Agripedia

ଅଳ୍ପ ମୂଲ୍ୟ ରେ ଅଧିକ ଲାଭ ଦେବ ରାଶି, ଜାଣନ୍ତୁ କିପରି କରିବେ ଚାଷ ?

ତୈଳବୀଜ ଫସଲ ମଧ୍ୟରେ ରାଶି ଏକ ପ୍ରମୁଖ ଫସଲ । କେତେକ ସ୍ଥାନରେ ଏହାକୁ ଖସା ମଧ୍ୟ କୁହାଯାଏ । ଏହାକୁ ତେଲ , ଔଷଧ , ମିଠା ପିଠା ଇତ୍ୟାଦି ପାଇଁ ବ୍ୟବହାର କରଯାଏ l ଓଡିଶାର ପ୍ରାୟ ସବୁ ଜାଗାରେ ଓ ସବୁ ଋତୁରେ ଏହା ଚାଷ କରାଯାଇଥାଏ ।

09 January, 2023 7:00 PM IST By: Tanushree Mahapatra

ତୈଳବୀଜ ଫସଲ ମଧ୍ୟରେ ରାଶି ( sesame seeds farming ) ଏକ ପ୍ରମୁଖ ଫସଲ । କେତେକ ସ୍ଥାନରେ ଏହାକୁ ଖସା ମଧ୍ୟ କୁହାଯାଏ । ଏହାକୁ ତେଲ , ଔଷଧ , ମିଠା  ପିଠା ଇତ୍ୟାଦି ପାଇଁ ବ୍ୟବହାର କରଯାଏ l  ଓଡିଶାର ପ୍ରାୟ ସବୁ ଜାଗାରେ ଓ ସବୁ ଋତୁରେ ଏହା ଚାଷ କରାଯାଇଥାଏ । ଏଥିରେ ଶତକଡା ୪୭-୫୩ ଶତାଂଶ ତେଲ ଥାଏ । ନିଗିଡା,ବାଲିଆ ଦୋରସା ଓ ହାଲୁକା ମାଟିରେ ରାଶି ଫସଲ ଭଲ ଚାଷ ହୋଇଥାଏ l ଅତି ମଟାଳ,ଲୁଣି ଓ କ୍ଷାରି ମାଟି ରାଶି ଚାଷ ପାଇଁ ଅନୁପଯୁକ୍ତ ଅଟେ  ।

ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୮.୦ ଥିଲେ ଏହା ରାଶି ଚାଷ ପାଇଁ ଉତ୍ତମ ରହିଥାଏ  । ରାଶି ବୁଣିବା ସମୟ ହେଉଛି ବର୍ଷାଋତୁରେ  –ଜୁନ ମଧ୍ୟ ଭାଗରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ । ଶୀତଋତୁ –ସେପ୍ଟେମ୍ବର ଠାରୁ ଅକ୍ଟୋବର ଏବଂ ଗ୍ରୀଷ୍ମଋତୁ – ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ । ଏକର ପ୍ରତି ୩-୪ କିଗ୍ରା ବିହନ ଆବଶ୍ୟକ ହୋଇଥାଏ । ଏକ କିଗ୍ରା ବିହନ ପ୍ରତି ୨ଗ୍ରାମ କାର୍ବେଣ୍ଡାଜିମ କିମ୍ବା ୩ ଗ୍ରାମ । ମାଟି ଗୁଣ୍ଡ ଚାଷ କରି ରାଶି ବିହନ ସହିତ ସମାନ ପରିମାଣର ଗୁଣ୍ଡାମାଟି ବା ବାଲି ମିଶାଇ ଧାଡିକୁ ଧାଡି ୩୦ ସେମି ଓ ମଞ୍ଜିକୁ ମଞ୍ଜି ୧ ସେମି ବ୍ୟବଧାନରେ ୧ସେମି ଗଭୀରରେ ବିହନ ବୁଣାଯିବା ଉଚିତ । ଗଛ ଉଠିଗଲା ପରେ ଗଛକୁ ଗଛ ୧୦ ସେମି ବ୍ୟବଧାନ ରଖି ଅବଶିଷ୍ଟ ଗଛଗୁଡିକ ଉପାଡି ଦେବା ଆବଶ୍ୟକ ନହେଲେ ଏହା ଚାଷ ପ୍ରତି କ୍ଷତିକାରକ ତଥା କଚାଷ ନଷ୍ଟ କରିବାରେ ସାହାଯ୍ୟ କରେ  ।

