Agripedia

ବିଶ୍ୱ ର ସର୍ବବୃହଦ ମଞ୍ଜି !!

ପରିବେଶ ମନ୍ତ୍ରାଳୟ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଆକର୍ଷଣ ମଧ୍ୟରୁ ଦର୍ଶକ ଙ୍କ ମନ ମୋହିଛି ବିଶ୍ୱ ର ସର୍ବବୃହଦ ମଞ୍ଜି |୩୦ କି.ଗ୍ରା ର ଡବଲ ନଡ଼ିଆ ତାଳ ମଞ୍ଜି ବିଶ୍ୱ ର ସବୁ ଠାରୁ ବଡ ଆଧ୍ୟାତ୍ମିକ ସମ୍ମିଳନୀ "କୁମ୍ଭ ମେଳା "ରେ ଏବେ ଏକ ରୋମାଞ୍ଚକ ବସ୍ତୁ

12 February, 2019 4:21 PM IST By: KJ Staff

ଏବେ କୁମ୍ଭ ମେଳା ରେ ପ୍ରଦର୍ଶିତ ..

ପରିବେଶ ମନ୍ତ୍ରାଳୟ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଆକର୍ଷଣ ମଧ୍ୟରୁ ଦର୍ଶକ ଙ୍କ ମନ ମୋହିଛି ବିଶ୍ୱ ର ସର୍ବବୃହଦ ମଞ୍ଜି |୩୦ କି.ଗ୍ରା ର ଡବଲ ନଡ଼ିଆ ତାଳ ମଞ୍ଜି ବିଶ୍ୱ ର ସବୁ ଠାରୁ ବଡ ଆଧ୍ୟାତ୍ମିକ ସମ୍ମିଳନୀ "କୁମ୍ଭ ମେଳା "ରେ ଏବେ ଏକ ରୋମାଞ୍ଚକ ବସ୍ତୁ

ବଟାନିକାଲ ସର୍ଭେ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଡଃ ଶିବ କୁମାର କହିଛନ୍ତି ଯେ ଏହି ମଞ୍ଜି ପ୍ରକୃତରେ ଆଚାର୍ଯ୍ୟ ଯେ.ସି.ବୋଷ ବନସ୍ପତି ଉଦ୍ୟାନ ,କୋଲକାତା ରେ ଥିବା ବୃକ୍ଷ ର ମଞ୍ଜି ଯାହା ୧୧୨ ବର୍ଷ ପରେ ଫୁଲ ଧରିଛି |
ଏହି ବୃକ୍ଷ ଏବେ ମାତ୍ର ୨ ଟି ଆଫ୍ରିକୀୟ ଦ୍ବୀପ ରେ ଦେଖିବାକୁ ମିଳୁଛି ଏବଂ ଏହା ଆଇ.ୟୁ.ସି.ଏନ ର ରେଡ ଡାଟା ବୂକ ରେ ପ୍ରାୟେ ଲୁପ୍ତ ବର୍ଗ ରେ ରଖାଯାଇଛି |ଏହି ବୃକ୍ଷ ର ଆୟୁଷ ୧୦୦୦ ବର୍ଷ ହୋଇଥିବା ବେଳେ ଏହା ୧୦ ବର୍ଷ ରେ ଥରେ ଫୁଲ ଧରିଥାଏ |

ଏହା ବ୍ୟତୀତ ସେଠାରେ ଏକ ଅର୍କିଡ଼ ମଞ୍ଜି ମଧ୍ୟ ପ୍ରଦର୍ଶିତ ହୋଇଛି ଯାହାକୁ ଆପଣ ମାଇକ୍ରୋସ୍କୋପ ର ସାହାଯ୍ୟ ବିଭିନ ଦେଖିପାରିବେ ନାହିଁ |ଏହାର ଆକାର ମାତ୍ର ୭୯୯ ମାଇକ୍ରୋନ|

ପ୍ରୟାଜରାଜ ରେ ଆୟୋଜିତ ଏହି ବିଶାଳ କୁମ୍ଭ ମେଳା ଚଳିତ ବର୍ଷ ମକର ସଂକ୍ରାନ୍ତି ରେ ଆରମ୍ଭ ହୋଇଥିଲା ଏବଂ ଏହା ମହା ଶିବ ରାତ୍ରି ଦିନ ଶେଷ ହେବ |ଗତ କାଲି ବସନ୍ତ ପଞ୍ଚମୀ ର ଅବସରରେ ଲାକ୍ଷାଦୀକ ଭକ୍ତ ଏଠାରେ ବୁଡ଼ ପକାଇଥିଲେ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)