Agripedia

କାହଁକି ରାସ୍ତାରେ ଟମାଟୋ ଫିଙ୍ଗୁଛି ଚାଷୀ ?

ବର୍ତ୍ତମାନ ଟମାଟୋ ଚାଷରେ ହୋଇଥିବା କ୍ଷତିର ଖବର ଖୁବ୍ ଚର୍ଚ୍ଚାରେ ରହିଛି । ଟମାଟୋର ଅବସ୍ଥା ଏପରି ହୋଇଛି ଯେ ଏହାକୁ ବଜାରରେ କେବଳ କିଲୋଗ୍ରାମରୁ ୩ ରୁ ୪ ଟଙ୍କାରେ ବିକ୍ରି କରାଯାଉଛି। ଏତେ କମ୍ ମୂଲ୍ୟରେ ମାଲ ପରିବହନ ନ କରିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

25 April, 2023 12:00 PM IST By: Priyambada Rana

ରବି ଋତୁ ଏବେ ଚାଷୀଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ମାର୍ଚ୍ଚରେ ବର୍ଷା ଓ କୂଆପଥର ମାଡ଼ ଗହମ ଏବଂ ସୋରିଷରେ ଅନେକ କ୍ଷତି ଘଟାଇଛି । ଚାଷୀ ସହୁଥିବା ଏହି କ୍ଷତିର ମଧ୍ୟ କ୍ଷତିପୂରଣ ଦିଆଯାଉ ନାହିଁ। ଅନେକ ରାଜ୍ୟରେ ଲଙ୍କା ଏବଂ ସେଓ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଟମାଟୋ ଚାଷରେ ହୋଇଥିବା କ୍ଷତିର ଖବର ଖୁବ୍ ଚର୍ଚ୍ଚାରେ ରହିଛି । ଟମାଟୋର ଅବସ୍ଥା ଏପରି ହୋଇଛି ଯେ ଏହାକୁ ବଜାରରେ କେବଳ କିଲୋଗ୍ରାମରୁ ୩ ରୁ ୪ ଟଙ୍କାରେ ବିକ୍ରି କରାଯାଉଛି। ଏତେ କମ୍ ମୂଲ୍ୟରେ ମାଲ ପରିବହନ ନ କରିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାସ୍ତାରେ ଫୋପଡ଼ା ଯାଉଛି ଟମାଟୋ-

ଟମାଟୋ(Tomato) ଚାଷୀଙ୍କର ଏହି ସମସ୍ୟା ହରିୟାଣାରୁ ସାମ୍ନାକୁ ଆସିଛି। ହରିୟାଣାର ଚରଖି ଦାଦ୍ରି ଅଞ୍ଚଳରେ ଟମାଟୋ କିଲୋଗ୍ରାମ ପିଛା ମାତ୍ର ୩ ରୁ ୪ ଟଙ୍କାରେ ବିକ୍ରି ହେଉଛି। ବାସ୍ତବ ପକ୍ଷରେ ଯେତେବେଳଏ କୃଷକମାନେ ଟମାଟୋ ନେଇ ମଣ୍ଡିରେ ପହଞ୍ଚିଥିଲେ ବ୍ୟବସାୟୀମାନେ ସେମାନଙ୍କୁ କିଲୋଗ୍ରାମର ମୂଲ୍ୟ ୩ ରୁ ୪ ଟଙ୍କା ଦିଆଯିବ ବୋଲି କହିଥିଲେ। ଏତେ କମ୍ ମୂଲ୍ୟ ଶୁଣିବା ପରେ କୃଷକମାନେ କ୍ଷୋବ ପ୍ରକାଶ କରିବା ସହ ପରିବହନର ସମସ୍ୟା ଦେଖି ସେହି ରାସ୍ତାରେ ହିଁ ଟମାଟୋ ଫିଙ୍ଗିଥିଲେ ।

