Agripedia

ଜୈବକ ସାରରେ ଫଳୁଛି ୧୫ ପ୍ରକାରର ଧାନ

ଜୈବିକ ଚାଷରେ ବିଭିନ୍ନ ପ୍ରକାରର ପନିପରିବା ସହିତ ୧୫ ପ୍ରକାର ଧାନ ।

09 February, 2022 4:11 PM IST By: Sudesna Nayak

ସମ୍ବଲପୁର (Sambalpur) ଜୁଜୁମୁରା ବ୍ଲକର ରାନତାଳ ଗାଁ ଦିନେ ଥିଲା ମାଓ ଅଧ୍ୟୁଷିତ ଗାଁ । ଗାଁରେ ପ୍ରଶାସନିକ ଅବହେଳାର ସୁଯୋଗ ନେଇ ମାଓବାଦୀ ନିଜର ପ୍ରଭାବ ବିସ୍ତାର କରିଥିଲେ ।

ବର୍ତ୍ତମାନ ଏହି ଗାଁରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ସ୍ଥାନୀୟ ଆଦିବାସୀ ଜୈବିକ ଚାଷ (Organic farming) କରି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଜୈବିକ ଚାଷରେ ବିଭିନ୍ନ ପ୍ରକାରର ପନିପରିବା ସହିତ ୧୫ ପ୍ରକାର ଧାନ ଫଳାଇଛନ୍ତି ।

ସମ୍ବଲପୁର ଜିଲ୍ଲାର ଜୁଜୁମୁରାର ମେଘପାଳ ପଞ୍ଚାୟତ । 81 ପ୍ରତିଶତ ଆଦିବାସୀ ରହୁଥିବା ଏହି ଗ୍ରାମପଞ୍ଚାୟତରେ ଦିନେ ମାଓବାଦୀଙ୍କ ଅଖଣ୍ଡ ପ୍ରଭାବ ଥିଲା । ଜିଲ୍ଲା ପ୍ରଶାସନ ଓ ମାଓବାଦୀଙ୍କ ଭିନ୍ନ ଭିନ୍ନ ବିଚାରଧାରାର ଟଣା ଓଟଣା ଭିତରେ ପେଶି ହୋଇଯାଉଥିଲେ ଏଠାକାର ବାସୀ । କିନ୍ତୁ ଗତ ୨୦୧୩ ମସିହା ପରେ ଏଠାରେ ସୁଧାର ଆସିବା ପରେ ବିକାଶ ହୋଇପାରିନଥିଲା ଏଠାକାର ଜୀବନ ଜୀବିକା ।

ଏହାପରେ ସ୍ଥାନୀୟ ପତଙ୍ଗ ସଙ୍ଗଠନ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଏଠାକାର ବାସୀଙ୍କୁ ତାଲିମ ଦିଆଯାଇ ଆରମ୍ଭ ହେଲା ଜୈବିକ ଚାଷ (Organic farming) । ଫଳରେ ଏହି ମାଓ ଅଧ୍ୟୁଷିତ ଗାଁରେ ଏବେ ଫଳୁଛି ସୁନାର ଫସଲ । ଆଉ ଏଠାକାର ଲୋକମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲା ପ୍ରଶାସନର ସହାୟତାରେ ପତଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମ ଏହି ଅଞ୍ଚଳରେ ଥିବା ଜଳ, ଜମି, ଜଙ୍ଗଲର ପ୍ରାକୃତିକ ସମ୍ବଳର ସହାୟତାରେ ଆରମ୍ଭ ହୋଇଥିଲା ଜୈବିକ ଚାଷ । ସ୍ଥାନୀୟ ଯୁବ ଚାଷୀଙ୍କୁ ତାଲିମ ଦେଇ କମ ଖର୍ଚ୍ଚରେ କିପରି ଜୈବିକ ଚାଷ ହେବ ସେ ନେଇ ପ୍ରଶିକ୍ଷଣ ଦିଆଗଲା । ମୁଖ୍ୟତଃ ପାରମ୍ପରିକ ଦେଶୀ ଧାନ ଓ ପନିପରିବା ଚାଷର ତାଲିମ ଦିଆଗଲା । କେବଳ କମ୍ପୋଷ୍ଟ ବା ଜୈବିକ ସାର ସହାୟତାରେ ହେଲା ଚାଷ ।

