ଜିରୋ ବଜେଟ ଫାଂର୍ମିଙ୍ଗ;ଏକ ନୂତନ ପ୍ରକଳ୍ପ
ଜିରୋ ବଜେଟ ଫାଂର୍ମିଙ୍ଗ କହିଲେ କୌଣସି ଉତ୍ପାଦନ ଲାଗି କିଛି ବି ଖର୍ଚ୍ଚ ହେବ ନାହିଁ ବୋଲି ଜାଣିବେ |ଅର୍ଥାତ କୌଣସି ପଦାର୍ଥ ବା ବ୍ୟବହାର ହେଉଥିବା ସାମଗ୍ରୀ ବାହାରୁ କିଣିବାକୁ ପଡିବ ନାହିଁ |ଗଛ ବଢିବା ଲାଗି ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ଗଛ ଚେର ପାଖେ ସହଜରେ ମିଳିପାରିବ |
ମୃତ୍ତିକା ରୁ କେତେ ଆବଶ୍ୟକ ପୋଷଣ ?
କେବଳ ୧.୫ ରୁ ୨.୦ % ର ପୋଷଣ ଗଛ ମୃତ୍ତିକା ରୁ ଗ୍ରହଣ କରେ ଏବଂ ବଳକା ୯୮ % ର ପୋଷଣ ବାୟୁ ,ଜଳ ଏବଂ ସୌର ଶକ୍ତି ରୁ ମିଳିଥାଏ |ହେଲେ ଆମେ ଅଯଥା ରେ ସାର ବା ଖତ ଦେଇ ମୃତ୍ତିକା ପ୍ରଦୂଷଣ କରୁ ବରଂ ବୃକ୍ଷ କୁ ଏଥିରୁ ବିଶେଷ ଉପକାର ମିଳେ ନାହିଁ|
ପ୍ରକାରନ୍ତ ରେ ଦେଖିବାକୁ ଗଲେ ଗଛ ର ପତ୍ର ଗୁଡିକ ମଧ୍ୟ ବାୟୁ ,ଜଳ ଓ ସୌର ଶକ୍ତି ର ସାହାଯ୍ୟ ରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଏବଂ ତାଙ୍କୁ ମଧ୍ୟ କୌଣସି ପ୍ରକାର ବାହାରୁ ସାହାଯ୍ୟ ଦରକାର ପଡେ ନାହିଁ |ଜଙ୍ଗଲ ରେ ବୃକ୍ଷ ବଢ଼ିଲା ପରି ପ୍ରକୃତି ସମସ୍ତଙ୍କ ଲାଗି ଉପଯୁକ୍ତ ବ୍ୟବସ୍ତା କରି ଯାଇଛି |ତେଣୁ ଅନ୍ୟତ୍ର ପୋଷଣ ର ଦେଖିବାକୁ ଗଲେ ଆବଶ୍ୟକତା ରହେ ନାହିଁ |
ସେହିପରି ଦେଖିବାକୁ ଗଲେ ମାଟି ରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱ ଯେପରି ପୋଟାସ ଇତ୍ୟାଦି ମୃତ୍ତିକା ବିଶେଷଜ୍ଞନ ମାନଙ୍କ ଅନୁଯାୟୀ ବହୁ ମାତ୍ର ରେ ଗଛ ଦ୍ୱାରା ବ୍ୟବହାର କରିହେବ ନାହିଁ |ଏହା ସତ ହେଲେ ଏହି ପୋଷାକ ତତ୍ତ୍ୱ କୁ ମାଟି ରେ ଥିବା ବିଭିନ୍ନ କବକ ଓ ହିତକାରୀ କୀଟାଣୁ ମାନେ ଗଛ ପ୍ରୟୋଗ କରିପାରୁଥିବା ଅବସ୍ଥିତି କୁ ପରିଣତ କରିଥାନ୍ତି |ତେଣୁ ଦେଖିବାକୁ ଗଲେ ସାର ଖତ ଦେଇ ଆମେ ଗଛ ର କୌଣସି ବିଶେଷ ଉପକାର କରୁନାହାନ୍ତି |