ଚାଷୀଙ୍କ ସାମ୍ନାରେ ଡବଲ ସମସ୍ୟା-

ହରିୟାଣାର ଚରଖି ଦାଦ୍ରିରେ ଅନେକ ଲୋକ କୃଷି ସହିତ ଜଡ଼ିତ । ମାର୍ଚ୍ଚରେ ବର୍ଷା ଓ କୂଆପଥର ମାଡ଼ ଯୋଗୁଁ ଗହମ, ସୋରିଷ ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ଟମାଟୋ ଦ୍ରୁତ ଗତିରେ ଚାଷୀଙ୍କୁ ସମସ୍ୟାରେ ପକାଇଛି । ତେଣୁ କୃଷକମାନେ ଏହି ସମୟରେ ଦୁଇଆଡ଼ୁଆ ଅସୁବିଧାରେ ସମ୍ମୁଖୀନ ହେବାରେ ଲାଗିଛନ୍ତି ।

କାହିଁକି ହେଲା ଏପରି ଖରାପ ସ୍ଥିତି ?

ହରିୟାଣାର ଅନେକ ଜିଲ୍ଲାରେ ଟମାଟୋ ଚାଷର ପରିଣାମ ଖୁବ୍ ଦୁଃଖଦାୟକ ହୋଇଛି । କୁହାଯାଉଛି ଯେ ଟମାଟୋର ଅମଳ ଏଥର ବହୁତ ବୃଦ୍ଧି ପାଇଛି। ଯେତେବେଳେ କି ଅଧିକ ଖାଉଟି ଏଥିପାଇଁ ନାହାଁନ୍ତି ବା ଖୁବ୍ କମ୍ ଲୋକ ବର୍ତ୍ତମାନ ଟମାଟୋ କିଣୁଛନ୍ତି ।ଠିକ୍ ସମୟରେ ଟମାଟୋ କଟା ନ ଯିବାରୁ କ୍ଷେତରେ ଏହା ପଚି ସଢ଼ି ନଷ୍ଟ ହେବାରେ ଲାଗିଛି ।କୃଷକମାନେ ବଜାରରେ ଟମାଟୋ ବିକ୍ରୟ କରିବାକୁ ଯାଉଛନ୍ତି, ମାତ୍ରା ସେମାନେ ଆଶାନୁରୂପକ ମୂଲ୍ୟରେ ବିକ୍ରି କରି ପାରୁ ନାହାଁନ୍ତି । ଏଭଳି ପରିସ୍ଥିତିରେ କୃଷକମାନେ କ’ଣ କରିବା ଉଚିତ୍ ? ରାସ୍ତାରେ ଟମାଟୋ ଫିଙ୍ଗିବା ପାଇଁ ସେମାନେ ବାଧ୍ୟ ହେଉଥିବା କହିଛନ୍ତି ।

ଏପରି ପ୍ରତିକ୍ରିୟା ଦେଇଛନ୍ତି ସରକାର-

ଟମାଟୋ ଚାଷୀଙ୍କ ଏଭଳି ପରିସ୍ଥିତି ଉପରେ ପ୍ରତିକ୍ରିୟା ରଖିଛନ୍ତି ହରିୟାଣା ସରକାର । ସେମାନେ କହିଛନ୍ତି ଯେ କୂଆପଥର ବର୍ଷା ଏବଂ କିଛି ଅଞ୍ଚଳରେ ବର୍ଷା ହେତୁ ଟମାଟୋ ନଷ୍ଟ ହୋଇଯାଇଛି। ଟମାଟୋ ଉପରେ କୀଟପତଙ୍ଗର ପ୍ରଭାବ ମଧ୍ୟ ଦେଖାଯାଉଛି ।କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ଚାଷୀଙ୍କୁ ଟମାଟୋ ପାଇଁ ଉଚିତ୍ ମୂଲ୍ୟ ମିଳିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଚଳାଇଥିବା କହିଛନ୍ତି ।

ଟମାଟୋ କିଲୋ ୧ଟଙ୍କା