେଉ ବା ଘର ସଜାଇବା ପାଇଁ କୁଣ୍ଡରେ ଲାଗିଥିବା ଗଛ ହେଉ ବେଳେ ବେଳେ ସେଗୁଡ଼ିକୁ କୀଟ ପତଙ୍ଗଗୁଡ଼ିକ ଆକ୍ରମଣ କରିଥାନ୍ତି l ସେହି କଅଁଳ ଛନ ଛନ ସବୁଜ ଚାରାଟି ମନକୁ ପୁଲକିତ କରେ l  ଯେତେବେଳେ ସେହି ଚାରା ଗଛକୁ ପୋକ ଆକ୍ରମଣ କରିଥାଏ ଏହା ଦ୍ୱାରା ଗଛଟି ବିବର୍ଣ୍ଣ ଏବଂ ବିକୃତ ହୋଇଯାଏ l ଏପରି ପରିସ୍ଥିତିରେ ଆମେ ବଜାରରୁ ରାସାୟନିକ କୀଟନାଶକ କିଣି ଆଣି ପ୍ରୟୋଗ କରିଥାଉ l ଏପରି କ୍ଷେତ୍ରରେ ଆମେ ଘରେ ମଧ୍ୟ କେତେଗୋଟି ପ୍ରଭାବଶାଳୀ କୀଟନାଶକ ପ୍ରସ୍ତୁତ କରିପାରିବା ଏବଂ କୀଟପତଙ୍ଗଙ୍କୁ ଦମନ କରିପାରିବା l ଆସନ୍ତୁ ଆଜି ଆଲୋଚନା କରିବା କେତେଗୁଡ଼ିଏ ହାତ ତିଆରି କୀଟନାଶକ ସମ୍ପର୍କରେ l 

ଏହି ହାତ ତିଆରି କୀଟନାଶକଗୁଡ଼ିକ ନିରାପଦ ଏବଂ ପରିବେଶ ଉପଯୋଗୀ ଅଟନ୍ତି l ଏହାର ପ୍ରୟୋଗ ସମୟରେ ଏହା ଚାରିପାଖର ଉଦ୍ଭିଦ କିମ୍ବା ପ୍ରାଣୀଙ୍କ ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପକାଇ ନଥାଏ l

ସାବୁନ ସ୍ପ୍ରେ-  ଏହା ଗୋଟିଏ ବହୁତ ଜଣାଶୁଣା ଘରୋଇ କୀଟନାଶକ ଅଟେ ଏବଂ ଏହାକୁ କୀଟ ନିୟନ୍ତ୍ରଣ ନିମନ୍ତେ ବହୁଳ ମାତ୍ରାରେ ବ୍ୟବହାର କରାଯାଏ l ଗୋଟିଏ ପାତ୍ରରେ ଛ କପ ପାଣି ଆଣି ସେଥିରେ ଦୁଇ ଚାମଚ ବାସନମଜା ଲିକ୍ୱିଡ ଆଣନ୍ତୁ l ସେଥିରେ କେଇ ବୁନ୍ଦା ଲେମ୍ବୁ କିମ୍ବା କମଳା ତେଲ ପକାନ୍ତୁ l ଏହି ମିଶ୍ରଣକୁ ଗୋଟିଏ ବୋତଲରେ ଭର୍ତି କରି ସିଞ୍ଚନ କରନ୍ତୁ l କୀଟ ଆକ୍ରାନ୍ତ ଗଛଗୁଡ଼ିକର ପତ୍ରରେ ଭଲ ଭାବରେ ସିଞ୍ଚନ କରନ୍ତୁ l

