ପଣସ ଏକ ଖୁବ ସ୍ୱାଦଯୁକ୍ତ ପରିବା ମଧ୍ୟରେ ଅନ୍ୟତମ l ଏହା ଫଳ ମଧ୍ୟରେ ସାମିଲ l ଦେଶର ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ, ମହାରାଷ୍ଟ୍ର , ଆଦି ରାଜ୍ୟ ମାନଙ୍କରେ ପଣସ ଅଧିକ ଚାଷ ହୁଏ । ଏହା ଆକାରରେ ସବୁଠାରୁ ବଡ଼ ଫଳ ଅଟେ । ଏହି ପଣସ ଚାଷକୁ ସରକାର ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି l
ଏହାକୁ ଅଧିକ ରୁ ଅଧିକ ଚାଷ କରିବା ପାଇଁ ଉତ୍ସାହିତ କରାଯାଉଛି l ଆଦିବାସୀ ମାନଙ୍କର ଏହା ହେଉଛି ମୁଖ୍ୟ ଫଳ । ସାଧାରଣତଃ ଗ୍ରୀଷ୍ମ ଋତୁରେ ଏହା ପାଚିଥାଏ ଯାହା ଖାଇବାକୁ ଖୁବ ସୁନ୍ଦର । ପଣସରେ ଅନେକ ପରିମାଣର ଶ୍ଵେତସାର ଥାଏ । ପଣସରେ ଭିଟାମିନ ‘ଖ’ ଏବଂ ମଞ୍ଜିରେ ଭିଟାମିନ ‘ଇ’ ପ୍ରଚୁର ପରିମାଣରେ ରହିଥାଏ । ପାଚିଲା ପଣସରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇପାରେ ।
ଜଳବାୟୁ ଓ ମୃତ୍ତିକା :
ଏହା ନିଗିଡା ତଥା ଉଚ୍ଚ ଜମିରେ ଭଲ ଚାଷ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ମୃତ୍ତିକା ଓ ପଟୁ ମାଟିରେ ଭଲ ଚାଷ କରିଥାନ୍ତି ଚାଷୀ । ସନ୍ତସନ୍ତିଆ ଜମିରେ ଏହା ଚାଷ ହୁଏନି ଓ ଗଛ ଗୁଡିକ ମରିଯାଏ । ଓଡିଶାର ପାହାଡିଆ ଅଞ୍ଚଳରେ ଏହା ଖୁବ ଚାଷ ହୁଏ । ପଣସ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଏବଂ ଆଦ୍ର ଜଳବାୟୁରେ ଭଲ ଚାଷ ହୁଏ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଚାଷ ନଷ୍ଟ ହୁଏ ।
ଚାରା ରୋପଣ :
ପଣସ ଚାଷ ପାଇଁ ଚାରା ରୋପଣ ଜୁଲାଇ ରୁ ଅଗଷ୍ଟ ମାସରେ ଲଗାଯାଏ । ୧୦ମିଟର ଦୂରତାରେ ଚାରା ଲଗାଯାଏ । ଏକ ମିଟର ଗୋଲେଇକୁ ଏକ ମିଟର ଗଭୀର ଗାତ କରନ୍ତୁ l ୨ ରୁ ୫ ଟୋକେଇ ଖତ ଓ ୨କେଜି ଜୈବିକ ସାର ଏବଂ ୫୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଚାରା ଲଗାନ୍ତୁ । ଗଛ ବଡ଼ ହେବା ପର୍ଯ୍ୟନ୍ତ ଗଛକୁ ପଶୁଙ୍କ ଠାରୁ ଦୂରରେ ରଖନ୍ତୁ l
ଅମଳ ଓ ରୋଗପୋକ :
ପ୍ରଥମ ବର୍ଷକ ପରେ ସାଧାରଣତଃ ପଣସ ଗଛ ଆଉ ଜଳସେଚନ ଆବଶ୍ୟକ କରେନି । ଆମ ଓଡିଶାର ବର୍ଷା ଅନୁପାତ ଅନୁଯାୟୀ ପଣସ ଗଛ ଭଲ ବଢି ଫଳ ଦିଏ । ତେବେ ଗଛ ଲଗାଇବା ବର୍ଷ ପାଣି ସମୟ ସମୟରେ ଦେବାକୁ ପଡେ । ମଞ୍ଜି ଗଛରେ ୭ ରୁ ୮ ବର୍ଷ ପରେ ଫଳ ଆସେ l କଲମୀ ଗଛରେ ୫ ରୁ ୭ ବର୍ଷ ପରେ ଫଳ ଆସିଥାଏ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ପଣସ ଅମଳ ହୋଇଥାଏ । ତେବେ କାଣ୍ଡବିନ୍ଧା ଶଁବାଳୁଆ , ମିଲିବଗ୍ ଓ ପଣସ ଜାତି , ପାଟଳ ରୋଗ, କାଣ୍ଡଶଢା ରୋଗ, ପଣସ କଷିରେ କଳା ଫିମ୍ପିମରା ରୋଗ ପରି ରୋଗ ଦେଖିବାକୁ ମିଳେ l ଯାହା ଫଳ ନଷ୍ଟ କରିଥାଏ l ଯେଉଁଥିପାଇଁ ଆପଣ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ l
ଅଧିକ ପଢ଼ନ୍ତୁ