ଯଦି ମଣିଷକୁ କୌଣସି ରୋଗ ହେଉଛି ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କୁ କହି ତାହାର ଉପଚାରର ବାଟ ବାହାର କରିଥାଏ, କିନ୍ତୁ ମୂକ ପଶୁ ଏହି ପରି କରିପାରନ୍ତି ନାହିଁ l ଯେତେବେଳେ କୌଣସି ପଶୁ କିଛି ରୋଗ ସଂସ୍ପର୍ଶରେ ଆସେ ତେବେ ସେ ନିଜର ସମସ୍ୟା ଅନ୍ୟମାନଙ୍କ ସହ ବାଣ୍ଟି ପାରେ ନାହିଁ । ଏହି ପରିସ୍ଥିତିରେ ପଶୁପାଳକମାନଙ୍କ ମୁଖ୍ୟ ଭୂମିକା ରହିଥାଏ, କାରଣ ସେମାନେ ପଶୁମାନଙ୍କ ଲକ୍ଷଣ ଦେଖି ସେମାନଙ୍କ ରୋଗକୁ ସଠିକ ଭାବରେ ବାରି ପାରନ୍ତି, କିନ୍ତୁ ବହୁତ ଥର ପଶୁପାଳକମାନେ ପଶୁମାନଙ୍କ ଏହି ସବୁ ଲକ୍ଷଣ ବିଷୟରେ ଅପରିଚିତ ରହିଥାଆନ୍ତି । ଯାହା ଦ୍ୱାରା ପଶୁମାନଙ୍କର ଉଚିତ ଉପଚାର ଅଭାବ ଦ୍ଵାରା ସେମାନେ ଅକାଳ ମୃତ୍ୟୁରେ ପଡିଥାନ୍ତି । ଯାହା ଦ୍ୱାରା ପଶୁପାଳକମାନଙ୍କୁ ଅତ୍ୟଧିକ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ । ଏଥି ଯୋଗୁଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏହି ସବୁ ସମସ୍ୟାକୁ ଧ୍ୟାନରେ ରଖି ଏମିତି ଏକ ମୋବାଇଲ ଆପ୍ ବାହାର କରିଛି, ଯାହା ମାଧ୍ୟମରେ ପଶୁମାନଙ୍କୁ ହେଉଥିବା ରୋଗର ଚିହ୍ନଟ କିଛି କ୍ଷଣ ମଧ୍ୟରେ ପଶୁପାଳକମାନଙ୍କୁ ବତେଇ ହେବ l
ଏମିତି କହିବ ପଶୁମାନଙ୍କ ରୋଗ
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପୁଣି ଥରେ ପଶୁପାଳକମାନଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍ ବାହାର କରିଛି, ଯାହାର ନାମ RBIR ରୋଗ ନିୟନ୍ତ୍ରଣ ଅଟେ । ଏହି ଆପ୍ କେବଳ ଯେ ଆପଣମାନଙ୍କୁ ପଶୁଙ୍କ ରୋଗ ବିଷୟରେ କହିବ କିନ୍ତୁ ଏହି ରୋଗରୁ କିପରି ଆପଣଙ୍କ ପଶୁ ରକ୍ଷା ପାଇପାରିବେ ତାହାର ଉପଚାର ସବୁ ମଧ୍ୟ କହିବ । ଏହି ଆପ୍ ମାଧ୍ୟମରେ ଆପଣଙ୍କ ପଶୁମାନଙ୍କୁ ହେଉଥିବା ରୋଗର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍ ଡାଉନଲୋଡ କରିପାରିବେ, ଏହି ଆପ୍ ଆପଣ ଘରେ ରହି ଆପଣଙ୍କ ପଶୁଙ୍କ ସମସ୍ତ ଲକ୍ଷଣମାନ ଆଧାରକରି ସେମାନଙ୍କ ରୋଗ ବିଷୟରେ ସୂଚନା ଦେଇଥାଏ ଓ ତାହା ସହ ସେମାନଙ୍କ ଉପଚାର ବିଷୟରେ କହି ଥାଏ । ଏହି ଆପ୍ ବିଷୟରେ ମୁଖ୍ୟ କଥା ହେଉଛି ଏହା ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ସୂଚନା ଦେଇଥାଏ ତେଣୁ ଆପଣମାନେ ନାହିଁ କେବଳ ଶୁଣି କରି କିମ୍ବା ପଢିକରି କିମ୍ବା ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।
ପଶୁମାନଙ୍କୁ ହେଉଥିବା ରୋଗ
ପଶୁମାନଙ୍କୁ ବିଭିନ୍ନ ପ୍ରକାରର ରୋଗର ବିପଦ ରହିଥାଏ, ଯେଉଁ ଥିରେ ମୁଖ୍ୟତଃ ସ୍ତନହରା, ଦୁଗ୍ଧ ଜ୍ୱର ଇତ୍ୟାଦି । ସାଧାରଣତଃ ଏହା ଦେଖା ଯାଇଛି ଯେ ପଶୁପାଳକମାନେ ପଶୁମାନଙ୍କ ଠାରେ ହେଉଥିବା ରୋଗ ଚିହ୍ନି ପାରନ୍ତି ନାହିଁ, ଯାହାକୁ ଦୃଷ୍ଟିରେ ରଖି ଏହି ଆପ୍ ନିଶ୍ଚିତ ରୂପରେ ପଶୁପାଳକ ମାନଙ୍କ ପାଇଁ ଉପଯୋଗୀ ହେଇପାରିବ । ଏହି ଆପର ମୁଖ୍ୟ ଆଧାର ଏହା ଯେ, ଏହି ଆପରେ ପଶୁମାନଙ୍କୁ ହେଉଥିବା ରୋଗର ସମ୍ପୂର୍ଣ୍ଣ ବିବରଣୀ ବିସ୍ତାରରେ କୁହା ଯାଇଥାଏ ।