Agripedia

ରାତିରେ ବତୁରାଇ ସକାଳୁ ଖାଆନ୍ତୁ,ପାଖ ମାଡିବନି ରୋଗ

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

04 December, 2021 3:29 PM IST By: Sudesna Nayak

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ । କିନ୍ତୁ ଏହାକୁ ରାତିରେ ବତୁରାଇ ସକାଳେ ଖାଇବା ଉଚିତ। ଜାଣନ୍ତୁ କେଉଁ କେଉଁ ଜିନିଷକୁ ରାତିରେ ବତୁରାଇ ସକାଳେ ଖାଇବା ଉତ୍ତମ।

ମେଥି – ଗଣ୍ଠି ବିନ୍ଧ ମହିଳାମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା । ଏଥିପାଇଁ ମେଥିକୁ ରାତିରେ ବତୁରାଇ ଦିଅନ୍ତୁ ଓ ସକାଳୁ ଉଠି ତାକୁ ଖାଆନ୍ତୁ କିମ୍ବା ଏହାର ପାଣି ପିଅନ୍ତୁ। ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିବ।

ଫ୍ଲେକ୍ସସିଡ୍ ବା ଅଳସି – ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଗୋଟିଏ ଚାମଚ ଅଳସି ଖାଇବା ଉଚିତ । ଏହାର ମଞ୍ଜିକୁ ରାତି ସାରା ପାଣିରେ ବତୁରାଇ ସକାଳେ ସେବନ କରନ୍ତୁ । ଏହା ଫାଇବର, ଆୟରନ, ପ୍ରୋଟିନରେ ଭରପୁର । ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କିସମିସ – କିସମିସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପାଦେୟ । ଏଥିରେ ଭରପୁର ମାତ୍ରାରେ ଆୟରନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସ୍ୱାସ୍ଥ୍ୟ ପାଇଁ ଏହା ଏକ ବରଦାନ ସଦୃଶ । କିସମିସକୁ ବତୁରାଇ ସକାଳେ ଖାଇଲେ ତ୍ୱଚା ମଧ୍ୟ ଚିକ୍କଣ ହୋଇଥାଏ । ଅଧିକାଂଶ ମହିଳାଙ୍କ ମଧ୍ୟରେ ଆୟରନ ଅଭାବ ଦେଖାଦେଇଥାଏ । ବତୁରା ହୋଇଥିବା କିସମିସ ଆୟରନ ଅଭାବ ଦୂର କରିଥାଏ ।

ଅଞ୍ଜିର ବା ଡିମ୍ବିରୀ – ଅଞ୍ଜିରକୁ ରାତିରେ ପାଣିରେ ବତୁରାଇ ସକାଳେ ଖାଆନ୍ତୁ । ଏହା ବହୁତ ଲାଭଦାୟକ ।
ଅଞ୍ଜିରରେ ଭିଟାମିନ, ଫାଇବର, ମ୍ୟାଗନେସିୟମ, ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଛି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ମଧ୍ୟ ରହିଛି ଯାହା ଶରୀରକୁ ଫ୍ରି ରେଡିକାଲ୍ସରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ ।

ପେସ୍ତା – ଅଧିକାଂଶ ଲୋକ ମସ୍ତିସ୍କକୁ ତୀକ୍ଷ୍ଣ ରଖିବାକୁ ସକାଳୁ ଉଠି ପେସ୍ତା ଖାଆନ୍ତି । ଏହା ମସ୍ତିସ୍କକୁ ସୁସ୍ଥ ରଖିଥାଏ । ମସ୍ତିସ୍କକୁ ସୁସ୍ଥ ରଖିବା ସହ ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରେ ।

ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ଡ୍ରାଏଫ୍ରୁଟ୍ସକୁ ବତୁରାଇବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ । ଏହା ପେଟ ସମସ୍ୟା, ଇମ୍ୟୁନିଟି, ଓଜନ କମ କରିବାରେ ଏବଂ ଗଣ୍ଠି ବିନ୍ଧ ଭଳି ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ମେଥି ପେଟ ପାଇଁ ବହୁତ ଲାଭଦାୟକ । ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ଦେଇଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।

ଚମତ୍କାରୀ ଆଳୁ ଚୋପା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)