ଏହା ଦ୍ବାରା ଏହି ଅଞ୍ଚଳରେ 15 ପ୍ରକାର ଦେଶୀ ଧାନ ଚାଷ ହେଲା । ଫଳରେ ମେଘପାଳ, ଛାମୁଣ୍ଡା ଓ କାୟକୁଦ ପଞ୍ଚାୟତର 200 ଏକରରୁ ଊର୍ଦ୍ଧ୍ବ ଜମିରେ ଜୈବିକ ଚାଷ କରାଗଲା । ଆଉ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି ହେଲା । ମୁଖ୍ୟତଃ ଆଧୁନିକ ପ୍ରଣାଳୀର ଚାଷ ଦ୍ବାରା ରାସାୟନିକ ସାର ଓ କୀଟନାଶକ ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ପାଖରେ ସେହିଭଳି ଆର୍ଥିକ ବଳ ନଥିଲା । ତେବେ ସ୍ଥାନୀୟ ପ୍ରାକୃତିକ ସମ୍ବଳର ସହାୟତାରେ ଏହି ଲୋକଙ୍କୁ କମ୍ପୋଷ୍ଟ ଓ ଜିଆଖତ ତିଆରି ଶିଖାଇବା ସହ ଏହାର ବ୍ୟବହାର ଓ ଜୈବିକ କୀଟନାଶକର ବ୍ୟବହାର ଦ୍ବାରା ସ୍ଥାନୀୟ ଚାଷୀ ଭଲ ଉତ୍ପାଦନ କରିଥିଲେ । ଏହା ଦ୍ବାରା ସେମାନେ ଋଣମୁକ୍ତ ଚାଷ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟଶସ୍ୟ ଓ ପନିପରିବା ପାଉଛନ୍ତି ବୋଲି ସ୍ଥାନୀୟ ଚାଷୀ କହିଛନ୍ତି ।

ପ୍ରକାଶ ଥାଉ ଯେ, ଜୈବିକ ଫସଲରୁ ଉତ୍ପାଦିତ ପନିପରିବା ଆଦି ଖାଇବା ଦ୍ବାରା ସ୍ଥାନୀୟ ଶିଶୁ ଓ ମହିଳାଙ୍କ ମଧ୍ୟରେ ଆଉ ଅପପୁଷ୍ଟି ଜନିତ ସମସ୍ୟା ଆଉ ଦେଖାଯାଉ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଜୈବିକ ଚାଷ (Organic farming) ଦ୍ବାରା ସ୍ଥାନୀୟ ଲୋକ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲବୀ ହୋଇପାରିବା ସହ ଏହି ଅଞ୍ଚଳରେ ଦାଦନ ସମସ୍ୟା ମଧ୍ୟ ହ୍ରାସ ପାଇଛି । ଏହାସହିତ ସ୍ଥାନୀୟ ଲୋକଙ୍କ ଗ୍ରାମସଭା ଓ ପଲ୍ଲିସଭାରେ ସହଭାଗିତା ମଧ୍ୟ ବଢିଛି ।

୧୫ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରନ୍ତୁ ଏହି ବ୍ୟବସାୟ ; ଆୟ କରିପାରିବେ ଲକ୍ଷ ଲକ୍ଷ ଟଙ୍କା

ଏହି ବ୍ୟବସାୟ କଲେ ଲକ୍ଷ ଲକ୍ଷ ଟଙ୍କା କରିବେ ରୋଜଗାର, ସରକାର ବି କରିବେ ସାହାଯ୍ୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)