Animal Husbandry

ଗ୍ରୀଷ୍ମ ଋତୁରେ କିପରି ନେବେ ପଶୁଙ୍କ ଯତ୍ନ ଓ କିପରି କରିବେ ଚିକିତ୍ସା ?

ରୋଗଗ୍ରସ୍ତ ପଶୁକୁ ଥଣ୍ଡା ଏବଂ ଖୋଲା ସ୍ଥାନରେ ରଖିବା ଉଚିତ୍ l

13 June, 2024 2:22 PM IST By: Tanushree Mahapatra

ଗ୍ରୀଷ୍ମ ଋତୁ ପାଇଁ ଗୋରୁଙ୍କ ଯତ୍ନ କିପରି ନେବେ ? ଉତ୍ତାପ ପାଇଁ ଘରୋଇ ଉପଚାର ପ୍ରାୟତଃ ଲାଭଦାୟକ ହୋଇଥାଏ l ପାଣିରେ ବରଫ ମିଶାନ୍ତୁ, ଅସୁସ୍ଥ ପ୍ରାଣୀକୁ ସେହି ଥଣ୍ଡା ପାଣିରେ ବାରମ୍ବାର ଗାଧୋଇ ଦିଅନ୍ତୁ  କିମ୍ବା ଥଳି କିମ୍ବା କପଡାକୁ ଥଣ୍ଡା ପାଣିରେ ଭିଜାଇ ଦେହ ଉପରେ ରଖନ୍ତୁ l ଯେଉଁଥିପାଇଁ ଚର୍ମ ତଳେ ଥିବା ଶିରା ସଙ୍କୁଚିତ ହେବ ଏବଂ ପଶୁମାନଙ୍କୁ ଉତ୍ତାପ ଆଘାତରୁ ରକ୍ଷା କରାଯିବ l କାରଣ ଧିକ ଗରମ ହେବା କାରଣରୁ ପଶୁଙ୍କ ଶରୀର ଅସୁସ୍ଥ ମଧ୍ୟ ହୋଇପାରେ କିମ୍ବା ଲୁ ମଧ୍ୟ ଲାଗିପାରେ ଅଧିକ ଗରମ ଯୋଗୁଁ l

ରୋଗଗ୍ରସ୍ତ ପଶୁକୁ ଥଣ୍ଡା ଏବଂ ଖୋଲା ସ୍ଥାନରେ ରଖିବା ଉଚିତ୍ l ରୋଗଗ୍ରସ୍ତ ପଶୁର ଚର୍ମକୁ ଧୀରେ ଧୀରେ ଘଷିବା ଉଚିତ୍ ଯାହା ଦ୍ୱାରା ଜ୍ୱର କମିଯାଏ ଏବଂ ଶରୀରର ଉପର ଭାଗରେ ଥଣ୍ଡା ରକ୍ତ ପ୍ରବାହିତ ହେବାକୁ ଲାଗେ l ଅସୁସ୍ଥ ପଶୁକୁ ପିଇବାକୁ ପ୍ରଚୁର ଜଳ ଦିଅନ୍ତୁ l କାରଣ ଏହି ସମୟରେ ଜଳ କମିଥାଏ ପଶୁଙ୍କ ଶରୀରରେ l

ମୁଣ୍ଡ, ବେକ ଏବଂ ମେରୁଦଣ୍ଡକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ଉଚିତ୍ l ୫୦ ମିଲି ପିଆଜ ରସ, ୧୦ ଗ୍ରାମ ଜିରା ପାଉଡର ଏବଂ ୫୦ ଗ୍ରାମ ପାଉଡର ଚିନି ମିଶାନ୍ତୁ l ସବୁଜ ଆମ୍ବକୁ ପାଣିରେ ଫୁଟାନ୍ତୁ ଏବଂ ଏଥିରେ ଅଳ୍ପ ଲୁଣ ଏବଂ ଚିନି ମିଶାଇ ଏହାକୁ ପିଇଲେ ଭଲ ଲାଭ ମିଳିଥାଏ l ପ୍ରତିଦିନ ଏହା ପଶୁଙ୍କୁ ଦିଅନ୍ତୁ ପିଇବାକୁ l

ଉତ୍ତାପ ଆଘାତର ମୁଖ୍ୟ ଲକ୍ଷଣ :-

ପଶୁ ଯାହା ପ୍ରଥମେ ଉତ୍ତାପ ଆଘାତ ପାଇଥାଏ ଏବଂ ଅଶାନ୍ତ ଅନୁଭବ କରେ ଯାହାଦ୍ୱାରା ଶରୀର ଖରାପ ଅଧିକ ହୋଇଥାଏ l ଯଦି ଲୁ ର ପ୍ରଭାବ କମ୍ ତେବେ ଶରୀରର କିଛି ନିର୍ଦ୍ଦିଷ୍ଟ ସ୍ନାୟୁଗତ ଅଂଶ ପକ୍ଷାଘାତ ହୋଇଯାଏ l ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ କମିଯାଏ । କେତେକ ପ୍ରାଣୀରେ ନିଶ୍ୱାସ ବନ୍ଦ ହୋଇଯାଏ ଏବଂ ପଶୁଟି ମରିଯାଏ l ପଶୁମାନଙ୍କର ମସ୍ତିଷ୍କରେ ରକ୍ତ ଜମା ହେବା ହେତୁ ସେମାନଙ୍କ ଶରୀରରେ ରକ୍ତଚାପ ବଢ଼ିଯାଏ ଯାହା ଦ୍ୱାରା ସେମାନେ ଠିକ ହୋଇ ଚାଲନ୍ତି ନାହିଁ କିମ୍ବା ଭୂମିରେ ପଡ଼ିଯାଆନ୍ତି l ପଶୁମାନେ ୧୦୮ ଡିଗ୍ରୀ ଫାରେନ୍ହାଇଟ୍ ପର୍ଯ୍ୟନ୍ତ ଜ୍ୱର ରେ ପଡ଼ନ୍ତି ଏବଂ ଅତ୍ୟଧିକ କ୍ଲାନ୍ତ ହୁଅନ୍ତି ଜ୍ୱର ହେଲେ  l ସେମାନଙ୍କର ଚର୍ମ ଶୁଖିଯାଏ l ଶୋଷ ମେଣ୍ଟାଇବା ହେତୁ ସେମାନେ ଅଧିକ ପାଣି ପିଅନ୍ତି l ଯଦି ସେମାନଙ୍କର ଶରୀରର ତାପମାତ୍ରା ଅଧିକ ବଢେ ସେମାନେ ଚେତାଶୂନ୍ୟ ହୋଇଯାଆନ୍ତି କିମ୍ବା ମରିପାରନ୍ତି l

ଅଧିକ ପଢ଼ନ୍ତୁ

ମହଙ୍ଗା ଭତ୍ତା ବୃଦ୍ଧି: ଉପକୃତ ହେବେ ୮ ଲକ୍ଷ କର୍ମଚାରୀ

Farmer Scheme: ମିଳିବ ୨୫୦୦୦ ଟଙ୍କା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)