Agripedia

ନମସ୍କାର ନୂଆପଡା, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା ।

06 May, 2023 8:00 PM IST By: Tanushree Mahapatra

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା । ‘କୃଷି ଜାଗରଣ’ ମାଧ୍ୟମରେ ଆମେ ଆପଣଙ୍କୁ ଭାଗ ଭାଗ କରି ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ କହିବୁ ।

ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ । ତେବେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯାହା ପ୍ରତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛି  । ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ ।

ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହି କୃଷି ବିଜ୍ଞାନର ସମସ୍ତ କାର୍ଯ୍ୟକର୍ତା ଜିଲ୍ଲାର ଚାଷୀଙ୍କୁ ଚାଷ ପ୍ରଣାଳୀରୁ ଆରମ୍ଭ କରି ଚାଷ ଶୈଳୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି  l ତେବେ ଆମେ କୃଷି ଜାଗରଣ ସଂସ୍ଥା ତରଫରୁ ଆପଣ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ବିଷୟରେ ଆମ ସ୍ୱତନ୍ତ୍ର ଅନୁଛେଦରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛୁ l ଆସନ୍ତୁ ଜାଣିବା ନୂଆପଡା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ –

କୃଷି ବିଜ୍ଞାନ କେନ୍ଦ୍ର, ନୂଆପଡା –

କୃଷିରୁ ଅଧିକ ଉତ୍ପନି ପାଇବା ନିମନ୍ତେ କୃଷି ବିଭାଗ ଜିଲ୍ଲାରେ ସର୍ବଦା ଅଭିନବ ଉପାୟ ଅବଲମ୍ବନ ସନ୍ଧାନରେ ରହିଆସିଛି ଯଥା-କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ, ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ, ଭୁବନେଶ୍ଵର ଏବଂ ବହୁ ଖାତନାମା ବହୁ ରାଷ୍ଟ୍ରୀୟ କମ୍ପାନୀ ଦ୍ଵାରା ଶଙ୍କର ଜାତୀୟ ବିହନ ପ୍ରସ୍ତୁତ କରି କୃଷକ ପିଛା ବଦଳ ବିହନ ଏବଂ ସାର ବ୍ୟବହାର ପତି ବୃଦ୍ଧି କରିବାରେ ସହାୟକ ହେଉଛି  l ଉତ୍କର୍ଷ ନିୟନ୍ତ୍ରକ ପ୍ରବର୍ତ୍ତନ ଦ୍ଵାରା ବିହନ, ରାସାୟନିକ ସାର ଓ ପୋକମାର ଔଷଧ ଆଦିର ମହଜୁଦ ସ୍ଥିତି ସଂପର୍କରେ ତଦାର କରାଯାଉଛି । ବିଭିନ୍ନ ପ୍ରକାର ବିଭାଗ ସହିତ ଜଳ ସେଚନ ସୁବିଧା ଓ ଋଣ ସହାୟତା ପରିପ୍ରେକ୍ଷୀରେ ସମନ୍ଵୟ ରକ୍ଷା କରାଯାଉଛି । ସାରର ବ୍ୟବହାର ସଂପର୍କରେ କୃଷକମାନଙ୍କୁ ପରାମର୍ଶ ଦେବା ପାଇଁ ମୃତ୍ତିକା ପରୀକ୍ଷଣ ।ନିଯୁକ୍ତି ପାଇନଥିବା ଯୁବକମାନଙ୍କୁ ସବସିଡି ଲିଙ୍କ ଜରିଆରେ କୃଷି ସେବା କେନ୍ଦ୍ର(ଆଗ୍ରୋ ସର୍ଭିସ ସେଣ୍ଟର) ବ୍ୟବସାୟିକ କୃଷି ଉଦ୍ୟୋଗ ଆଦି ସ୍ଥାପନ କରିବା । ମହିଳା କୃଷି ଶ୍ରମିକ ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାନାମଙ୍କୁ ଖାଦ୍ୟ ସଂରକ୍ଷଣ, ଆଚାର ପ୍ରସ୍ତୁତି, ଛତୁ ଚାଷ ପ୍ରଣାଳୀ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ସଶକ୍ତିକରଣ କରିବା ।

ଫାର୍ମ ଟେଷ୍ଟିଂ (OFT) ହେଉଛି କୃଷକଙ୍କ କ୍ଷେତ୍ରରେ ଅନୁସନ୍ଧାନ ଷ୍ଟେସନର ଅନୁସନ୍ଧାନ ଫଳାଫଳକୁ ପରୀକ୍ଷା ଏବଂ ମୂଲ୍ୟାଙ୍କନ କରିବା ଏବଂ ଯଦି କୃଷକମାନଙ୍କ ଦ୍ୱାରା ଉତ୍ତମ କିସମ ଚାଷ ପାଇଁ ଆବଶ୍ୟକ ହୁଏ ତେବେ ନୂତନ ଟେକ୍ନୋଲୋଜି ଏବଂ ନୂଆ କିସମକୁ ବିଶୋଧନ ଏବଂ ରୂପାନ୍ତର କରିବା | କୃଷି ବିଜ୍ଞାନ କେନ୍ଦ୍ର ,ଗଜପତି, ଇଣ୍ଟିଗ୍ରେଟେଡ୍ ପୋକ ଏବଂ ରୋଗ ପରିଚାଳନା, ଏବଂ ଉଦ୍ୟାନ କୃଷି ଫସଲ ଏବଂ ଉତ୍ପାଦନ ମୂଲ୍ୟକୁ କମ୍ କରିବାକୁ ଚାଷ ଯାନ୍ତ୍ରିକରଣକୁ ଉତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଗୁଣାତ୍ମକ ମଞ୍ଜି ଏବଂ ବୃକ୍ଷ ରୋପଣ ସାମଗ୍ରୀ ଯୋଗାଉଛି। କେନ୍ଦ୍ରର ବୈଜ୍ଞାନିକମାନେ ଜିଲ୍ଲାର ଚାଷୀମାନଙ୍କୁ କୃଷିକାର୍ଯ୍ୟରେ ସହଯୋଗ କରିବା ସହିତ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି l

 

ଯୋଗାଯୋଗ ଜରିଆ

Address - Krishi Vigyan Kendra, Nuapada

Opposite of Govt. Bus Stand,

Nuapada - 766105, Odisha

Phone:

07008456563, 09937028300

Email: kvknuapada.org@gmail.com

କୃଷି ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସହ ନିଜକୁ ଯୋଡ଼ିବାକୁ ଚାହୁଁଥିଲେ କୃଷି ଜାଗରଣ ଓଡ଼ିଶାକୁ ଫଲୋ କରନ୍ତୁ.....

ନମସ୍କାର ପୁରୀ, ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

ନମସ୍କାର ଜଗତସିଂହପୁର, ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)