Agripedia

ରାଜସ୍ଥାନ ସରକାର କୃଷକଙ୍କ ପାଇଁ ନେଲେ ଏକ ବଡ଼ ପଦକ୍ଷପ

ଆପଣମାନେ ତ ଜାଣନ୍ତି କୃଷକ ଆମର ଅନ୍ନଦାତା l କୃଷକମାନଙ୍କର ବିନା ପରିଶ୍ରମ ଓ ସହଯୋଗରେ ଆମ ଘରର ଭାତ ହାଣ୍ଡି ମଧ୍ୟ କଳ୍ପନା କରାଯାଇପାରିବ ନାହିଁ l କୃଷକ ଖୁସି ରହିଲେ ଦେଶ ମଧ୍ୟ ଖୁସି ରହିପାରିବ ଏବଂ କୃଷକ ମନରେ ଦୁଃଖ ଓ ଅଶାନ୍ତି ଥିଲେ ଦେଶକୁ ମଧ୍ୟ ଦୁଃଖ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ l

27 July, 2021 10:59 AM IST By: Sugyan Kumar Nayak

ଆପଣମାନେ ତ ଜାଣନ୍ତି କୃଷକ ଆମର ଅନ୍ନଦାତା l କୃଷକମାନଙ୍କର ବିନା ପରିଶ୍ରମ ଓ ସହଯୋଗରେ ଆମ ଘରର ଭାତ ହାଣ୍ଡି ମଧ୍ୟ କଳ୍ପନା କରାଯାଇପାରିବ ନାହିଁ l କୃଷକ ଖୁସି ରହିଲେ ଦେଶ ମଧ୍ୟ ଖୁସି ରହିପାରିବ ଏବଂ କୃଷକ ମନରେ ଦୁଃଖ ଓ ଅଶାନ୍ତି  ଥିଲେ ଦେଶକୁ ମଧ୍ୟ ଦୁଃଖ  ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ l ତେଣୁକରି କୃଷକମାନଙ୍କୁ ଖୁସି ରଖିବା ପାଇଁ ଏବଂ ସେମାନଙ୍କର ସମୃଦ୍ଧି ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା କରୁଥିବାର ଦେଖିବାକୁ ମିଳିଥାଏ l

ବର୍ତ୍ତମାନ ସମୟରେ ରାଜସ୍ଥାନ ସରକାରଙ୍କ ଦ୍ୱାରା କୃଷକମାନଙ୍କର ପ୍ରଗତି ତଥା ବିକାଶ କରାଇବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷପ ଗ୍ରହଣ କରାଯାଇଛି ଯାହାର ଚର୍ଚ୍ଚା ସାରା ଦେଶରେ କରାଯାଉଛି l ଏହା ସହ କୃଷକମାନଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିଛି ଓ ସେମାନଙ୍କ ଖୁସିର ଠିକଣା ମଧ୍ୟ ନାହିଁ l ଆସନ୍ତୁ ଆପଣଙ୍କୁ  ଜଣାଇଦେବୁଯେ ଯେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସେହି ଚମତ୍କାରୀ ପଦକ୍ଷେପ କଣ ଯାହା ଆଜି ସମଗ୍ର ଦେଶକୁ ଚକିତ କରିଦେଇଛି, ତେବେ ଜାଣନ୍ତୁ ସରକାରଙ୍କର ଖାସ୍ ପଦକ୍ଷେପ

