Agripedia

ମିଶ୍ରି ଓ ଗୋଲମରିଚ ର ମିଶ୍ରଣ

ମିଶ୍ରି ଓ ଗୋଲମରିଚ ର ମିଶ୍ରଣ

09 March, 2019 4:33 PM IST By: KJ Staff

ବର୍ତ୍ତମାନ ଚଳଚଞ୍ଚଳ ଯୁଗରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କାହା ପାଖରେ ସମୟ ନାହିଁ |ତେବେ ଏହି ପରିସ୍ଥିତି ରେ ଦିନକୁ ଦିନ ପିଲା ଠାରୁ ବୁଢା ଯାଏ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି |ତେଣୁ ଏବେ ପରି ଜ୍ଞାନକୌଶଳ ନାହିଥିଲେ ମଧ୍ୟ ପ୍ରାଚୀନ କାଳର ପିଢ଼ି ବେଶ ସୁସ୍ଥ ଜୀବନ ଜାପାନ କରୁଥିଲେ ବୋଲି କହିଛନ୍ତି ଆୟୁବେଦ ର ବିଶେଷଜ୍ଞ ବାରଣାସୀ ନିବାସୀ ହାର୍ଦିକ ଚୌଧରୀ |

ମିଶ୍ରି କଣ ??
ଅଧା ପ୍ରକ୍ରିୟାକରଣ ହୋଇଥିବା ଶର୍କରା କୁ ମିଶ୍ରି କୁହାଯାଏ |ଏହାକୁ ବିଭିନ୍ନ ରୂପେ ଔଷଧୀୟ ବା ଖାଦ୍ୟ ପଦାର୍ଥ ରେ ବ୍ୟବହାର କରାଯାଏ |


କିପରି ତିଆରି ହୁଏ ମିଶ୍ରି?
ଆଖୁ ରସ ଏବଂ ତଳ ରସ ରୁ ତିଆରି ହୁଏ ମିଶ୍ରି |ଏହା ଅଧିକ ପ୍ରକ୍ରିୟାକରଣ ନ ହେଇଥିବାରୁ ଏଥିରେ ଭାରି ରହିଥାଏ ଭିଟାମିନ ବି୧୨ ,ଜରୁରୀ ମିନେରାଲ ଏବଂ ଆମିନୋ ଏସିଡ |


- କାଶ ଥଣ୍ଡା ହେଲେ ମିଶ୍ରି ତେଜ ପତ୍ର ଫୁଟା ପାଣି ପିଇବା ଦ୍ୱାରା ଏହାର ଉପଚାର ହୋଇଥାଏ |ମାତ୍ର ଆଜି ର ସମୟ ରେ ଲୋକେ ତୁରନ୍ତ ଓଷଧ ଖାଇ ସୁସ୍ଥ ହେବାକୁ ପସନ୍ଦ କରୁଛନ୍ତି |


-ମିଶ୍ରି ର ବହୁ ଓଷଧୀୟ ଗୁଣ ରହିଛି |ତେଣୁ ପ୍ରଚୀନ କାଳରେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିୟମିତ ମିଶ୍ରି ପାଣି ପିଇବାକୁ ପରାମର୍ଶ ଦିଆଯାଉଥିଲା |


-ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ; ହେଲେ ମିଶ୍ରି ଖରା ଦିନ ରେ ଅଧିକ ଗରମ ହେଲେ ନାକ ରୁ ରକ୍ତ ବାହାରିବା ର ସମସ୍ୟା ରୁ ତୁରନ୍ତ ଲାଘବ ମିଳିଥାଏ |ଏହାର ଉପଚାର ଲାଗି କିଛି ମିଶ୍ରି କୁ ପାଣି ରେ ପକାଇ ଗୋଳାନ୍ତୁ |ତାହା ଅଧା ମିଶିଲା ପରେ ସେଥିରୁ କିଛି ବୁନ୍ଦା ନାକ ଉପରେ ପକାନ୍ତୁ |ରକ୍ତ ବୋହିବା ତୁରନ୍ତ କମିଯିବ |

-ମିଶ୍ରି ଫୁଟା ପାଣି ନିୟମିତ ପିଇଲେ ରକ୍ତସଂଚାଳନା ସହ ହେମୋଗ୍ଲୋବିନ ସ୍ଥର ମଧ୍ୟ ବୃଦ୍ଧି ପାଏ ଯାହା ଗବରବାଟି ମହିଳାଙ୍କ ଲାଗି ନିହାତି ଆବଶ୍ୟକ |


-ତ୍ୱଚା ର ଚମକ ହ୍ରାସ ଏବଂ ଶୁଷ୍କତା ପରି ସମସ୍ୟା ରୁ ରକ୍ଷା ପାଇବା ଲାଗି ନିୟମିତ ମିଶ୍ରି ପାଣି ପେଇବା ଆବଶ୍ୟକ |


-କାଶ ରୁ ରକ୍ଷା ପାଇବା ଲାଗି ମିଶ୍ରି ଏକ ମହୋଷଧି |

-ତେବେ ମିଶ୍ରି କୁ ବାଟି ସେଥିରେ ଗୋଲମରିଚ ଗୁଣ୍ଡ ଓ ଅଳ୍ପ ଘିଅ ମିଶାଇ ପେଷ୍ଟ କରି ନିୟମିତ ରାତି ବେଳା ରେ ଖାଆନ୍ତୁ ,ଏହା ଥଣ୍ଡା ସର୍ଦି ରୁ ରକ୍ଷା କରେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)