କନ୍ଦମୂଳ ଏକପ୍ରକାର ପରିବା ହେବା ସହିତ ଫଳ ମଧ୍ୟ l ଯାହାକୁ ରୋଷେଇ କରି ଖାଇବା ସହିତ ଭଗବାନଙ୍କ ପାଖରେ ଭୋଗ ମଧ୍ୟ ଲାଗିଥାଏ l ଓଡ଼ିଶାରେ କନ୍ଦମୂଳ ଚାଷ ଅତି ପୁରାତନ କାଳରୁ ଚାଷ କରାଯାଉଛି । ଏହା କେବଳ ସୁଆଦିଆ ନୁହେଁ ଶରୀର ପାଇଁ ପୁଷ୍ଟିକାରକ ମଧ୍ୟ ।
ଓଡ଼ିଶାରେ ପ୍ରାୟ ୪.୨,୦୦୦ ହେକ୍ଟର କ୍ଷେତ୍ରରେ ଏହା ଚାଷ ହେଉଛି । ଅମଳ ପାଖାପାଖି ୪ ଲକ୍ଷ ମେଟ୍ରିକ ଟନ ତଥା ଏହାଠାରୁ ଅଧିକ ହେଉଥିବା ସୂଚନା ମିଳିଛି । ଅବିଭକ୍ତ କଟକ, ଢେଙ୍କାନାଳ, କୋରାପୁଟ, ମୟୁରଭଞ୍ଜ, ଗଞ୍ଜାମ, ବରଗଡ଼ ଆଦି ଜିଲ୍ଲାରେ ଏହାର ଚାଷ ଅଧିକ ପରିମାଣରେ ହୋଇଥାଏ । ଚାଷ ସର୍ବାଧିକ ଏବଂ କନ୍ଦମୂଳ ଉତ୍ପାଦନରେ ଢେଙ୍କାନାଳ ଜିଲ୍ଲା ଆଗରେ ରହିଛି । ଓଡ଼ିଶାରେ ଜଳବାୟୁ ଏହାର ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ସେଥିପାଇଁ ଏହି ଚାଷ ଓଡ଼ିଶାରେ ଅଧିକ ହୋଇଥାଏ । ସର୍ବନିମ୍ନ ବର୍ଷା ୫୦୦ ମିମି ହେଲେ ବି କନ୍ଦମୂଳ ଫସଲ ହୋଇଥାଏ । ନିଗିଡ଼ା ଦୋରସା ମାଟିରେ କନ୍ଦମୂଳ ଚାଷ ଭଲ ହୁଏ । ବର୍ଷା , ଶୀତ, ଖରା ସବୁ ଋତୁରେ କନ୍ଦମୂଳ ଚାଷ କରାଯାଇପାରେ । ମାତ୍ର ଓଡ଼ିଶାରେ ପାରମ୍ପରିକ ଫସଲ ଜୁନରୁ ଜୁଲାଇ ମାସରେ କରାଯାଏ । ତେବେ ଯଦି ଏହି ମାସରେ ଏହା ରୋପଣ କରାଯାଏ ତାହେଲେ ଏହା ଉଚିତ ମାସ ହେବ କନ୍ଦମୂଳ ଚାଷ ପାଇଁ l
କନ୍ଦମୂଳର ଉଭୟ କନ୍ଦ ଓ ତଟକା ସବୁଜପତ୍ର ଖାଦ୍ୟ ଉପଯୋଗୀ ହୋଇଥାଏ । ତଟକା ସବୁଜ ଡଙ୍କ, ପତ୍ରକୁ ଗୋଚାରା ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ଗର୍ଭବତୀ ମା’ର ରକ୍ତହୀନତା ରୋଗ ଓ ଅନ୍ଧାରକଣା ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ । ବର୍ଷର ସବୁ ସମୟରେ ଏହାକୁ ଚାଷ କରାଯାଇପାରେ । ଏହା ବ୍ୟତିତ କନ୍ଦମୂଳ ଚାରା ଥରେ ରୋପଣ କଲେ ଜଳ ସେଚନର ବିଶେଷ ଆବଶ୍ୟକ ପଡେ ନାହିଁ । ଏହା ୩ ମାସ ପରେ ଅମଳ ହୁଏ । ତେଣୁ ଚାଷୀ ଲାଭବାନ ହେଉଥିବାରୁ ପ୍ରତି ବର୍ଷ ଅନୁଗୋଳ ଜିଲ୍ଲାରେ କନ୍ଦମୂଳ ଚାଷ ବଢୁଛି । ଏହି ଫସଲରେ ସାର ଓ ଔଷଧ ପାଇଁ ମଧ୍ୟ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡେ ନାହିଁ । ତେଣୁ ଚାଷୀଙ୍କର ଲାଭ ହୁଏ ।
