Agripedia

ଘରୋଇ ଲାବ୍ ରେ ସଫଳ ଧାନ ଗବେଷଣା

ଢିପ ଅଞ୍ଚଳରେ ପାଣିର ଅଭାବ ମଧ୍ୟ ଦେଖାଦିଏ । ଏଣୁ ଏହାକୁ ଦୃଷ୍ଟିରେ ରଖି ମରୁଡି ଓ ବଢି କୁ ସହଣ କରିପାରୁଥିବା କିସମ କୁ ଏଠାରେ ବିକଶିତ କରାଯାଇଛି ।

07 October, 2024 4:36 PM IST By: Tanushree Mahapatra

ଧାନ ଗବେଷଣା କ୍ଷେତ୍ରରେ ଆମ ଦେଶର ବିଭିନ୍ନ ଘରୋଇ ସଂସ୍ଥା ତଥା ବ୍ୟକ୍ତିବିଶେଷ କୃତିତ୍ୱ ହାସଲ କରିଛନ୍ତି। ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲା ରେଢୁଆ ପଞ୍ଚାୟତ ର ନୂଆଗଡ଼ ସ୍ଥିତ ଗବେଷଣା କେନ୍ଦ୍ର ରେ ଲିଭ୍ ଆଣ୍ଡ ଲେଟ୍ ଲିଭ୍ (ଲାଲ୍) ପକ୍ଷରୁ ଉନ୍ନତ କିସମ ର ଧାନ ବିହନ ବିକଶିତ କରାଯାଇଛି । ଏହାର ସାତ ଟି କିସମ ଧାନ ବିହନ କେନ୍ଦ୍ରସରକାର ଙ୍କ ଦ୍ଵାରା ସିକୃତି ମଧ୍ୟ ପାଇଛି ।

ଆମ ରାଜ୍ୟ ଓଡ଼ିଶା ରେ ଅନେକ ସମୟରେ ସାଧାରଣତଃ  ମରୁଡି ଓ ବନ୍ୟା ହୋଇଥାଏ । ଢିପ ଅଞ୍ଚଳରେ ପାଣିର ଅଭାବ ମଧ୍ୟ ଦେଖାଦିଏ । ଏଣୁ ଏହାକୁ ଦୃଷ୍ଟିରେ ରଖି ମରୁଡି ଓ ବଢି କୁ ସହଣ କରିପାରୁଥିବା କିସମ କୁ ଏଠାରେ ବିକଶିତ କରାଯାଇଛି । ବନ୍ୟା ସମୟରେ ପ୍ରାୟ ୭ ଦିନ ପାଣି ରେ ବୁଡି ରହିଲେ ମଧ୍ୟ ଏହି କିସମ ର ଧାନ କୁ ବିଶେଷ ଭାବରେ ପ୍ରଭାବିତ କରିପାରେ ନାହିଁ । ସେହିପରି ସପ୍ତାହେ ଧରି ଜମିରେ ଜଳ ନ ରହିଲେ ମଧ୍ୟ ଏହାର ବିଶେଷ କ୍ଷତି ହୋଇ ନଥାଏ । ଏହି ଅଞ୍ଚଳ  ମାନଙ୍କରେ ମରୁଡି ଓ ବଡି ସହଣି କିସମର ଧାନ ଚାଷ କରିବାକୁ ଚାଷୀମାନେ ପ୍ରାଥମିକତା ଦେଇଥାନ୍ତି। ସଂସ୍ଥା ର ନାମ ଅନୁଯାୟୀ ଏଠାରେ ବିକଶିତ କରାଯାଉଥିବା ସମସ୍ତ ଧାନ ଲାଲ ନାମରେ ନାମ କରଣ କରାଯାଇଛି।

