Agripedia

ଘରେ କରନ୍ତୁ ହାଇଡ୍ରୋପୋନିକ୍ସ ଚାଷ ..

ଘରେ କରନ୍ତୁ ହାଇଡ୍ରୋପୋନିକ୍ସ ଚାଷ ..

07 October, 2019 4:45 PM IST By: KJ Staff

ମୃତିକା ବା ମାଟି ବିନା ଚାଷ କରିବାକୁ ହାଇଡ୍ରୋପୋନିକ୍ସ ଚାଷ ବୋଲି କୁହାଯାଇଥାଏ |ଏହି ପ୍ରଣାଳୀ ରେ ଗଛ ସାର ଖତ ଯୁକ୍ତ ପାଣି ରୁ ପୋଷକ ତତ୍ୱ ସଂଗ୍ରହ କରି ବଢିଥାଏ ଏବଂ ଏହି ପ୍ରଣାଳୀ ରେ ଆପଣ ନିଜ ଘରେ ମଧ୍ୟ ଚାଷ କରିପାରିବେ |ଗଛ ର ଚେର ସର୍ବଦା ଜଳ ସଂସ୍ପର୍ଶ ରେ ରହିଥିବାରୁ ଗଛ ଅମଳ ମଧ୍ୟ ଅଧିକ ଦେଇଥାଏ |

ଏହାର ଉପାଦେୟତା :

-ଏହି ପ୍ରକ୍ରିୟା ରେ ଗଛ ସାଧାରଣ ପ୍ରଣାଳୀ ଅପେକ୍ଷା ଶତକଡା ୫୦ ଭାଗ ଅଧିକ ଶୀଘ୍ର ବଢିଥାଏ |
-ବର୍ଷ ସାରା ହାରାହାରି ସବୁ ସମୟରେ ଅମଳ କରିପାରିବେ |
-ଅଧିକ ସାର,ଖତ କୀଟନାଶକ ଇତ୍ୟାଦି ସ୍ପ୍ରେ ଆବଶ୍ୟକତା ରୁହେ ନାହିଁ |ଏହି ସମସ୍ତ ରାସାୟନକ ଆପଣ ବ୍ୟବହାର ହେଉଥିବା ପୋଷକ ଜଳ ବା ନ୍ୟୁଟ୍ରିଏଣ୍ଟ ସଲ୍ୟୁସନ ଜରିଆରେ ଯୋଗାଇପାରିବେ |
-ବାରମ୍ବାର ଜଳସେଚନ ର ଆବଶ୍ୟକତା ରୁହେ ନାହିଁ |ସେହି ପାଣି କୁ ବାରମ୍ବାର ବ୍ୟବହାର କରିପାରିବେ |
-ଯଦି ଆପଣଙ୍କ ଘରେ ଜାଗା କମ ଏବଂ ଆପଣ ମଧ୍ୟ ବଗିଚା କରିବାରେ ରୁଚି ରଖନ୍ତି ତେବେ ଏହା ସବୁଠାରୁ ଉତ୍ତମ ଉପାୟ |

 

କିପରି କରିବେ ହାଇଡ୍ରୋପୋନିକ୍ସ ବ୍ୟବସ୍ତା :

ଆବଶ୍ୟକ ପୋଷକ ଜଳ :

ଜଳ ରେ ସାର ଏବଂ ଆବଶ୍ୟକ ମିନେରାଲ ଯଥା କ୍ୟାଲ୍ସିଅମ ,ପୋତାସ ,ଯବକ୍ଷାରଜାନ ଯୁକ୍ତ ସାର ମିଶାଇ ଗଛ କୁ ଉପଲବ୍ଧ କରନ୍ତୁ |ହାଇଡ୍ରୋପୋନିକ୍ସ ଲାଗି ଆବଶ୍ୟକ ପୋଷକ ଜଳ ବଜାରରେ ମଧ୍ୟ ଉପଲବ୍ଧ ରହିଛି |

ଚାଷ ପ୍ରଣାଳୀ :