ଆଜ୍ଞା ହଁ ଆମେ ଆପଣଙ୍କୁ ଜଣାଇ ଦେଇଥାଉ ଯେ, ରାଜସ୍ଥାନ ସରକାର କୃଷକ ମାନଙ୍କର ସମୃଦ୍ଧି ଓ ସୁରକ୍ଷା ପାଇଁ "ମୁଖ୍ୟମନ୍ତ୍ରୀ କୃଷକ ମିତ୍ର ଯୋଜନା" ଆରମ୍ଭ କରିଛନ୍ତି l ଏହି ଯୋଜନା ଦ୍ୱାରା କୃଷକମାନଙ୍କୁ ଭାରି ବିଜୁଳି ବିଲ୍ରୁ ରକ୍ଷା କରିବା ପାଇଁ ନିମ୍ନତମ ବିଲ୍ ୧୦୦୦ ଟଙ୍କା ରୁ ନେଇ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା କରାଯାଇଛି l ସରକାରଙ୍କ ଏହି ପଦକ୍ଷେପ କୃଷକ ଭାଇମାନଙ୍କୁ ଆର୍ଥିକ କ୍ଷେତ୍ରରେ ସମୃଦ୍ଧ କରାଇବାରେ ସହାୟକ ହୋଇପାରିବ l କେବଳ ଏତିକି ନୁହେଁ ରାଜ୍ୟର ଗରିବ କୃଷକମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ଯୋଗାଇଦେବାର ଯୋଜନା ମଧ୍ୟ କରାଯାଇଛି l ଯାହା ଦ୍ୱାରା କି ଅନେକ କୃଷକଭାଇଙ୍କୁ ଭାରି ବିଜୁଳି  ବିଲ୍ ଭରିବାରୁ ରକ୍ଷା ମିଳିପାରିବ ଓ ସେମାନେ ଚିନ୍ତା ମୁକ୍ତ ହୋଇ ବିଜୁଳି ବ୍ୟବହାର କରିପାରିବେ ଓ କୃଷି କାର୍ଯ୍ୟରେ ନିୟୋଜିତ ହୋଇପାରିବେ l ସରକାର ନିଜର ଏହି ଯୋଜନାକୁ ସଫଳ କରିବା ପାଇଁ ତଥା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସୁବିଧା  ଉପଲବ୍ଧ କରାଇ କୃଷକମାନଙ୍କୁ ଉଚିତ ସମ୍ମାନ ଯୋଗାଇଦେବା ପାଇଁ ୧,୪୫୦ କୋଟି ମୂଲ୍ୟର ବଜେଟ ପ୍ରସ୍ତୁତ କରିଛନ୍ତି l ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି କୌଣସି କୃଷକ ଭାଇଙ୍କର ବିଜୁଳି ବିଲ୍ ୧୦୦୦ ଟଙ୍କାରୁ କମ୍ ଆସେ ତେବେ ତାଙ୍କୁ ସେହି ମୂଲ୍ୟ ଭରିବାର କୌଣସି ଆବଶ୍ୟକତା ନାହିଁ l

କେବଳ ସେତିକି ନୁହେଁ ସରକାରଙ୍କ ତରଫରୁ କିଛି ନିୟମ ଓ ସର୍ତ୍ତ ମଧ୍ୟ ସ୍ଥିର କରାଯାଇଛି l ଯେଉଁ ସର୍ତ୍ତ ହିସାବରେ କେଉଁ କୃଷକ ସରକାରଙ୍କର ଏହି ଯୋଜନାର ଲାଭ ଉଠାଇପାରିବେ ଓ କିଏ ଲାଭ ପାଇପାରିବେ ନାହିଁ ଆସନ୍ତୁ ଜାଣିବା l ସରକାରଙ୍କର ଏହି ଲାଭ କେବଳ ସେହି କୃଷକ ଭାଇମାନେ ଉଠାଇପାରିବେ ଯେଉଁମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କର ଦେଉନଥିବେ l ଏଥିରୁ ଏହା ସ୍ପଷ୍ଟ ଜଣାଯାଉଛି ଯେ ସରକାର କେବଳ ସେହି ଚାଷୀମାନଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି ଯେଉଁମାନେ ଆର୍ଥିକ ରୂପରେ ଦୁର୍ବଳ l ସତରେ ରାଜସ୍ଥାନ ସରକାରଙ୍କ ଏହି ପଦକ୍ଷପ କୃଷକ ଭାଇମାନଙ୍କ ବିକାଶ ଦିଗରେ ଅନେକ ସହାୟକ ହେବ l ଦେଶର ସବୁ କୃଷକ ଭାଇମାନେ ଏହି ପଦକ୍ଷପ ବିଷୟରେ ଶୁଣି ନିଜର ଖୁସି ବ୍ୟକ୍ତ କରୁଥିବାର ଦେଖିବାକୁ ମିଳିଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)