Agripedia

ଚାଷରେ କ୍ଷତି ହେଲେ ‘ଏକର’ ହିସାବରେ ମିଳିବ ୧୦,୦୦୦ କ୍ଷତି ପୂରଣ...

ଏହି ରବି ଋତୁରେ ଅତିକ୍ତିକ ବର୍ଷା ଓ କୁଆପଥର ମାଡ ଯୋଗୁଁ କୃଷକମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କ୍ଷତି ସହିଛନ୍ତି। କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାର ଆଗକୁ ଆସୁଛନ୍ତି। ଏବେ ତେଲେଙ୍ଗାନା ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ଷାରେ ଭିଜି ଯାଇଥିବା ଚାଷୀଙ୍କ ଚାଉଳ କିଣିବାକୁ ରାଜ୍ୟ ସରକାର ଏବେ ସ୍ଥିର କରିଛନ୍ତି ।

05 May, 2023 8:00 AM IST By: Priyambada Rana

ଗତ ବର୍ଷ ବର୍ଷା, ବନ୍ୟା ଯୋଗୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଗତ ଖରିଫ ଋତୁରେ ବନ୍ୟା, ବର୍ଷା ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହିତ କୃଷକମାନେ ରବି ଋତୁରେ ଲାଭ ପାଇବେ ବୋଲି ଆଶାବାଦୀ ଥିଲେ। କିନ୍ତୁ ବର୍ତ୍ତମାନ ଅଦିନିଆ ବର୍ଷାର ସ୍ଥିତି ଦେଖି ଚାଷୀଙ୍କ ଆଶା ମଉଳୀ ଜାଉଛି । ଏହି ରବି ଋତୁରେ ଅତିକ୍ତିକ ବର୍ଷା ଓ କୁଆପଥର ମାଡ ଯୋଗୁଁ କୃଷକମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କ୍ଷତି ସହିଛନ୍ତି। କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାର ଆଗକୁ ଆସୁଛନ୍ତି। ଏବେ ତେଲେଙ୍ଗାନା ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ଷାରେ ଭିଜି ଯାଇଥିବା ଚାଷୀଙ୍କ ଚାଉଳ କିଣିବାକୁ ରାଜ୍ୟ ସରକାର ଏବେ ସ୍ଥିର କରିଛନ୍ତି ।

ଫସଲ ନଷ୍ଟ ହେଲେ ମିଳିବ ଟଙ୍କା-

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଅତିକ୍ତିକ ବର୍ଷା ହେତୁ ଚାଷୀମାନେ କ୍ଷତି ସହିଛନ୍ତି। କିନ୍ତୁ ଚାଷୀଙ୍କ ପାଇଁ ଫସଲ ନଷ୍ଟ ହେଲେ ତାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କୁ ରିଲିଫ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାଧାରଣ ଧାନ ପାଇଁ ଯେତିକି ଅର୍ଥରାଶି ସ୍ଥିର କରାଯାଇଥିଲା, ଏବେ ବର୍ଷାରେ ଭିଜିଥିବା ଧାନ ପାଇଁ ମଧ୍ୟ ସମାନ ରାଶି ପ୍ରଦାନ କରାଯିବ ।

ଅଦିନିଆ ବର୍ଷାରେ କିପରି କରାଯିବ ଅମଳ ?

ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ ଯଦି କୌଣସି ସ୍ଥାନରେ ବର୍ଷା ହୁଏ ତେବେ ଚାଷୀମାନେ ଅମଳରୁ ନିବୃତ୍ତ ହୁଅନ୍ତୁ। ଏହା ଫସଲ ଉପରେ ଅଧିକ ପ୍ରଭାବ ପକାଇପାରେ । ଏଥି ସହିତ ରାଜ୍ୟର ଏକ ବଡ ଅଞ୍ଚଳରେ ଧାନ ମଧ୍ୟ ବୁଣାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାସଙ୍ଗୀ ଧାନ ଫସଲକୁ ଅତିକ୍ତିକ ବର୍ଷାରୁ କିପରି ରକ୍ଷା କରାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟରେ ଅଧ୍ୟୟନ କରାଯିବା ଉଚିତ୍ ।କୃଷି ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅଧସ୍ତନ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏକର ପିଛା ୧୦,୦୦୦ ମିଳିବ କ୍ଷତିପୂରଣ-

ତେଲେଙ୍ଗାନା ସରକାର ଚାଷୀଙ୍କ ସ୍ୱାର୍ଥରେ ନିରନ୍ତର ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାର ବର୍ଷାରେ ଓଦା ହୋଇଯାଇଥିବା ଧାନ କିଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ୟମ କରାଯିବ ଯେ ଚାଷୀଙ୍କ ଗୋଟିଏ ବି ଚାଉଳ ନଷ୍ଟ ହେବା ଉଚିତ୍ ନୁହେଁ। ଏଥି ସହ କୁଆପଥର ମାଡ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ଏକର ପିଛା ୧୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି। ସିଭିଲ୍ ଯୋଗାଣ ବିଭାଗର କମିଶନର ଅନିଲ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ଶସ୍ୟ କ୍ରୟ ପ୍ରକ୍ରିୟା ଶୀଘ୍ର ଶେଷ ହେବ ।

କିପରି ପାଇବେ ଫସଲ ବିମା ଯୋଜନାର ରାଶି ? ଜାଣନ୍ତୁ ଏହାର ଆବେଦନ ପ୍ରକ୍ରିୟା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)