ତେବେ ଏବେ ର ପରିସ୍ଥିତି ଦେଖିଲେ ,ଆମେ ପ୍ରୟୋଗ କରୁଥିବା ବିଭିନ୍ନ କୀଟନାଶକ ,ଘାସ ମରା ଔଷଧ ,ଏବଂ ଅନ୍ୟାନ୍ୟ କେମିକାଲ ତଥା ଟ୍ରାକ୍ଟର ରେ ହଳ କରିବା ଦ୍ୱାରା ମଧ୍ୟ ବହୁ ଉପକାରୀ କବକ ଙ୍କ ବିନାଶ ହେଉଛି |ଏଣୁ ନିଜ ଜମି ରେ ଆପଣ ନିଶ୍ଚିନ୍ତ ଭାବେ ସଦ୍ୟ ଗାଈ ଗୋବର ର ବ୍ୟବହାର କରନ୍ତୁ |ଦେଶୀ ଗାଈ ର ଗୋବର ଆପଣଙ୍କ ଜମି ଲାଗି ବେଶ ଉପକାରୀ |ଏହା ବ୍ୟତୀତ ବହୁ ଦିନ ର ପୁରୁଣା ଗୋମୂତ୍ର ରେ ମଧ୍ୟ ଭରି ରହିଥାଏ ଉପକାରୀ କବକ ଙ୍କ ଦଳ |୧ ଗ୍ରାମ ଗାଈ ଗୋବର ରେ ହାରାହାରି ୩୦୦-୫୦୦ କୋଟି ର ଉପକାରୀ କବକ ରହିଥାନ୍ତି |
୧ ଭାଗ ଗାଈ ଗୋବର ସହ ୧ ଭାଗ ମଇଁଷି ଗୋବର ଆହୁରି ଉତ୍ତମ |ଏକ ଦେଶୀ ଗାଈ ରୁ ଦିନକୁ ହାରାହାରି ୧୧ କି.ଗ୍ରା ର ଗୋବର ମିଳିପାରିବ ଯାହା ଏକ ଏକର ଜମି ଲାଗି ଯଥେଷ୍ଟ |ଏହା ବ୍ୟତୀତ ଯଦି ଆପଣ ଏଥିରେ ଚଢେଇ ମଳ ,ଜିଆ ବା ଅନ୍ୟ ପଶୁ ମାନଙ୍କ ମଳ ମିଶାଇ ପ୍ରୟୋଗ କରିପାରିଲେ ତେବେ ତାହା ମଧ୍ୟ ଉତ୍ତମ ଫଳ ଦେବ |
ସେହିପରି ସବୁ ଗଛ ର ଚେର ରୁ ଏକ ମଧୁର ବାସ୍ନା ବା ସେନ୍ଟ ଦ୍ୱାରା ବହୁ କବକ ଆକର୍ଷିତ ହୋଇଥାନ୍ତି |ଏବଂ ବଦଳରେ ମୃତ୍ତିକା ର ତତ୍ତ୍ୱ କୁ ଗଛ ର ବ୍ୟବହାର ଯୋଗ୍ୟ ସ୍ତିତି କୁ ପରିଣତ ମଧ୍ୟ କରିଥାନ୍ତି |
ତେଣୁ ଜିରୋ ବଜେଟ ଫାଂର୍ମିଙ୍ଗ କହିଲେ ପ୍ରାକୃତିକ ଭାବେ ଚାଷ କରିବାକୁ ବୁଝାଏ |ପ୍ରକୃତି ରେ ସବୁ ଜୀବ ପରସ୍ପର ଉପରେ ନିର୍ଭରଶୀଳ ତେଣୁ ଦେଖିବାକୁ ଗଲେ ଚାଷ କଲେ ଆପଣ କୌଣସି ପ୍ରକାର ଖର୍ଚ୍ଚାନ୍ତ ହେବେ ନାହିଁ ବରଂ ବହୁ ପ୍ରକାର ଲାଭ ରେ ରହିବେ |
-ତଥ୍ୟ ଇଣ୍ଟରନେଟ ଉପରେ ଆଧାରିତ