Agripedia

ବୈଜ୍ଞାନିକ ପଦ୍ଧତିରେ କାଙ୍କଡ଼ ଚାଷ ଦେବ ଦ୍ଵିଗୁଣ ଅଧିକ ଲାଭ

ଶୀତ ଋତୁରେ ଅନେକ ପନିପରିବା ଚାଷ କରାଯାଏ l ସେହି ପନିପରିବା ମଧ୍ୟରୁ କାଙ୍କଡ଼ ଚାଷ ଅନ୍ୟତମ l ଓଡ଼ିଶାର ପୁରପଲ୍ଲୀରେ କାଙ୍କଡ଼ ଏକ ବିଶେଷ ଜଣାଶୁଣା ଚାଷ । ଏହା ଘରୋଇ ପନିପରିବା ରୂପେ ଘରେ ଘରେ ବ୍ୟବହୃତ ହୁଏ ।

15 November, 2023 2:35 PM IST By: Tanushree Mahapatra

ଶୀତ ଋତୁରେ ଅନେକ ପନିପରିବା ଚାଷ କରାଯାଏ l ସେହି ପନିପରିବା ମଧ୍ୟରୁ କାଙ୍କଡ଼ ଚାଷ ଅନ୍ୟତମ l ଓଡ଼ିଶାର ପୁରପଲ୍ଲୀରେ କାଙ୍କଡ଼ ଏକ ବିଶେଷ ଜଣାଶୁଣା ଚାଷ । ଏହା ଘରୋଇ ପନିପରିବା ରୂପେ ଘରେ ଘରେ ବ୍ୟବହୃତ ହୁଏ । ତେବେ ଏହି ପରିବାରେ ଅଧିକ ପରିମାଣରେ ଶ୍ଵେତସାର, ଭିଟାମିନ୍-ଏ, ଭିଟାମିନ-ବି, ଭିଟାମିନସି ଓ ପୁଷ୍ଟିସାର ରହିଛି । ସ୍ୱଳ୍ପ ଅର୍ଥ ବ୍ୟୟରେ ଅଧିକ ଲାଭ ଦେଇଥାଏ ଏହି ଚାଷ l ଜଣେ ଚାଷୀ ଏହି ଚାଷ କରି ଅନେକ ଲାଭ ପାଇ ପାରିବ l

ତେବେ ଏହି ଚାଷ ପାଇଁ ଅନେକ କିଛି ଧ୍ୟାନ ଦେବାକୁ ଆବଶ୍ୟକ ପଡେ l ନଚେତ ଚାଷ ଭଲ ଅମଳ ଦେଇ ନଥାଏ l ତେବେ ଏହି କାଙ୍କଡ଼ ଚାଷ ପାଇଁ ଆଦ୍ର ଜଳବାୟୁ ସହିତ ଉର୍ବର ଶୁଷ୍କ ମୃତ୍ତିକା ଏବଂ ସମତଳ ଗଡ଼ାଣିଆ ଭୂମି ଆବଶ୍ୟକ ହୋଇଥାଏ । ତେବେ ଏହି ଚାଷ ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ କରାଯାଇଥାଏ । ଏଥିପାଇଁ ମଧ୍ୟମ ଅମ୍ଳ ମାଟି ଆବଶ୍ୟକ ଯାହାର ପିଏଚ୍ ୬ ରୁ ୮ ଏବଂ ୨୫ ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଉତ୍ତାପ ଆବଶ୍ୟକ କରେ ।

ଅଧିକ ଅମଳ ପାଇଁ ଏହା ୪୦-୫୦ କିଲୋଗ୍ରାମ ଯବକ୍ଷାରଜାନ ଏବଂ ୪୦ କିଲୋଗ୍ରାମ ଲେଖାଏଁ ଫସଫରସ ଓ ପଟାସ ଦରକାର କରିଥାଏ । ଗଛ ଲଗାଇବା ସମୟରେ ଅଧାଭାଗ ଯବକ୍ଷାରଜାନ ଏବଂ ପୂରାଭାଗ ଫସଫରସ ଓ ପଟାସ ଦିଆଯାଏ । ଦ୍ଵିତୀୟ ଥର ପାଇଁ ସାର ପ୍ରୟୋଗ ତିନି ସପ୍ତାହ ପରେ  କରିବା ଆବଶ୍ୟକ । ଫୁଲ ବାହାରିବାର ସପ୍ତାହକ ପରେ ପ୍ରତ୍ୟେକ ଗଛ ମୂଳରେ ୧୦ ଗ୍ରାମ ଆମୋନିୟମ ନାଇଟ୍ରେଟ ଦେବା ଭଲ ।

ଏହି ପରିବା ଚାରାର କନ୍ଦା ଗୁଡ଼ିକୁ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଏବଂ ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ  ଭଲ ଭାବେ ସମତୁଲ କରି ଲଗାଯାଇଥାଏ । କନ୍ଦା ଚାରା ଗୁଡିକ ଏବଂ ଉକ୍ତ ଚାରାଗୁଡ଼ିକୁ ୬୦ ସେ.ମି.ରେ ଗାତ ଖୋଳି ଲଗାଇବା ଉଚିତ । ଗାତଗୁଡ଼ିକ ମଧ୍ୟରେ ଦୂରତ୍ଵ ୧.୮ x ୧.୫ ମିଟର ରଖିବା ଆବଶ୍ୟକ ଏବଂ ଏହାକୁ ୨୫ କିଲୋ ଗୋବର ଖତ ମିଶାଇ ଭଲ ଭାବେ ଜମିରେ ଲଗାଇବା ଉଚିତ । 

ଏହି ଗଛ ଅଧିକ ବର୍ଷା ସହିପାରେ ନାହିଁ । ଗଛ ମୂଳରେ ଅଧିକ ପାଣି ଜମି ରହିଲେ ଚାଷ ନଷ୍ଟ ହେବାର ସମ୍ଭାବନା ଅଧିକ l ଗଛ ବଢ଼ିଗଲା ପରେ ଧୀରେ ଧୀରେ ଜଣେ ଚାଷୀ ଜଳସେଚନ କମାଇ ଦେବା ଆବଶ୍ୟକ । 

ଗୋଟିଏ ସୁସ୍ଥ ଗଛ ପ୍ରାୟତଃ ୧୦ ରୁ ୧୨ କିଲୋ ଅମଳ ଦେଇଥାଏ । ଫଳ ବାହାରିବାର ପ୍ରାୟ ୧୨ ରୁ ୧୫ ଦିନ ପରେ ତୋଳନ୍ତୁ ଫଳ ଗୁଡିକ । ତେବେ ଏହି ଗଛ ଲଗାଇବାର ୬୦ ଦିନ ପରେ ଫଳ ଅମଳ ହୋଇଥାଏ । ସପ୍ତାହକୁ ଥରେ ଫଳ ତୋଳିଲେ ଭଲ ଅମଳ ମିଳିଥାଏ । ଫଳ ତୋଳିବା ବିଳମ୍ବ ହେଲେ ଏଗୁଡ଼ିକ ଲାଲ ପଡ଼ିଯାଏ ଯାହା  ଖାଇବା ଉପଯୋଗୀ ହୋଇ ନଥାଏ । ତେବେ ଜଣେ ଚାଷୀ ଏହି ଚାଷ କରି ଅନେକ ତାଙ୍କ ରୋଜଗାର କରି ପାରିବ l