Agripedia

ଗଛ ଆଣିଦେବ ଟଙ୍କା !

ଗଛ ଆଣିଦେବ ଟଙ୍କା !

01 June, 2019 11:44 AM IST By: KJ Staff

ସବୁଠାରୁ ଅଧିକ ଲାଭଦାୟକ ଚାଷ

ଭାରତ ଏକ କୃଷି ପ୍ରଧାନ ଦେଶ ହେଲେ ଏବେ ମଧ୍ୟ ନିଷ୍ପେସିତ ଓ ଅଲୋଡ଼ା ହୋଇ ରହିଛି ଚାଷୀ |ଏହାର ବହୁ କାରଣ ଥିବା ବେଳେ ମୁଖ୍ୟତ ଚାଷୀ ମାନେ କେବଳ ଧାନ ,ଗହମ ଇତ୍ୟାଦି ଶସ୍ୟ ଜାତୀୟ ଫସଲ ଏବଂ ଡାଲି ଜାତୀୟ ଫସଲ ଚାଷ କରୁଥିଲା ବେଳେ ଖୁବ କାମ ମାତ୍ର ରେ ପନି ପରିବା ଚାଷ କରିଥାନ୍ତି ଫଳରେ ଅଧିକ ଲାଭ ହୋଇପାରେ ନାହିଁ |ଚାଷ ରୁ ଆପଣ ବହୁ ପ୍ରକାର ଲାଭବାନ ହେଇପାରିବେ ହେଲେ ଏହା ଜାଣି ରଖିବା ଉଚିତ ଯେ କେଉଁ ଫସଲ ଚାଷ ଆପଣଙ୍କୁ ଟଙ୍କା ଫଳିଲା ଭଳି ଲାଭ ଦେଇପାରିବ |

୧)ଲାଭେଣ୍ଡର :ଏହା ମାଧ୍ୟମ ଧରଣ ର ଚାଷୀ ମାନଙ୍କ ଲାଗି ବେଶ ଲାଭଦାୟକ ହେଇପାରିବ |ଏହାକୁ ଚାଷ କରିବା  ଦ୍ୱାରା ;ଏହାର ଫୁଲ କୁ ବିଡା ବାନ୍ଧି ବିକ୍ରି କରିବା ସାଙ୍ଗରେ ,ଏହାକୁ ସୁଖେଇଲା ପରେ ଏଥିରୁ ଔଷଧ ,କସମେଟିକ୍ସ ,ତେଲ ଉତ୍ପାଦନ ଇତ୍ୟାଦି ବହୁ ପ୍ରକାର ବହୁମୂଲ୍ୟ ଉତ୍ପାଦକ ପ୍ରସ୍ତୁତ କରିପାରିବ |ଏହି ଗଛ ର କୌଣସି ଅଂଶ ନଷ୍ଟ ହୁଏ ନାହିଁ ଏବଂ ଏହାର ବଜାରରେ ଚାହିଦା ସର୍ବଦା ଅଧିକ ରହିଥାଏ |

୨)ଛତୁ:ସହରାଞ୍ଚଳର ଚାଷୀ ଙ୍କ ଲାଗି ଛତୁ ସର୍ବାଧିକ ଅଧିକ ଲାଭ ଦେଇପାରିବ |ଖୁବ କମ ଖର୍ଚ୍ଚ ରେ ଆପଣ ବେଶ ଲାଭବାନ ହୋଇପାରିବେ |ଛତୁ ଅଳ୍ପ ଜାଗାରେ ରେ ଚାଷ କରାଯାଇ ପାରିବ |ପାଳ ଛତୁ ,ଶାମୁକା ଛତୁ ,ବଟନ ଛତୁ ,
ଧରି ଛତୁ ଇତ୍ୟାଦି ର ଚାହିଦା ଭାରତ ରେ ବହୁତ ଅଧିକ ରହିଥାଏ ଏବଂ ଏହାକୁ ବର୍ଷ ସାରା ଉତ୍ପାଦନ କରି ଲାଭବାନ ହୋଇପାରିବେ |

୩)ଶୋଭାପ୍ରଦ ବା ଅର୍ନାମେଣ୍ଟାଲ :ଏହି ବୃକ୍ଷ ଗୁଡିକ ଛୋଟ ହୋଇଥିଲେ ମଧ୍ୟ ବେଶ ଲାଭଦାୟକ |ଡୁରାନ୍ଟା ପରି ଗଛ ଯାହା ବାଡ଼ ବା ଫେନ୍ସ ତିଆରି କରିବାରେ ସାହାଯ୍ୟ କରେ ବା ଯେଉଁ ଗଛ ଗୁଡିକର ଡେମ୍ଫ ,ଛୋଟ ଫଳ ବା ଫୁଲ ଦ୍ୱାରା ଘର ର ଶୋଭା ବୃଦ୍ଧି କରେ ସେହି ବୃକ୍ଷ ର ଚାଷ ମଧ୍ୟ ଆପଣଙ୍କୁ ବେଶ ମାଲାମାଲ କରିବ|

୪)ବାଉଁଶ :ବାଉଁଶ ର ଭାରତ ତଥା ଅନ୍ୟ ଦେଶ ମାନଙ୍କରେ ବହୁ ଚାହିଦା ରହିଛି |ବର୍ଷ ସାରା ଚାଷ କରାଯାଇପାରୁଥିବା ବାଉଁଶ ରେ ବିଭିନ୍ନ ପ୍ରକାର ଜିନ୍ସ ତିଆରି ହେବ ସାଙ୍ଗରେ ଏହା ଦ୍ୱାରା ଉଦ୍ୟାନ ର ଶୋଭା ମଧ୍ୟ ବୃଦ୍ଧି ପାଇଥାଏ |ତେଣୁ ବାଉଁଶ ଚାଷ ମଧ୍ୟ ଖୁବ କମ ଜାଗାରେ(କୁଣ୍ଡ ରେ ) ହେଇପାରୁଥିବା ବେଳେ ଏଥିରୁ ବହୁତ ଲାଭ ମିଳିଥାଏ |

୫)ଔଷଧୀୟ ବୃକ୍ଷ :ବହୁ ପ୍ରାଚୀନ କାଳ ରୁ ଔଷଧୀୟ ବୃକ୍ଷ ର ଚାହିଦା ରହି ଆସିଛି |ଅଶ୍ଵଗନ୍ଧା ,ସର୍ପଗନ୍ଧା ,ବିଭିନ୍ନ ପ୍ରକାର ତୁଳସୀ ,ଘି କୁଆଁରୀ ,ବ୍ରାହ୍ମୀ ପରି ବିଭିନ୍ନ ଗଛ ର ବହୁ କମ ଜାଗାରେ ବହୁଳ ମାତ୍ର ରେ ଚାଷ କରାଯାଇପାରୁଥିବା ବେଳେ ଏହିଥରୁ ବହୁତ ଅଧିକ ଲାଭ ମିଳିଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)