Animal Husbandry

ଭେଟରିନାରି ଉନ୍ନତିକରଣ ପାଇଁ ଲାଗୁ ହେଲା ୩୦ତମ ରିପୋର୍ଟ

ଆମ ଦେଶରେ ପଶୁ ଡାକ୍ତର ଏବଂ ପଶୁ ଡାକ୍ତରଖାନାର ବହୁତ ଅଭାବ ଅଛି l ସେଇ ଅଭାବ ଭିତରେ ପଶୁମାନଙ୍କ ଠାରୁ ମଣିଷମାନଙ୍କୁ ହେଉଥିବା ରୋଗ ଆଉ ସେମାନଙ୍କ ଠାରୁ ମିଳୁଥିବା ଉତ୍ପାଦରେ ଥିବା ଆଣ୍ଟିବାଇଓଟିକର ସ୍ଥିତି ମଣିଷ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ । ଯେମିତିକି କ୍ଷୀର, ଅଣ୍ଡା ଏବଂ ମାଂସ ଇତ୍ୟାଦି l କୃଷି ଓ ପଶୁପାଳନର ଷ୍ଟାଣ୍ଡିଂ କମିଟି ଅଗଷ୍ଟ ମାସରେ ଭେଟରିନାରି କ୍ଷେତ୍ରରେ ସୁଧାର କରିବା ପାଇଁ ୩୦ତମ ରିପୋର୍ଟ ଦେଇଛନ୍ତି। ଯାହା ଫଳରେ ପଶୁମାନଙ୍କୁ ଠିକ ସମୟରେ ଉଚିତ ଚିକିତ୍ସା ମିଳିପାରିବ ଏବଂ ପଶୁମାନଙ୍କ ଠାରୁ ମନୁଷ୍ୟକୁ ହେଉଥିବା ରୋଗଗୁଡ଼ିକ ଠାରୁ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି l ଏହି ବିଷୟକୁ ପ୍ରତ୍ୟେକ ଭେଟରିନାରି କ୍ଷେତ୍ରରେ ପରିବର୍ତ୍ତନକୁ ନେଇ ଏହି ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ କଣ ଅଛି ଜାଣିବା ପାଇଁ ସମ୍ପୂର୍ଣ୍ଣ ରୂପରେ ପଢନ୍ତୁ ଆଜିର ଏହି ଉପସ୍ଥାପନାକୁ ।

31 August, 2021 7:34 PM IST By: Sugyan Kumar Nayak

ପଶୁପାଳନ ଷ୍ଟାଣ୍ଡିଂ କମିଟି ନିଜ ରିପୋର୍ଟରେ ଦେଇଥିବା ନିର୍ଦ୍ଦେଶନାମା –

1.ପଶୁପାଳନର ଷ୍ଟାଣ୍ଡିଂ କମିଟି ଜିଲ୍ଲା ସ୍ତରରେ ବଡ଼ ବଡ଼ ମଲ୍ଟି ସ୍ପେସିଆଲିଟି ଡାକ୍ତରଖାନା ଦ୍ଵାରା ସମ୍ପୂର୍ଣ୍ଣ ପଶୁ ଚିକିତ୍ସକଙ୍କର ଉପଲବ୍ଧ ଏବଂ ଟିକାକରଣକୁ ନେଇ ଉନ୍ନତମାନର ବ୍ୟବସ୍ଥା କରିବାକୁ କଥା ଦେଇଛନ୍ତି ।

2.ପଶୁମାନଙ୍କ ରୋଗରେ କେଉଁ ପ୍ରକାରର ପରିବର୍ତ୍ତନ ହୋଇଛି, ଏକକ ସ୍ୱାସ୍ଥ୍ୟ ନେଟୱର୍କ ଯେଉଁଥିରେ ମାଛ ପାଳନ, ରୋଗ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା, ମଣିଷ ଓ ପଶୁମାନଙ୍କ ଠାରେ ହେଉଥିବା ରୋଗକୁ ଅନୁସନ୍ଧାନ କରି ଏବଂ ପଶୁମାନଙ୍କ ଠାରୁ ମଣିଷମାନଙ୍କୁ ବ୍ୟାପୁଥିବା ରୋଗକୁ କିପରି କାବୁ କରିବା ଇତ୍ୟାଦି ବିଷୟରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

3. କମିଟି ପଶୁପାଳନ କ୍ଷେତ୍ରରେ ବଜେଟକୁ ନେଇ କହିଛନ୍ତି ଯେ ଯେତିକି ବଜେଟ କମିଟି ପାଇଁ ଘୋଷଣା କରାଯାଏ, ସେତିକି ହିଁ ମିଳିବା ଦରକାର।

ମଲ୍ଟି ସ୍ପେସିଆଲିଟି ପଶୁ ଡାକ୍ତରଖାନା ଖୋଲା ଯିବା ଉପରେ ମଧ୍ୟ ବିଷୟରେ ଗୁରୁତ୍ୱ ପ୍ରଦାନ କରାଯାଇଛି l କମିଟିର କହିବା କଥା ହେଉଛି, ପ୍ରତ୍ୟେକ ଜିଲ୍ଲାରେ ଏକ ମଲ୍ଟି ସ୍ପେସିଆଲିଟି ପଶୁ ଚିକିତ୍ସା କେନ୍ଦ୍ର ରହିବା ଉଚିତ, ଯେଉଁଠାରେ ସମସ୍ତ ଆଧୁନିକ ସୁବିଧା ପଶୁମାନଙ୍କ ପାଇଁ ହେବା ଦରକାର। ଯେଉଁଥି ପାଇଁ ପଶୁପାଳକମାନଙ୍କୁ ସେମାନଙ୍କ ପଶୁମାନଙ୍କର ଚିକିତ୍ସା ପାଇଁ ଅଧିକ ବାଟ ଯିବାକୁ ପଡ଼ିବ ନାହିଁ l 

ଏହି ଆବଶ୍ୟକତାକୁ ପୁରାଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଭେଟରିନାରି କାଉନସିଲ ମଡେଲ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଛି l ଭେଟରିନାରି କାଉନସିଲ ଅଫ ଇଣ୍ଡିଆକୁ ଅନୁରୋଧ କରାଯାଇଛି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ଅତି କମରେ ଗୋଟିଏ ମଡେଲ ଭେଟରିନାରି କଲେଜ ତିଆରି କରାଯାଉ, ଯେଉଁଠାରେ ଆନ୍ତର୍ଜାତୀୟ ସ୍ତରର ସମସ୍ତ ସୁବିଧା ରହୁ ଏବଂ ଯେପରି ଏହା ସମସ୍ତ ପ୍ରଶିକ୍ଷଣ ଦେଇପାରୁଥିବ। ଆନ୍ତର୍ଜାତୀୟ ସଂସ୍ଥାନ OIE ସହିତ ମିଶିକରି ନିୟମ ତିଆରି କରାଯାଉ, ଯାହା ମାଧ୍ୟମରେ ପଶୁପାଳନ କ୍ଷେତ୍ରରେ ସମସ୍ତ ସମସ୍ୟା ଦୂର ହୋଇପାରିବ l