ରାଶି ଚାଷ କରିବା ପାଇଁ ଏକର ପ୍ରତି ୨ଟନ ଶଢା ଗୋବର ଖତ ,୬କିଲୋଗ୍ରାମ ଯବକ୍ଷାରଜାନ , ୮କିଲୋଗ୍ରାମ ଫସଫରସ ଓ ୮କିଲୋଗ୍ରାମ ପଟାସ ସାର ବିହନ ବୁଣାବା ଭଲ । ଆଳୁ ଅମଳ ପରେ ସେହି ଜମିରେ ରାଶି ଚାଷ କଲେ କୌଣସି ସାର ପ୍ରୟୋଗ କରିବା ଆବଶ୍ୟକ ହୁଏ ନାହିଁ । ଫସଫରସ ଉତ୍ସଭାବେ  ସୁପର ଫସଫେଟସ ବ୍ୟବହାର କଲେ ଉଭୟ ଫସଫରସ ଓ ଗନ୍ଧକ ମିଳିଥାଏ  ରାଶି ଚାଷ କୁ । ୧୫ ରୁ ୨୦ ଦିନର ହୋଇଗଲେ ଜମିରେ ୬କିଲୋଗ୍ରାମ ଯବକ୍ଷାରଜାନ ସାର ପକାଇ କୋଡା ଖୁସା କରି ଘାସ ବାଛିଦେବା ଉଚିତ । ଧାଡିରେ ବହଳିଆ ଗଛଥିଲେ ୧୦ସେମି ବ୍ୟବଧାନରେ ଗୋଟିଏ ସୁସ୍ଥ ଗଛ ରଖି ଅବଶିଷ୍ଟ ଗଛ ଉପାଡିଦେବା ଉଚିତ । ରାସାୟନୀକ ତୃଣ ନାଶକ ଭାବେ ଫ୍ଲୁକ୍ଲୋରାଲିନ, ଆଲାକ୍ଲୋର ,କୁଇଯାଲୋଫସ, ଇଥାଇଲ ହେକ୍ଟର ପ୍ରତି ଯଥାକ୍ରମେ ୦.୫,୧.୦,୦.୦୫ କିଲୋଗ୍ରାମ କ୍ରିୟାଶୀଳ ଉତ୍ପଦାନ ପ୍ରୟୋଗ କରିପାରିବେ ଆପଣ ।

ପତ୍ରମୋଡା ଓ ଫଳବିନ୍ଧା ପୋକ ଏହାର ଶୁକ ଗଛର କଅଁଳ ପତ୍ରକୁ ରେଶମୀ ସୂତା ଦ୍ଵାରା ଗୁଡାଇ ବିଣ୍ଡା ତିଆରି କରି ତା ମଧ୍ୟରେ ରହି ସବୁଜ ଅଂଶକୁ ଖାଇ ନଷ୍ଟ କରିଥାଏ । ପରେ ଫଳକଣା କରି ମଞ୍ଜି ଖାଇଯାଇଥାଏ । ଏହାର ଦମନ ପାଇଁ ଗଯା ହେବାର ୨୫ ଦିନ ପରେ ଥରେ ଓ ଫଳ ଆସିବା ସମୟରେ ଆଉ ଥରେ ଏକର ପ୍ରତି ୮୦୦ଗ୍ରାମ କାର୍ବାରିଲ କୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କଲେ ପୋକ ନିୟନ୍ତ୍ରଣ ହୋଇଥାଏ । ପୋକ ରାଶିର ଫୁଲ ଗୁଡିକ ମାଛିର ସାବକ ଖାଇବା ଦ୍ଵାରା ଗଛରେ ଫୁଲ ନ ଧରି ସେହି ସ୍ଥାନ ଏକ ଆବୁପରି ଦେଖାଯାଏ । ସଂକ୍ରମିତ ବୁକୁଳ ଗୁଡିକୁ ବାହାର କରି ନଷ୍ଟ କରିଦେବା ସହିତ ଏକର ପ୍ରତି ୪୦୦ମିଲି ଟ୍ରାଏଜୋଫସ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବା ଉଚିତ ରାଶି ଚାଷ ରେ । ରୋଗାକ୍ରାନ୍ତ ଗଛର କଅଁଳ ପତ୍ର ଗୁଡିକ ଛୋଟ ଛୋଟ ହୋଇ ଗୁଛ ହୋଇଥାଏ ଯାହା ଚାଷ ନଷ୍ଟ କରିଥାଏ । ଏ ରୋଗର ବାହକ ମାନଙ୍କୁ ଦମନ କରିବା ପାଇଁ ଏକର ପ୍ରତି ୮୦୦ ଗ୍ରାମ କାର୍ବାରିଲ ସେଚିତ ଗୁଣ୍ଡକୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କରାଯାଏ । ଏହା ଦ୍ୱାରା ରାଶି ଚାଷ ରେ ଆପଣ କାମ ବ୍ୟୟ ରେ ଅଧିକ ଲାଭ ପାଇ ପାରିବେ l