କ୍ଷେତ୍ରମୋହନ ବେହେରାଙ୍କ ଲାଲ୍ କୁବେର:-

ଚାଷୀ କ୍ଷେତ୍ରମୋହନ ବେହେରା ନିଜ ଘରୋଇ ଲାବ ରେ ବିକଶିତ କରିଥିବା ଧାନ କିସମକୁ ଲାଲ କୁବେର ନାମ ଦିଆଯାଇଛି । ମଧ୍ୟମ ବୃଷ୍ଟିପାତ ଅଞ୍ଚଳରେ ଏହାକୁ ଚାଷ କରାଯାଏ । ୧୩୦ ରୁ ୧୩୫ ଦିନ ମଧ୍ୟରେ ଅମଳ ଉପଯୋଗୀ ହୋଇଥାଏ । ଏହା ଖରିଫ୍ ଓ ରବି ଋତୁ ରେ ଚାଷ କରାଯାଏ । ଏହା ସହ ଅକ୍ଟୋବର ଓ ନଭେମ୍ବର ମାସ ରେ ମଧ୍ୟ ଏହାକୁ ଚାଷ କରାଯାଇ ପାରିବ । ଏହି କିସମ ଧାନର ଉଭୟ ମରୁଡି ଓ ବୁଡି ସହଣି ଶକ୍ତି ରହିଛି । ସଠିକ୍ ପ୍ରଣାଳୀରେ ଚାଷ କଲେ ହେକ୍ଟର ପିଛା ପ୍ରାୟ ୭୦ କ୍ଵିଣ୍ଟାଲ ଧାନ ଅମଳ କରି ହୁଏ ।

କାଦମ୍ବିନୀଙ୍କ ଲାଲବାସନା ଧାନ:-

ଚାଷୀ କାଦମ୍ବିନୀ ବେହେରା ବିକଶିତ କରିଥିବା ଧାନ କିସମ ର ନାମ ହେଉଛି ଲାଲ ବାସନା ଧାନ । ଏହାର ମଧ୍ୟ ମରୁଡି ଓ ବୁଡି  ସହଣୀ ଶକ୍ତି ରହିଛି । ୧୨୫ ରୁ ୧୩୦ ଦିନ ମଧ୍ୟରେ ଏହା ଅମଳକ୍ଷମ ହୋଇଥାଏ । ଖରିଫ୍ ଓ ରବି ଋତୁ ସମେତ ବରୋ ଋତୁରେ ଚାଷ କରାଯାଏ । ସଠିକ୍ ପ୍ରଣାଳୀ ରେ ଚାଷ କଲେ ହେକ୍ଟର ପିଛା ୬୫ କ୍ଵିଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ ।

କୃଷ୍ଣଚନ୍ଦ୍ରଙ୍କ ଲାଲପରୀ :-

୧୪୦ ରୁ ୧୪୫ ଦିନ ମଧ୍ୟରେ ଅମଳକ୍ଷମ ହୋଇଥିବାରୁ ଏହି ଲାଲପରୀ ଧାନକୁ ବଡ଼ ଧାନ ବୋଲି ମଧ୍ୟ କୁହାଯାଏ । ଚାଷୀ କୃଷ୍ଣଚନ୍ଦ୍ର ସ୍ବାଇଁ ଏହାକୁ ବିକଶିତ କରିଛନ୍ତି । ଏହା କେବଳ ଖରିଫ୍ ଋତୁ ରେ ଚାଷ କରାଯାଏ । ମରୁଡି ଓ ବୁଡି ସହଣି ଏହି କିସମ ଧାନ କୁ ସଠିକ୍ ପ୍ରଣାଳୀରେ ଚାଷ କଲେ ହେକ୍ଟର ପିଛା ୬୫ କ୍ଵିଣ୍ଟାଲ ଧାନ ଅମଳ ହୋଇଥାଏ ।

ସୁଧୀରଞ୍ଜନଙ୍କ ଲାଲମଣୀ:-

ଚାଷୀ ସୁଧୀରଞ୍ଜନ ବାରିକ ଏହି ଲାଲ ମଣୀ କିସମର ଧାନକୁ ବିକଶିତ କରିଛନ୍ତି । ୧୪୦ ରୁ ୧୪୫ ଦିନ ମଧ୍ୟରେ ଅମଳକ୍ଷମ ହୋଇଥିବାରୁ ଏହାକୁ ବଡ ଧାନ ବୋଲି ମଧ୍ୟ ସାଧାରଣତରେ କୁହାଯାଏ । ଏହା କେବଳ ଖରିଫ୍ ଋତୁ ସମୟରେ ଚାଷ କରାଯାଏ । ମରୁଡି ଓ ବୁଡି ସହଣି ଶକ୍ତି ସହିତ ଏହି କିସମ ଧାନକୁ ସଠିକ୍ ପ୍ରଣାଳୀରେ ଚାଷ କଲେ ହେକ୍ଟର ପିଛା ପ୍ରାୟ ୬୫ କ୍ଵିଣ୍ଟାଲ ଧାନ ଅମଳ କରାଯାଇପାରେ ।