ରସୁଣ-ଲଙ୍କା ସ୍ପ୍ରେ- ରସୁଣ ଯେପରି ବହୁତ ଦରକାରୀ ହୋଇଥାଏ ସେହିଭଳି ଭାବରେ ଘରୋଇ କୀଟନାଶକ ପ୍ରସ୍ତୁତିରେ ବହୁତ ଉପଯୋଗୀ ଅଟେ l ଯେ କୌଣସି ଉପାଦାନରେ ରସୁଣ ମିଶାଇ କୀଟନାଶକ ପ୍ରସ୍ତୁତ କରିଲେ କୀଟନାଶକ ବହୁତ ପ୍ରଭାବଶାଳୀ ଏବଂ ଫଳପ୍ରଦ ହୋଇଥାଏ l ରସୁଣ ଏବଂ ଲଙ୍କାକୁ ପେଷ୍ଟ କରି ମିଶାଇ ଦିଅନ୍ତୁ l ଗୋଟା ଲଙ୍କା କିମ୍ବା ଲଙ୍କା ଗୁଣ୍ଡ ବ୍ୟବହାର କରିପାରିବେ l ଏହି ମିଶ୍ରଣରେ ଗୋଟିଏ କପ ପାଣି ଢାଳି ଗୋଟିଏ ରାତି ରଖିଦିଅନ୍ତୁ l ଏହି ମିଶ୍ରଣକୁ ଛାଣି ଗୋଟିଏ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ l  ଦରକାର ସମୟରେ ଏହି ମିଶ୍ରଣକୁ ସ୍ପ୍ରେ କରନ୍ତୁ l ଆପଣ ଏଥିରେ ବାସନମଜା ଲିକ୍ୱିଡ କେଇ ଟୋପା ମିଶାଇ ପାରନ୍ତି l

ଖାଇବା ସୋଡ଼ା-  ଏହା ମଧ୍ୟ ଗୋଟିଏ ଉପାଦେୟ କୀଟନାଶକ ଅଟେ l ଏହାକୁ ଘରେ ସହଜରେ ପ୍ରସ୍ତୁତ କରାଯାଇପାରିବ l ଗୋଟିଏ କପ ଗରମ ପାଣିରେ ଗୋଟିଏ ଚାମଚ ଖାଇବା ସୋଡ଼ା ମିଶାନ୍ତୁ l ଏହି ମିଶ୍ରଣରେ କେଇ ବୁନ୍ଦା ନିମ୍ବ ତେଲ ମିଶାନ୍ତୁ l ଏହି ମିଶ୍ରଣକୁ ଗୋଟିଏ ସ୍ପ୍ରେ ବୋତଲରେ ରଖି ପ୍ରୟୋଗ କରନ୍ତୁ l କବକ ଆକ୍ରାନ୍ତ ଗଛଗୁଡ଼ିକ ନିମନ୍ତେ ଏହା ବହୁତ ଉପଯୋଗୀ ଅଟେ l

ଦୁଗ୍ଧ ସ୍ପ୍ରେ- ଗଛର ପାତ୍ରରେ ପାଉଁଶିଆ ରଙ୍ଗର ଫିମ୍ପି ଆସ୍ତରଣ ଲାଗିଗଲେ ଗୋଟିଏ ସ୍ପ୍ରେ ବୋତଲରେ ସମାନ ପରିମାଣର ଦୁଗ୍ଧରେ ସମାନ ପରିମାଣର ପାଣି ମିଶାଇ ସିଞ୍ଚନ କରିବାକୁ ହୋଇଥାଏ l ସପ୍ତାହକୁ ବାରମ୍ବାର ତିନି ଥର ସିଞ୍ଚନ କରିଲେ ସୁଫଳ ମିଳିଥାଏ l

ଆମର ବାଡ଼ି ବଗିଚାରେ ଥିବା ଗଛ ଲତାରେ କୌଣସି ରୋଗ କିମ୍ବା କୀଟ ଆକ୍ରମଣ କରିଲେ ଆମେ ଏହି ଭଳି ଘରୋଇ ଉପାୟଗୁଡ଼ିକୁ ଅବଲମ୍ବନ କରି ସହଜରେ ଏହାର ପ୍ରତିକାର କରିପାରିବା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)