ବେଳେବେଳେ ଛୋଟ ଛୋଟ ବାଦାମି ରଙ୍ଗର ଚିହ୍ନ ପତ୍ରର ଉଭୟ ପାର୍ଶ୍ଵରେ ଧୀରେ ଧୀରେ ପତ୍ର ପୋଡାଳିଆ ଦେଖାଯାଇ ଝଡିପଡେ । ଏହାର ଦମନ ପାଇଁ ଏକର ପ୍ରତି ୧କିଲୋଗ୍ରାମ କପର ଅକ୍ୱି କ୍ଳୋରାଇଡ ବା ୭୫୦ଗ୍ରାମ ମାନକୋଜେବ କୁ ୨୦୦ଲିଟର ପାଣିରେ ମିଶାଇ ସିଂଚନ କରାଯାଏ ଯାହା ଦ୍ୱାରା ପତ୍ରରେ ହେଉଥିବା ଏହି ରୋଗରୁ ଆପଣ ଚାଷ କୁ ନଷ୍ଟ ହେବାରେ ସାହାଯ୍ୟ କରିବ । ଉମା,କନକ ଓ କାଳିକା ଆଦି କିସମ ଗୁଡିକ ଏ ରୋଗ ପାଇଁ ସହନଶୀଳ । ଏକର ପ୍ରତି ବର୍ଷାଋତୁ ଏବଂ ଶୀତଋତୁରେ ପ୍ରାୟ ୩କ୍ଵିଣ୍ଟାଲ ଓ ଗ୍ରୀଷ୍ମ ଋତୁରେ ୪କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ ରାଶି । ଯାହା ଆପଣଙ୍କୁ ଅଧିକ ଲାଭ ଦେବ l

ଆପଣ ଚାହିଁଲେ ରାଶି ଫସଲ କରିବା ପରେ ଫସଲ ପରିବର୍ତ୍ତନ ମଧ୍ୟ କରି ପାରିବେ । ରାଶି ଫସଲ ପରେ ପନିପରିବା କିମ୍ବା ମୁଗ ବିରି ଜଣେ ଚାଷ କରି ପାରିବେ । ଉନ୍ନତ ଅଧିକ ଅମଳକ୍ଷମ ଏବଂ ବିଭିନ୍ନ ରୋଗ ସହଣି ଶକ୍ତି ଥିବା କିସମ ବ୍ୟବହାର କରିବା ଉଚିତ । ଜମିକୁ ୩ରୁ ୪ଥର ଖରାଟିଆ ଚାଷ କରିବା ନିରୋଳା, ନିରୋଗ ତଥା ବିଶୋଧିତ ବିହନ ବ୍ୟବହାର କରିବା ଉଚିତ ଯାହା ମୃତ୍ତିକାର ପ୍ରକାର ଭେଦ କୁ ଦୂର କରିବ ନାହିଁ ତଥା ମୃତ୍ତିକା ନଷ୍ଟ କରିବ ନାହିଁ  । ଫସଲ ଅମଳ ପରେ ରୋଗାକ୍ରାନ୍ତ କିଆରୀରୁ ବିହନ ସଂଗ୍ରହ ନକରିବା ଉଚିତ  ।  ଉପଯୁକ୍ତ ଭାବେ ଜଳ ପରିଚାଳନା କରିବା । ଅଧିକ ଆକ୍ରାନ୍ତ ଗଛ ଗୁଡିକ ଜମିରୁ ଉପାଡି ଫୋଫାଡି ଦେବା ଉଚିତ । ରୋଗର ମାତ୍ରା ଅଧିକ ହେଲେ ଫସଲରେ ୧୦-୧୫ଦିନ ଅନ୍ତରରେ ଉପଯୁକ୍ତ ଔଷଧକୁ ୨-୩ ଥର ପ୍ରୟୋଗ କରିବା ଭଲ ହୋଇଥାଏ ଫସଲ ପାଇଁ  । ସାଧାରଣତଃ ମୃତ୍ତିକା ଓ ବିହନ ଜନିତ ସଂକ୍ରମିତ ରୋଗଗୁଡିକ ଦମନ କରିବା ପାଇଁ ଶେଷ ଓଡ ଚାଷରେ ହେକ୍ଟର ପିଛା ୨-୫ କିଲୋଗ୍ରାମ ଟ୍ରାଇକୋଡର୍ମା ଭିରିଡି ନାମକ ଔଷଧକୁ ୨୫୦କିଲୋଗ୍ରାମ ଖତରେ ମିଶାଇ ମାଟିରେ ପ୍ରୟୋଗ କରିବା ଉଚିତ  ।

ଓଡ଼ିଶାରେ ଆସାମ ରାଣୀ ସପୁରି ଚାଷ

କ'ଣ ଏହି ଚତ୍ମକାରୀ କ୍ରାସୁଲା ଗଛ ? ଆସନ୍ତୁ ଜାଣିବା ......

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)