ଅବନୀଙ୍କ ଲାଲ ଏସ ୧୩ :-

କଟକ ଜିଲା ବୋଧପୁର୍ ର ଚାଷୀ ଅବନୀ ବେହେରା ଏହାକୁ ବିକଶିତ କରିଛନ୍ତି। ୧୩୦ ରୁ ୧୩୫ ଦିନ ମଧ୍ୟ ରେ ଏହା ଅମଳକ୍ଷମ ହୋଇଥାଏ । ଖରିଫ୍ ଓ ରବି ସମେତ ବରୋ ଋତୁ ରେ ମଧ୍ୟ ଏହାକୁ ଚାଷ କରାଯାଏ । ସଠିକ୍ ପ୍ରଣାଳୀ ରେ ଏହାକୁ ଚାଷ କଲେ ହେକ୍ଟର ପିଛା ପ୍ରାୟ ୭୦ କ୍ଵିଣ୍ଟାଲ ଧାନ ଅମଳ ହୋଇଥାଏ । ଏହି କିସମ ଧାନ କେବଳ ବଡି ସହିବାର ଶକ୍ତି ରଖିଥାଏ ।

ଅଶୋକଙ୍କ ରତ୍ନମେଣ୍ଟି   :-

କେବଳ ଖରିଫ୍ ଋତୁରେ ଚାଷ ଉପଯୋଗୀ ରତ୍ନମଣି ଧାନ କୁ ଚାଷୀ ଅଶୋକ କୁମାର ବାରିକ ବିକଶିତ କରିଛନ୍ତି । ୧୪୫ ରୁ ୧୫୦ ଦିନ ମଧ୍ୟରେ ଏହାକୁ ଅମଳ କରାଯାଉଥିବାରୁ ବଡ଼ ଧାନ ବୋଲି କୁହାଯାଏ । ଏହା ବର୍ଷକୁ ଥରେ ଚାଷ କରାଯାଇ ପାରିବ । କେବଳ ବଡି ସହିବାର ଶକ୍ତି ରଖିଥିବା ଏହି କିସମ ଧାନ ହେକ୍ଟର ପିଛା ପ୍ରାୟ ୭୦ କ୍ଵିଣ୍ଟାଲ ଧାନ ଅମଳ ହୋଇଥାଏ ।

ବିଜୟଙ୍କ ଲାଲ ଏସ୍ - ୫ :-

ସବୁ ସମୟରେ ଏହି ଲାଲ ଏସ -୫ ଧାନ ଚାଷ କରାଯାଏ । ଚାଷୀ ବିଜୟ କୁମାର ପାତ୍ର ଏହାକୁ ବିକଶିତ କରିଛନ୍ତି । ୧୩୫ ରୁ ୧୪୦ ଦିନ ମଧ୍ୟରେ ଏହା ଅମଳକ୍ଷମ ହୋଇଥାଏ । କେବଳ ବଡି ସହିବାର ଶକ୍ତି ରଖିଥିବା ଏହି କିସମ ଧାନ ହେକ୍ଟର ପିଛା ପ୍ରାୟ ୭୦ କ୍ଵିଣ୍ଟାଲ ଧାନ ଅମଳ ହୋଇଥାଏ ।

ଉପରୋକ୍ତ ଧାନ ବିହନ କିସମ ଗୁଡିକ ଦେଶୀ ପ୍ରଜାତିର ହୋଇ ଥିବାରୁ ଏହି ବିହନ କୁ ଚାଷୀ ଭାଇ ମାନେ ଚାରି ରୁ ପାଞ୍ଚ ବର୍ଷ ନିଜ କ୍ଷେତ ରେ ଚାଷ କଲେ ମଧ୍ୟ ଏହାର ଅମଳ କମି ନଥାଏ I ଲାଲ୍ ସଂସ୍ଥା ତରଫରୁ ଅନୁରୋଧ ଆମ ରାଜ୍ୟ ତଥା  ରାଜ୍ୟ ବାହାରର ଚାଷୀ ଭାଇ ମାନଙ୍କୁ ଅନୁରୋଧ  ଆପଣ ମାନେ ଦେଶୀ ପ୍ରଜାତିର ବିହନ ଚାଷ କରନ୍ତୁ ଓ ମାଟି ମା କୁ ସୁରକ୍ଷିତ ରଖିବା ସହିତ ନିଜ ପରିବାର ସହିତ ଅନ୍ୟ ପରିବାର ଲୋକଙ୍କୁ ସୁସ୍ଥସବଳ ଜୀବନ ବିତାଇବା ରେ ସହଯୋଗ କରନ୍ତୁ।

କ୍ଷେତ୍ରମୋହନ ବେହେରା

ଗୋରେଖନାଥ କୃଷକ ମହାସଂଘ

ଜଗତସିଂହପୁର, ଓଡିଶା