Animal Husbandry

ଦୁଗ୍ଧ ର ମୂଲ୍ୟ ୩୦୦୦ ପ୍ରତି ଲିଟର

ଦୁଗ୍ଧ ର ମୂଲ୍ୟ ୩୦୦୦ ପ୍ରତି ଲିଟର

19 June, 2019 5:46 PM IST By: KJ Staff

ଓ଼ଟ ଦୁଗ୍ଧ ବ୍ୟବସାୟ ରେ ଏବେ ପ୍ରଚୁର ଟଙ୍କା
ବିଦେଶ ରେ ଏବେ ଓ଼ଟ କ୍ଷୀର ର ବଢିଛି ଚାହିଦା ..

ଓ଼ଟ କ୍ଷୀର ଏବଂ ତାର ଅନ୍ୟାନ୍ୟ ଉତ୍ପାଦନ ର ହୁଏତ ଅଧିକ ସ୍ୱାଦ ନାହିଁ ହେଲେ ଏହା ଭାରତ ଠାରୁ ମଧ୍ୟ ବିଦେଶ ରେ ଅଧିକ ଲୋକପ୍ରିୟ ହୋଇପାରିଛି |ଅତ୍ୟଧିକ ଔଷଧୀୟ ଗୁଣ ରହିଥିବାରୁ ଏହାର ମୂଲ୍ୟ ମଧ୍ୟ ସମୟାନୁକ୍ରମେ ଲୋକେ ବୁଝିବାରେ ଲାଗିଛନ୍ତି |ଏବେ ଏନେଇ ବିଦେଶ କୁ ଏହି ଉତ୍ପାଦ ରଫ୍ତାନି କରି ରାଜେଶଥାନ ଏବଂ ସୁରଟ ର ଓ଼ଟ ବ୍ୟବସାୟୀ ମାନେ ମୋଟା ଅଙ୍କ ରେ ରୋଜଗାର କରୁଛନ୍ତି |

ହିତେଶ ରଥି ଫୁଡ ଆଣ୍ଡ ପ୍ରଡକ୍ଟ ନାମକ ଏକ ଘରୋଇ କମ୍ପାନୀ ଅନଲାଇନ ମଧ୍ୟମାନରେ ଓ଼ଟ କ୍ଷୀର ବିକିବା ବ୍ୟବସାୟ ଆରମ୍ଭ କରି ୨ ବର୍ଷ ମଧ୍ୟରେ ୧୫୦ ଟି ଓ଼ଟ ଚାଷୀ ମାନଙ୍କ ଠାରୁ ଏବେ କ୍ଷୀର ସଂଗ୍ରହ କରି ବେଶ ଲାଭବାନ ହୋଇଛନ୍ତି |


ଓ଼ଟ ଦୁଗ୍ଧ ର ବିଶେଷତ୍ୱ :


ଓ଼ଟ ଦୁଗ୍ଧ ର ବଜାର ର ଚଢା ଦର ବ୍ୟତୀତ ଏଥିରେ ଭରି ରହିଛି ବହୁ ଔଷଧୀୟ ଗୁଣ |ଏହା ଅଟିଶିମ ପରି ମାନସିକ ରୋଗ ର ଉପଚାର କରିବା ସାଙ୍ଗରେ ମଧୁମେହ ,ଗଣ୍ଠି ବିନ୍ଧା ପରି କେତେକ ଭୟଙ୍କର ରୋଗ ରୁ ମଧ୍ୟ ମୁକ୍ତି ଦେଇଥାଏ |ଏକ ପରୀକ୍ଷଣ ରୁ ଜଣା ପଡିଛି ଯେ ଓ଼ଟ ଦୁଗ୍ଧ ରେ ଇନ୍ସୁଲିନ ପରି ରାସାୟନିକ ଦ୍ରବ୍ୟ ଥିବାରୁ ଏହା ମଧୁମେହ ରେ ପୀଡିତ ବ୍ୟକ୍ତିଙ୍କ ନିୟମିତ ଇନ୍ସୁଲିନ ଇଞ୍ଜେକ୍ସନ ବା ଟାବଲେଟ ବ୍ୟବହାର କରିବାର ଆବଶ୍ୟକତା କୁ ହ୍ରାସ କରିଥାଏ |

ଓ଼ଟ କ୍ଷୀର ରେ ସାଲମୋନେଲା ପରି ଜୀବାଣୁ ଜନିତ ରୋଗ ରୁ ପ୍ରତିରକ୍ଷା କରିବାର ସାମର୍ଥ୍ୟ ରହିଛି |ସେହିପରି ଇରାନ ର ମସହଦ ବିଶ୍ୱବିଦ୍ୟାଳୟ ର ବୈଜ୍ଞାନିକ ଙ୍କ ଅନୁଯାୟୀ ଏଥିରେ ଲାକଟୋସ ମାତ୍ରା ଖୁବ କମ ଥିବାରୁ ଗାଈ କ୍ଷୀର ରୁ ଆଲର୍ଜି ଥିବା ବ୍ୟକ୍ତି ଙ୍କ ଲାଗି ଏହା ବେଶ ଲାଭଦାୟକ |

କିପରି ହୁଏ ଏହାର ପ୍ରକ୍ରିୟାକରଣ ?


ଓ଼ଟ ର କଞ୍ଚା କ୍ଷୀର କୁ ୨୦୦ ରୁ ୨୫୦ ଟଙ୍କା ପ୍ରତି ଲିଟର ରେ କିଣି କମ୍ପାନୀ ମାନେ ଏହାକୁ ଅଧିକ ପ୍ରକ୍ରିୟାକରଣ କରି ହାରା ହାରି ୫୦୦ ଟଙ୍କା ପ୍ରତି ଲିଟର ମୂଲ୍ୟ ରେ ବିକ୍ରି କରିଥାନ୍ତି |ଏଥିରେ ମିଲକ ପାଉଡର ମଧ୍ୟ ତିଆରି ହୋଇଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)