Agripedia

କପା ଫସଲ ରେ ଗୋଲାପୀ କୃମି କୀଟ(ପିଙ୍କ ବଲୱାର୍ମ)

କପା ଫସଲ ରେ ଗୋଲାପୀ କୃମି କୀଟ(ପିଙ୍କ ବଲୱାର୍ମ)

15 July, 2019 1:48 PM IST By: KJ Staff


ଗୋଲାପୀ କୃମି କୀଟ(ପିଙ୍କ ବଲୱାର୍ମ)ବିଶେଷ କରି କପା ଫସଲ କୁ ଆକ୍ରମଣ କରିଥାଏ |ଏହା କପା ଫସଲ ର ସର୍ବାଧିକ ବିନାଶ କରିଥାଏ ଏବଂ ଫଳରେ କପା ର ମାନ ହ୍ରାସ ହୁଏ |ଏହା ଦ୍ୱାରା ବହୁ ବାର ସମ୍ପୂର୍ଣ ଫସଲ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଥାଏ |ଗୋଲାପୀ କାହିଁକି ?ଏ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିନ୍ତ ଆସୁଥିବା ତେବେ ଏହି କୀଟ ର ଶାବକ ବା କୃମି ଯେଉଁମାନେ ଫସଲ କୁ ଆକ୍ରାନ୍ତ କରନ୍ତି ସେମାନେ ଗୋଲାପୀ ରଙ୍ଗ ହୋଇଥିବାରୁ ଏହାକୁ ଗୋଲାପୀ କୃମି କୀଟ କୁହାଯାଏ |ଏହା ବିଶେଷ କରି ଏସିଆ ମହାଦେଶ ରେ ପ୍ରଥମ ଥର ଲାଗି ଦେଖା ଯାଇଥିବା ବେଳେ ବର୍ତମାନ ଏହା ବିଶ୍ୱ ର ସମସ୍ତ କପା ଚାଷ ହେଉଥିବା ଅଞ୍ଚଳରେ ବିଶେଷ ଭାବେ ପ୍ରଳୟଙ୍କରୀ କୀଟ ର ରୂପ ନେଇ ସାରିଲେଣି |

ଏହାର ପୁର୍ଣ ବିକଶିତ କୀଟ ପ୍ରକୃତରେ ଏକ ପ୍ରଜାପତି ଯାହା ଦେଖିବାକୁ ଆକାରରେ ଛୋଟ ଏବଂ ମାଟିଆ ରଙ୍ଗର |ଏମାନଙ୍କ ଡେଣା ତଳେ ଲମ୍ବା ସୁତା ଝୁଲୁଥିଲା ପରି ପ୍ରତୀତ ହୁଏ | ଏହାକୁ ଫ୍ରୀଞ୍ଜ ଡେଣା ବୋଲି କୁହାଯାଏ |

 

ଜୀବନଚକ୍ର :


ପୂର୍ଣ୍ଣାଙ୍ଗ ମାଈ କୀଟ ବଲ ବା କପା ଫଳ ଅବିକଶିତ ଥିଲା ବେଳେ ,ତାର ତଳ ପଟେ ଅଣ୍ଡା ଦେଇଥାଏ |ଅଣ୍ଡା ଗୁଡିକ ବହୁତ ଛୋଟ ଏବଂ ଲମ୍ବାଳିଆ |ଏଥିରୁ ଶାବକ ବାହାରି ସେହି ବଲ ବା ଫଳ ମଧ୍ୟରେ ପ୍ରବେଶ କରି ତୁଳା ତିଆରି ହେବ ସମୟରେ ତାକୁ ଚୋବାଇ ,ତହିଁରେ ଥିବା ମଞ୍ଜି ମଧ୍ୟ ଖାଇବା ଆରମ୍ଭ କରିଦିଅନ୍ତି ତେଣୁ ଏହି ପରି ବଲ ମଞ୍ଜି ରୁ ତେଲ ବା ତୁଳା ଉଭୟ ମିଳେ ନାହିଁ |ବଲ ମଧ୍ୟରେ ଖୋଲି ସେଥିରେ ପ୍ରବେଶ କରିବା ହେତୁ ଏହି ଦ୍ୱାରା ଦେଇ ବିଭିନ୍ନ ଅନ୍ୟ କବକ ଏବଂ ଭୁତାଣୁ ପ୍ରବେଶ କରି ଆହୁରି ଅଧିକ କ୍ଷେତି କରିବାରେ ସକ୍ଷମ ହୋଇଥାନ୍ତି |
ଅଧିକ ଗୁଳାଗୁଳି ହେଉଥିଲେ ,୨ ରୁ ୩ ଟି ଶାବକ ହିଁ ସମ୍ପୂର୍ଣ ବଲ କୁ ନଷ୍ଟ କରିବାରେ ସକ୍ଷମ|

ଏହାର ନିୟନ୍ତ୍ରଣ :

ଅତ୍ୟଧିକ ପିଙ୍କ ବଲୱାର୍ମ ଦେଖିଲେ ସେମାନଙ୍କ ସଂଖ୍ୟା କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ,ତେଣୁ ଅଧିକ ରାସାୟନିକ କୀଟନାଶକ ବ୍ୟବହାର କରିବା ବ୍ୟତୀତ ଜୈବିକ ଉପାୟ ରେ ଏହାର ନିୟନ୍ତ୍ରଣ କରିବା ଆବଶ୍ୟକ |
ଉଚିତ ସମୟରେ ଜଳସେଚନ ,ପୂର୍ବରୁ ଥିବା କପା ଫସଲ ର ଅବଶିଷ୍ଟାଂଶ କୁ ଭଲ ଭାବେ ନଷ୍ଟ କରନ୍ତୁ ,ଉଚିତ ସମୟରେ ମଞ୍ଜି ବୁଣିବା ଇତ୍ୟାଦି ଅତିଆବଶ୍ୟକ |

ବର୍ତମାନ ପିଙ୍କ ବଲୱାର୍ମ ବି.ଟି ଜିନ (cry1ac ଏବଂ cry2ab ) କୁ ପ୍ରତିରୋଧ କରିବାକୁ ସକ୍ଷମ ହୋଇସାରିଲାଣି ତେଣୁ ଏହା ଏବେ ନିୟନ୍ତ୍ରଣ କରିବା ଲାଗି ସକ୍ଷମ ହେଇ ପାରୁନାହିଁ |ମୁଖ୍ୟତ ଗୁଜୁରାଟ ରେ ଏହି କିସମ ଗୁଡିକ କୀଟ କୁ ପ୍ରତିରୋଧ କରିପାରୁନାହାନ୍ତି ବୋଲି ମନସାଣ୍ଟ କମ୍ପାନୀ ବ୍ୟାଖ୍ୟା କରିଛି |
ତେବେ ବନ୍ଧ୍ୟା ପୁରୁଷ ପ୍ରଜାପତି ଜମି ରେ ଛାଡିବା ଦ୍ୱାରା ଏହି କୀଟ ପ୍ରଜନନ ହୋଇପାରୁନାହିଁ ଏବଂ ବଂଶ ବିସ୍ତାର ହେଇନପାରିବାରୁ ଏମାନେ ଅଧିକ କ୍ଷେତି କରିପାରୁନାହାନ୍ତି |
ଏଣୁ ଏହାର ସମନିତ୍ବ ପରିଚାଳନା କରିବା ଆବଶ୍ୟକ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)