ପୁରୁଣା ଫସଲର ୪-୫ ଗଣ୍ଠି ଥିବା ୧୫-୨୦ ସେମି ଡଙ୍କ ଛାଡ଼ ପାଇଁ ଉପଯୁକ୍ତ ଯାହା ଆକାଂଡମୂଳ ଚାରା ରୋପଣ କରିବା ପାଇଁ ଉପଯୁକ୍ତ । କନ୍ଦମୂଳକୁ ତଳି ଘରାରେ ଲଗାଇଲେ ସେଥିରୁ ଡଙ୍କ ବାହାରେ ପ୍ରାୟ ୪୫ ଦିନ ପରେ ଏଥିରୁ ଡଙ୍କ ଅମଳ କରାଯାଇପାରେ ଅନ୍ୟ ଚାରା ରୋପଣ ପାଇଁ । ପୁରୁଣା ଫସଲ ଡଙ୍କ ଅପେକ୍ଷା ଏହା ଅଧିକ ସୁସ୍ଥ ରହେ ଏକ ଏକର ପ୍ରତି ୩୫୦୦୦ ରୁ ୪୦,୦୦୦ ଡଙ୍କ ଦରକାର ବର୍ଷାଦିନ ଫସଲ ପାଇଁ ଖରା ଦିନେ ଜଳସେଚନ ସୁବିଧା ଥିବା ସ୍ଥାନରେ ତଳି ଘରା ପ୍ରସ୍ତୁତ କରାଯାଏ କାରଣ ଏହା ଜଳ ଧାରଣ କରିବାରେ ସାହାଯ୍ୟ କରିଥାଏ l ଏକ ଏକର ପାଇଁ ୨୦୦ ବର୍ଗ ମିଟର ତଳିଘରା ଆବଶ୍ୟକ ପଡେ ।
ଚାଷ କରିବା ପୂର୍ବରୁ ଏକର ପ୍ରତି ୧୦୧୫ ଗାଡି ଗୋବର ଖତ ମାଟିରେ ମିଶାଇ ସମତଳ କରାଯାଏ । ଲଗାଇବା ଆଗରୁ ୧୦ ଲିଟର ପାଣିରେ ୨୦ ମିଲି ମନୋ ମୋକ୍ରାକ୍ଟୋପସ୍ ମିଶିଥିବା ଦ୍ରବଣରେ ଡଙ୍କକୁ ୧୦ ମିନିଟ ବୁଡାଇ ରଖିଲେ ଶୁଣ୍ଡ ପୋକ ଆକ୍ରମଣ କମ ରହେ । କାରଣ ଏହି ପୋକ ଲାଗିବା ସମ୍ଭାବନା ଅଧିକ ରହିଥାଏ କନ୍ଦମୂଳ ଚାଷରେ l ଏକର ପ୍ରତି ୩୦ କେଜି ଯବକ୍ଷାରଯାନ, ୨୦ କେଜି ଫସଫରସ୍ ୩୦କେଜି ପଟାସ୍ ଦିଆଯାଏ କନ୍ଦମୂଳ ଚାଷରେ ।
୪ ମାସ ପରେ କନ୍ଦମୂଳ ଗଛରେ ସୁଖ୍ ଆସେ । ପତ୍ର ହଳଦିଆ ପଢିଲେ ଅମଳ କରାଯାଏ କାରଣ ପତ୍ରରେ ଏହି ରଙ୍ଗ ଆସିବାର ଅର୍ଥ ହେଉଛି ଅମଳ ସମୟ ହୋଇଯାଇଛି । ଏକର ପ୍ରତି ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ କିନ୍ତୁ ଅଧିକ ଲାଭ ବାହାରିଥାଏ । ଭଲ ଫସଲ ହେଲେ ୧୨ ଟନରୁ ଅଧିକ ଅମଳ ମିଳେ । ମାତ୍ର ଚାରି ମାସରେ ଏକ ଏକରରୁ ୨୦ ହଜାର ଯାଏ ଲାଭ ମିଳେ । କନ୍ଦମୂଳରର ପ୍ରକ୍ରିୟାକରଣ କରାଯାଇ ଚିପସ, ସସ୍, ପାମ୍ପତ, ରୁଟି, ସିମେଇ, କେକ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଇପାରିବ ଯାହା ମହିଳା ମାନେ ବିକ୍ରି କରୁଛନ୍ତି ମଧ୍ୟ । କନ୍ଦମୂଳର ବଜାର ଚାହିଦା ଭଲ ରହିଥିବାରୁ କିଲୋ ପିଛା ମୂଲ୍ୟ ୩୦ ଟଙ୍କାରେ ବିକ୍ରି ହେଉଛି ବଜାରରେ ଏହା ।