Agripedia

ଉଦ୍ଭାବକ !ପୁଣି ଚାଷୀ ?

ଉଦ୍ଭାବକ !ପୁଣି ଚାଷୀ ?

17 December, 2018 2:21 PM IST By: KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ ମାତ୍ର ଏହା ସତ୍ୟ !ଆମ ସମାଜ କେବେ ହେଲେ ଚାଷୀ କୁ ଉଚିତ ସ୍ଥାନ ରେ ଦେଖେ ନାହିଁ,ଚାଷୀ ସର୍ବଦା ଅଲୋଡ଼ା ଏବଂ ନିଷ୍ପେସିତ! ଏପରି ସ୍ଥିତି ରେ ପୁଣି ଚାଷୀ ଦ୍ୱାରା ଅଭିନବ ଏକ ଉଦ୍ଭାବନ !ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହେଉଥିବେ କିନ୍ତୁ ସବୁବେଳେ ଉଦ୍ଭାବନ ଯେ କେବଳ ଜଣେ ବୈଜ୍ଞାନିକ କରିପାରିବେ ତାହା ନୁହେଁ ,ପରିବେଶ ପରିସ୍ଥିତି ରେ ବ୍ୟାଧ୍ୟ ହୋଇ ଚାଷୀ କୁ ମଧ୍ୟ ସମୟ ସମୟରେ ତିଆରି କରିବାକୁ ପଡିଥାଏ ଅଭିନବ କିଛି ଯନ୍ତ୍ରପାତି |ଏହିପରି ଏକ ଉଦ୍ଧାରଣ ପାଲଟିଛନ୍ତି କେରଳ ର ଜଣେ ଚାଷୀ ସ୍ବର୍ଗତ ଏମ.ଯେ .ଜୋସେପ ଓରଫ ଶ୍ରୀଯୁକ୍ତ ଆପ୍ପାଛାନ ଯିଏ ପ୍ରଥମ ଥର ଲାଗି ଉଦ୍ଭାବନ କରିଥିଲେ ନଡ଼ିଆ ଗଛ ଚଢା ମେସିନ|

ନଡ଼ିଆ ଗୁଆ ପରି ଗଛ ଚଢିବା ଲାଗି କଷ୍ଟ କରୁଥିବା ଚଢାଲିଙ୍କୁ ଦେଖି ତାଙ୍କ ମନରେ ଉଙ୍କି ମାରିଥିଲା ଏହି ଉଦ୍ଭାବନ ର ଉପାୟ ତେଣୁ ସେ ଚାହିଁଥିଲେ ଏପରି ଏକ ଯନ୍ତ୍ର ର ନିର୍ମାଣ ଯାହା ଏହି କାର୍ଯ୍ୟ କୁ ସହଜ ସାଧ୍ୟ କରିପାରିବ |ଏବେ ତାଙ୍କର ଏହି ଯନ୍ତ୍ର କେବଳ ଭାରତ ରେ ନୁହେଁ ବରଂ ବିଶ୍ଵବ୍ୟାପୀ ସୁନାମ ଅର୍ଜନ କରିଛି |


ଏହି ଯନ୍ତ୍ର ରେ ଅଛି ୨ ଟି ମେଟାଲ ଳୁପ ଯାହା ଦ୍ୱାରା ଉଭୟ ଗୋଡ କୁ ସାହାରା ମିଳିବ ଏବଂ ଏହା ଉପରେ ଥିବା ଏକ ହ୍ୟାଣ୍ଡେଲ ସାହାଯ୍ୟରେ ଚଢାଳି ତାକୁ ଧରିବେ ଏବଂ ମେଟାଲ ଳୁପ କୁ ଗଛ ଗଣ୍ଡି ର ଉଭୟ ପଟେ ଲଗାଇ ସେଥିରେ ହାଥ ଓ ଗୋଡ ଚଳାଇବା ଦ୍ୱାରା ସ୍ୱଳ୍ପ ସମୟରେ ଖୁବ ସହଜରେ ଗଛ ଚଢି ପାରିବେ |


ଏହାପରେ ଶ୍ରୀଯୁକ୍ତ ଆପ୍ପାଛାନ ଏକ ଯାନ୍ତ୍ରିକ କର୍ମଶାଳା ଗଠନ କରି ସେଠାରେ ଏହି ମେସିନ ର ନିର୍ମାଣ କରୁଥିଲେ |ତାଙ୍କର ସଫଳତା କୁ ଅଗ୍ରଗତି ଦେଇଥିଲେ ନେସନାଲ ଇଂନୋବେସନ ଫାଉଂଡେସନ ଯାହା ଏହି ଯନ୍ତ୍ରକୁ ମାଳଦ୍ଵୀପ୍ସ,ୟୁ.ଏସ.ଏ.,ଅଷ୍ଟ୍ରେଲିଆ ,ଥାଇଲାଣ୍ଡ ,ବ୍ରାଜିଲ ,ମେକ୍ସିକୋ ,ପରି ରାଷ୍ଟ୍ର ରୁ ଗ୍ରାହକ ଯୋଗାଇଥିଲା |

ବର୍ତ୍ତମାନ ଏହି ମେସିନ କୁ ଯୁବ ପିଢ଼ି ମଧ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ନଡ଼ିଆ ଗଛର ବନ୍ଧୁ "ପରେ ବଣ୍ଟା ଯାଉଛି ଏବଂ ଏହା ନଡ଼ିଆ ଉନ୍ନୟନ ବୋର୍ଡ ଦ୍ୱାରା କାର୍ଯ୍ୟସିଦ୍ଧ ହୋଇପାରୁଛି |ଏହି କାର୍ଯ୍ୟକ୍ରମ ଭାରତ ର ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ରେ ଅନୁଷ୍ଠିତ ହେଉଛି ଏବଂ ଏହା ଲାଗି ମାଗଣାରେ ପଞ୍ଜିକରଣ କରିପାରିବେ |ଏହିପରି ଏକ ଉଦ୍ଭାବନ ଲାଗି ଶ୍ରୀଯୁକ୍ତ ଆପ୍ପାଛାନ ସମସ୍ତ ଚାଷୀଙ୍କ ଲାଗି ଏକ ପ୍ରେରଣା ଭାବେ ଚିର ସ୍ମରଣୀୟ ଏବଂ ଆମ ମଧ୍ୟରେ ଅମର ହୋଇ ରହିବେ |

ଏହି ପ୍ରଶିକ୍ଷଣ ରେ ଭାଗ ନେବା ଲାଗି ବା ନଡ଼ିଆ ଗଛ ଚଢା ଯନ୍ତ୍ର ଲାଗି ଯୋଗାଯୋଗ କରନ୍ତୁ !
ନଡ଼ିଆ ଉନ୍ନୟନ ବୋର୍ଡ଼ :
ପିତାପଲ୍ଲୀ,ଭୁବନେଶ୍ୱର
ଫୋନ ;୦୬୭୫-୫୨୧୧୫୦୫, ୨୧୨୫୦୫୦

କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା:
ଫୋନ-୦୬୭୪ ୨୪୬୫୦୬୦

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)