ସିଂପଲ ହାଇଡ୍ରୋପୋନିକ୍ସ ସିଷ୍ଟମ ଜରିଆରେ ଆପଣ ଖୁବ କମ ଖର୍ଚ ରେ ଏହି ଚାଷ କରିପାରିବେ |

ଏହା ଲାଗି ଆବଶ୍ୟକ ସାମଗ୍ରୀ :

ଛୋଟ ବାଲ୍ଟି
ବବଳର (ଯେଉଁଟି ଆକୁଆରିଅମ ରେ ବ୍ୟବହାର ହୋଇଥାଏ )
ଛୋଟ ପ୍ଲାଷ୍ଟିକ କୁଣ୍ଡ (ପାଣି ସଂଚାଳନ ଲାଗି କଣା ବା ବ୍ୟବସ୍ଥା ଥିବା ଆବଶ୍ୟକ )
ଚାଷ କରିବାକୁ ଚାହୁଁଥିବା ଗଛ
ପୋଷକ ଜଳ ବା ନ୍ୟୁଟ୍ରିଏଣ୍ଟ ସଲ୍ୟୁସନ
ଜଳ ପ୍ରବାହ ଲାଗି ପାଇପ
ନ୍ୟୂର୍ଟିଏଣ୍ଟ ରୀସରଭିଅର

ଏହି ପ୍ରକ୍ରିୟା ରେ ଗଛ ଲଗାଇ ଆପଣ ନିଜ ଟେବୁଲ ଉପରେ ମଧ୍ୟ ରଖିପାରିବେ |ଛୋଟ ବାଲ୍ଟି ବା କଫି ମଗ ର ଉପର ଢାଙ୍କୁଣୀ ରେ ବ୍ୟବହାର କରିବାକୁ ଯାଉଥିବା କୁଣ୍ଡ ଆକୃତି ର ଏକ କଣା କରନ୍ତୁ |ଏହା ପରେ ଆଉ ଏକ ଛୋଟ କଣା କରି ସେଥିରେ ପାଇପ ପୁରାନ୍ତୁ |ପାଇପ ର ଗୋଟେ ଭାଗ ରେ ବବଳର ଲଗାନ୍ତୁ ଏବଂ ଅନ୍ୟ ଭାଗ ଟିକୁ ନ୍ୟୁଟ୍ରିଏଣ୍ଟ ରେଶରବିଡ ବା ନ୍ୟୁଟ୍ରିଏଣ୍ଟ ସଲ୍ୟୁସନ ର ବଡ ବାଲ୍ଟି ବା ରୀସରଭିଅର ରେ ବୁଡି ରହିବ |ଛୋଟ ବାଲ୍ଟି ରେ ଅଳ୍ପ ନ୍ୟୁଟ୍ରିଏଣ୍ଟ ସଲ୍ୟୁସନ ଢଳାନ୍ତୁ ଏବଂ ସେଥିରେ ପାଇପ ସହ ଲାଗି ଥିବା ବବଳର ଭାଗ କୁ ବୁଡାଇ ରଖନ୍ତୁ |ସଲ୍ୟୁସନ ର ମାତ୍ରା ଗଛ ର ଚେର ଯାଏ ହେବ ଆବଶ୍ୟକ ତାହାଲେ ହିଁ ଗଛ ପାଣି ସଂଗ୍ରହ କରି ବଢ଼ିପାରିବ |

ଏବେ କୁଣ୍ଡ ଲାଗି କରାଯାଇଥିବା କଣା ରେ ଗଛ କୁ କୁଣ୍ଡ ସହ ଫିଟିଙ୍ଗ କରନ୍ତୁ ଏବଂ ବବଳର କୁ ଅନ କରିଦିଅନ୍ତୁ |ଏହା ଜଳ କୁ ସର୍ବଦା ପ୍ରବାହ କରୁଥିବା ଏବଂ ପାଣି ରୁ ଦୁର୍ଗନ୍ଧ ଆସିବା ନାହିଁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)