Agripedia

ଧାନ ଚାଷ ପାଇଁ କେମିତି ବାଛିବେ ଉନ୍ନତମାନର ବିହନ, ଜାଣନ୍ତୁ...

ସାଧାରଣତଃ ଧାନ ଅମଳ ପରେ ଚାଷୀମାନେ ଅମଳ ଧାନରୁ କିଛି ସାଇତ ରଖି ଏହାକୁ ବିହନ ଭାବରେ ବ୍ୟବହାର କରନ୍ତି । ହେଲେ ତାହା ପ୍ରକୃତ ବିହନ ହୋଇନଥାଏ । ବିହନ ଉତ୍ପାଦନ ପାଇଁ ନିର୍ଦ୍ଧିଷ୍ଟ କିଛି ବିଷୟ ଉପରେ ଧ୍ୟାନ ଦେବାକୁ ପଡିଥାଏ ।

28 May, 2022 3:29 PM IST By: Shuvanshu Kar

ଅନେକ ଚାଷୀ ଉନ୍ନତମାନର ବିହନ(seeds) ବ୍ୟବହାର କରୁନଥିବାରୁ ଭଲ ଫସଲ ଫଳାଇବାରେ ସକ୍ଷମ ହୋଇପାରନ୍ତି ନାହିଁ । ସାଧାରଣତଃ ଧାନ ଅମଳ(paddy harvest) ପରେ ଚାଷୀମାନେ ଅମଳ ଧାନରୁ କିଛି ସାଇତ ରଖି ଏହାକୁ ବିହନ ଭାବରେ ବ୍ୟବହାର କରନ୍ତି । ହେଲେ ତାହା ପ୍ରକୃତ ବିହନ ହୋଇନଥାଏ । ବିହନ ଉତ୍ପାଦନ ପାଇଁ ନିର୍ଦ୍ଧିଷ୍ଟ କିଛି ବିଷୟ ଉପରେ ଧ୍ୟାନ ଦେବାକୁ ପଡିଥାଏ ।

କିଭଳି କରିବେ ଧାନ ସଂରକ୍ଷଣ, ଜାଣନ୍ତୁ...

ରୁଆ ଧାନ ଚାଷ ପ୍ରଣାଳୀ :

କେମିତି ଚିହ୍ନିବେ ଉନ୍ନତମାନର ବିହନ ?

ଉନ୍ନତମାନର ଧାନ ବିହନ ଶୁଦ୍ଧ ଓ ଏଥିରେ ଅନ୍ୟ କୌଣସି କିସମ ମିଶା ବିହନ ନଥାଏ । ବିହନରେ ମାଟି, କାଠି, କୁଟା ଇତ୍ୟାଦି ନଥିଲେ, ଏହାକୁ ଆମେ ଉନ୍ନତମାନର ବିହନ କହିପାରିବା । ଉନ୍ନତମାନର ବିହନ ରୋଗ ଓ ପୋକମୁକ୍ତ ହୋଇଥାଏ ।

ଉଚ୍ଚ ଜମିରେ ଧାନ ଚାଷ ପାଇଁ 100ରୁ 120 ଦିନ ମଧ୍ୟରେ ହେଉଥଇବା ଅମଳକ୍ଷମ କିସମଦଗୁଡିକ ହେଲା ଖଣ୍ଡଗିରି, ସହଭାଗୀ ଧାନ, ଡିଆରଆର42, ଡିଆରଆର44, ଡିଆରଆରମନ୍ଦାକିନୀ 46, ନବୀନ, ଏମଟିୟୁ-1010, ଜିବି 1, ବୀଣା 11, ସତ୍ୟଭାମା, ସ୍ବର୍ଣ୍ଣ, ଶ୍ରେୟା ଇତ୍ୟାଦି ।

ମଝିଆଳି ଜମିରେ ଧାନ ଚାଷ ପାଇଁ 120ରୁ 140 ଦିନ ମଧ୍ୟରେ ହେଉଥିବା ଅମଳକ୍ଷମ କିସମଗୁଡିକ ହେଲା ଏମଟିୟୁ-1156, ଏମଟିୟୁ-1153, ସିଆର ଧାନ110, ଲଲାଟ, ଉନ୍ନତ ଲଲାଟ, ଏମଟିୟୁ-1001, ଆରଜିଏଲ2538, ସମ୍ପଦ, ଗୀତାଞ୍ଜଳି, ନୂଆ ଆଚାରମତି, ଇତ୍ୟାଦି ।

ଖାଲ ଜମିରେ ଧାନଚାଷ ପାଇଁ 140 ଦିନରୁ ଅଧିକ ଦିନରେ ଅମଳ ହେଉଥିବା କିସମଗୁଡିକ ଯଥା, ସ୍ବର୍ଣ୍ଣ, ସ୍ବର୍ଣ୍ଣ-ସବ1, ମୃଣାଳିନୀ, ହଷନ୍ତ, ରାଣୀ ଧାନ, ଏମଟିୟୁ-1075, ସିଆର1009, ଏମଟିୟୁ-1064 ଇତ୍ୟାଦି ।

ଉନ୍ନତମାନର ବିହନ ଚୟନ କିପକି କରିବେ

ବିହନ ଚୟନ

ଆପଣ ଯଦି ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ କ୍ରମରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଥରକରେ 2ରୁ 3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡି, ଘାସ ମଞ୍ଜି ଇତ୍ୟାଦି କାଢି ଦିଅନ୍ତୁ । ଡ୍ରମର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭାଲ ଭାବରେ 2ରୁ 3 ଥର ଧୋଇ ଦିଅନ୍ତୁ । ଏହାପରେ ବିହନକୁ 2ରୁ 3 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ ।

ବିହନ ବିଶୋଧନ

ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି ଜରୁରୀ । ବିହନ ବିଶୋଧନ କିବା ଦ୍ବାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗ ଦାଉରୁ ରକ୍ଷା କରାଯାଇପାରେ । ଏକ କିଲୋଗ୍ରାମ ଧଆନ ବିହନରେ 2 ଗ୍ରାମ Carbendazim ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ Carboxin ଓ Thiram ମିଳିତ ଔଷଧ ମିଶାଇ ବିଶୋଧନ କରନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)