Animal Husbandry

ଘର ଅଗଣାରେ କାବେରୀ କୁକୁଡ଼ା ପାଳନ

ବହୁଳ ମାତ୍ର ରେ ବଢୁଥିବା ଜନସଂଖ୍ୟା କୁ ଏହାର ଯୋଗାଇବାର ର ଭାରସାମ୍ୟ ଧାରଣ କରିଛି

04 November, 2018 6:41 PM IST By: KJ Staff

ବହୁଳ ମାତ୍ର ରେ ବଢୁଥିବା ଜନସଂଖ୍ୟା କୁ ଏହାର ଯୋଗାଇବାର ର ଭାରସାମ୍ୟ ଧାରଣ କରିଛି

 ଆଧୁନିକ ଚାଷ ପ୍ରଣାଳୀ ଏବଂ ଖାଦ୍ୟ ଚାହିଦା ମେଣ୍ଟାଇବା ଲାଗି ଆହୁରି ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି ବହୁ ପ୍ରଭାତନା କାଳରୁ ଆମ ଚାଷୀ ଭାଇ ଭଉଣୀ ମାନେ ଚାଷ କରିବା ସହ ଅନ୍ୟାନ୍ୟ ଗୃହ ପାଳିତ ପଶୁ ଯଥା ଗାଈ,ବଳଦ,ମଇଁଷି,ଛେଳି,ମେଣ୍ଢା ,କୁକୁଡ଼ା ଇତ୍ୟାଦି ପାଳନ କରିଆସୁଛନ୍ତି |ମାତ୍ର ମୁଖ୍ୟତ ଆମ ଚାଷୀ ଭାଇ ମାନେ ଦେଶୀ କୁକୁଡ଼ା ର ପାଳନ କରିଥାନ୍ତି |ଦେଶୀ କୁକୁଡ଼ାଙ୍କ ଶରୀର ବୃଦ୍ଧି ମନ୍ଥର ଏବଂ ଅଣ୍ଡା ଉତ୍ପାଦନ କ୍ଷମତା ମଧ୍ୟ କମ |ଦେଶ ବିଦେଶ ରେ ଏପରି କୁକୁଡ଼ା ପ୍ରଜାତି ଅଛନ୍ତି ଯେଉଁମାନେ ଖୁବ ଶୀଘ୍ର ବଢି ପାରନ୍ତି କିମ୍ବା ବହୁ ମାତ୍ରା ରେ ଅଣ୍ଡା ଦିଅନ୍ତି |

ଏହିପରି ଏକ ଉନ୍ନତ ପ୍ରଜାତି ହେଉଛି କାବେରୀ କୁକୁଡ଼ା ଏହାକୁ ଖୁବ ସହଜରେ ଘର ଅଗଣାରେ ପାଳନ କରାଯାଇପାରିବ|ଏମାନେ ଦେଶୀ କୁକୁଡ଼ା ଅପେକ୍ଷା ଧିକ ଓଜନ ର ହୋଇଥାନ୍ତି ଏବଂ ଏମାନଙ୍କର ଅଣ୍ଡା ଉତ୍ପାଦନ କ୍ଷମତା ମଧ୍ୟ ଅଧିକ |ଏମାନଙ୍କୁ ସହଜରେ କୁକୁର,ବିଲେଇ ଇତ୍ୟାଦି ମାରି ପାରନ୍ତିନାହିଁ |ଏମଙ୍କ ମାଂସ ସୁସ୍ୱାଦୁ ଏବଂ ରଙ୍ଗ ଦେଶୀ କୁକୁଡ଼ା ପରି ହୋଇଥିବାରୁ ଏହାର ବଜାରରେ ଚାହିଦା ଖୁବ ଅଧିକ |

କେତେକ ଜାଣିବା କଥା:

ଚିଆଁ ମୃତ୍ୟୁ ହାର (ହାରାହାରି)-୨୦ ପ୍ରତିଶତ

ଶାରୀରିକ ଓଜନ :                  ୩ କି.ଗ୍ରା

ଅଣ୍ଡା ଦେବା ଆରମ୍ଭ ବୟସ:    ୧୮୫ ଦିନ

ମାସିକ ଅଣ୍ଡା ଉତ୍ପାଦନ :          ୧୪ ଟି

ବାର୍ଷିକ ଅଣ୍ଡା ଉତ୍ପାଦନ :          ୧୬୦  ଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)