Agripedia

ମାଟି ପରୀକ୍ଷା

୧)ମାଟି ର ଅମ୍ଳତା ବା କ୍ଷାରତା ପି.ଏଚ. ଭାବରେ ଜଣାପଡେ | ପି.ଏଚ. ୬.୫ ରୁ ୭.୫ ମଧ୍ୟ ରେ ଥିଲେ ଏହାକୁ ନିରପେକ୍ଷ ମୃତ୍ତିକା କୁହାଯାଏ ଏବଂ ଏଥିରେ ମାଟି ରେ ଥିବା ସବୁ ପ୍ରକାର ର ଖାଦ୍ୟ ସାରା ଗଛ କୁ ସହଜ ରେ ମିଳିଥାଏ |

04 November, 2018 5:34 PM IST By: KJ Staff

କରିବା କାହିଁକି??

୧) ମାଟି ର ସ୍ୱାସ୍ଥ୍ୟ ଅବସ୍ଥା ଯଥା ଅମ୍ଲମାଟି  ବା କ୍ଷାର ମାଟି ,ତାହା ଜାଣିହେବ |

୨)ମାଟି ରେ ଥିବା ଦ୍ରିବିଭୁତ ଲବଣ ର ମାତ୍ରା ଜଣାପଡେ |

୩)ତହିଁରେ ଥିବା ବିଭିନ୍ନ ଖାଦ୍ୟସାର ତଥା ଜୈବିକ ଅଙ୍ଗାର|

୪)ମାଟି ରେ ଥିବା ଅଣୁସାର ର ପରିମାଣ ଜଣାପଡେ |

 

କଣ ଲାଭ ହେବ ?

୧)ମାଟି ର ଅମ୍ଳତା ବା କ୍ଷାରତା ପି.ଏଚ. ଭାବରେ ଜଣାପଡେ |  ପି.ଏଚ. ୬.୫ ରୁ ୭.୫ ମଧ୍ୟ ରେ ଥିଲେ ଏହାକୁ ନିରପେକ୍ଷ ମୃତ୍ତିକା କୁହାଯାଏ ଏବଂ ଏଥିରେ ମାଟି ରେ ଥିବା ସବୁ ପ୍ରକାର ର ଖାଦ୍ୟ ସାରା ଗଛ କୁ ସହଜ ରେ ମିଳିଥାଏ |

୨)ପି.ଏଚ. ୬.୫ ରୁ କାମ ଥିଲେ ଏହାକୁ ଅମ୍ଲମାଟି କୁହାଯାଏ |  ଏଥିରେ ଡାଲି ଓ ତୈଳ ବୀଜ ଜାତୀୟ ଫସଲ ର ଅମଳ କାମ ହୁଏ | ଏହାକୁ ଶୋଧନ କରିବା ଲାଗି ଚୁନା ଗୁଣ୍ଡ ବା କାଗଜ କଳ ମଇଳା ପାଣି ମାଟିରେ ପ୍ରୟୋଗ କରିବାକୁ ପଡେ |

୩) ପି.ଏଚ. ୭.୫ ରୁ ଅଧିକ ଥିଲେ ଏହାକୁ କ୍ଷାରୀ ମାଟି କୁହାଯାଏ | ଏହାର ଶୋଧନ ଲାଗି ଜିପସମ ପ୍ରୟୋଗ କରିବାକୁ ପଡେ |

୪)ମାଟି ରେ ଥିବା ଗ୍ରହଣୀୟ ଖାଦ୍ୟ ଉପାଦାନର ପରିମାଣ ଜାଣିଲା ପରେ କେଉଁ  ଫସଲ କରାଯାଇପାରିବ ତାହା ଜଣାପଡେ |ଏହାର ଏତେ ଖାଦ୍ୟ  ସାରା ଆବଶ୍ୟକ ତାହା ମଧ୍ୟ ଜଣାପଡିବା |

ଫଳରେ ସାରା ପରିମାଣ କମିଯିବ ଓ ଅଯଥା ହରଚ ରୁ ମୁକ୍ତି ମିଳିବ |