Animal Husbandry

ରଙ୍ଗୀନ୍ ମାଛର ବେପାର

କେବେ କେଉଁଠି ଆକ୍ଵାରିୟମ୍ ଦେଖିଲେ ଆଖି ଅଟକି ଯାଏ ତାହା ଭିତରେ ପହଁରୁଥିବା ସୁନ୍ଦର ସୁନ୍ଦର ରଙ୍ଗୀନ୍ ମାଛମାନଙ୍କ ଉପରେ l ଘର ହେଉ ବା ବଡ଼ ବଡ଼ ହୋଟେଲର ଅଭ୍ୟର୍ଥନା ପ୍ରକୋଷ୍ଠର ଆକ୍ଵାରିୟମ୍ ହେଉ, ଏବେ ଅନେକ ସ୍ଥାନରେ ରଙ୍ଗୀନ୍ ମାଛଗୁଡିକୁ ଦେଖିବାକୁ ମିଳୁଛି l କିନ୍ତୁ ରଙ୍ଗୀନ୍ ମାଛଗୁଡିକ ମୁଖ୍ୟତଃ ବାହାର ରାଜ୍ୟଗୁଡ଼ିକରୁ ଆଣି ଓଡ଼ିଶା ବଜାରକୁ ଆସିଥାଏ l ବର୍ତ୍ତମାନର ବଜାର ଚାହିଦାକୁ ଲକ୍ଷ୍ୟ କରିଲେ ରଙ୍ଗୀନ୍ ମାଛର ବ୍ୟବସାୟ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରିପାରିବ l ଏ ସମ୍ପର୍କରେ ଏଠାରେ କିଛି ବିଶେଷ ତଥ୍ୟର ଉପସ୍ଥାପନ କରାଯାଇଛି l

01 June, 2021 5:57 PM IST By: Sugyan Kumar Nayak

କେବେ କେଉଁଠି ଆକ୍ଵାରିୟମ୍ ଦେଖିଲେ ଆଖି ଅଟକି ଯାଏ ତାହା ଭିତରେ ପହଁରୁଥିବା ସୁନ୍ଦର ସୁନ୍ଦର ରଙ୍ଗୀନ୍ ମାଛମାନଙ୍କ ଉପରେ l ଘର ହେଉ ବା ବଡ଼ ବଡ଼ ହୋଟେଲର ଅଭ୍ୟର୍ଥନା ପ୍ରକୋଷ୍ଠର ଆକ୍ଵାରିୟମ୍ ହେଉ, ଏବେ ଅନେକ ସ୍ଥାନରେ ରଙ୍ଗୀନ୍ ମାଛଗୁଡିକୁ ଦେଖିବାକୁ ମିଳୁଛି l କିନ୍ତୁ ରଙ୍ଗୀନ୍ ମାଛଗୁଡିକ ମୁଖ୍ୟତଃ ବାହାର ରାଜ୍ୟଗୁଡ଼ିକରୁ ଆଣି ଓଡ଼ିଶା ବଜାରକୁ ଆସିଥାଏ l ବର୍ତ୍ତମାନର ବଜାର ଚାହିଦାକୁ ଲକ୍ଷ୍ୟ କରିଲେ ରଙ୍ଗୀନ୍ ମାଛର ବ୍ୟବସାୟ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରିପାରିବ l ଏ ସମ୍ପର୍କରେ ଏଠାରେ କିଛି ବିଶେଷ ତଥ୍ୟର ଉପସ୍ଥାପନ କରାଯାଇଛି l

ରଙ୍ଗୀନ୍ ମାଛ ପ୍ରକୃତିର ଏକ ଅପୂର୍ବ ଅବଦାନ l ଏହାକୁ ଚାଷ କରିବାରେ ବହୁ ଲୋକ ରୁଚି ରଖିଥିଲା ବେଳେ ଏହା ଏକ ଅନ୍ୟତମ ଉଦ୍ୟୋଗ l ଏହି ଚାଷ ଦ୍ୱାରା ଆପଣ ବେଶ୍ ଲାଭବାନ୍ ହୋଇପାରିବେ l ଏହି ଉଦ୍ୟୋଗ ଲାଗି ଆପଣ ସରକାରଙ୍କ ସହାୟତା ମଧ୍ୟ ପାଇପାରିବେ l

ତେବେ କେମିତି କରିବେ ରଙ୍ଗୀନ୍ ମାଛ ଚାଷ ?

  • ସଫଳ ଚାଷୀ ହେବା ଲାଗି ଆପଣଙ୍କୁ ଉତ୍ତମ ମାଛ ବିହନ ଏବଂ ଉପଯୁକ୍ତ ଯତ୍ନ ନେବା ସହ ଉଚିତ ସ୍ଥାନ ଏବଂ ଅବସ୍ଥିତି ମଧ୍ୟ ଆବଶ୍ୟକ l

  • ଛୋଟ ଆକାରରେ ଚାଷ କରିବା ଲାଗି ହାରାହାରି ୫୦୦ ବର୍ଗ ଫୁଟ ଆବଶ୍ୟକ ଯେଉଁଠାରେ କଂକ୍ରିଟ ଟାଙ୍କି ନିର୍ମାଣ କରାଯାଇଥାଏ l ଅଧିକ ମାଛ ଚାଷ ଲାଗି ୧ ହେକ୍ଟର ଜମି ନେଇ ସେଥରେ ପୋଖରୀ ଖୋଳି ଚାଷ କରନ୍ତୁ l

  • ଛାଇ ହେବା ଲାଗି ସେଡ୍ ଏବଂ ଚଢେଇମାନଙ୍କ ଦାଉରୁ ରକ୍ଷା ପାଇବା ଲାଗି ଟାଙ୍କି ବା ପୋଖରୀ ଉପରେ ଜାଲି ଲଗାନ୍ତୁ l ପ୍ରକୃଷ୍ଟ ଭାବେ ପାଣି ଓ ବିଦ୍ୟୁତର ଆୟୋଜନ ରହିବା ଅତି ଆବଶ୍ୟକ l

  • ଜଳର ଅମ୍ଳତାକୁ ଭଲ ଭାବେ ଯାଞ୍ଚ କରନ୍ତୁ l ବେଟା ମାଛ, କ୍ୟାଟ୍ ଫିସ୍ ପରି ପ୍ରଜାତି ବିଭିନ୍ନ ଅମ୍ଳତା ଥିବା ପାଣିରେ ବଞ୍ଚିପାରିବେ ହେଲେ ଅନ୍ୟ କେତୋଟି ମାଛ ଯେପରି ଆଞ୍ଜେଲ୍,ଟେଟ୍ରା ଇତ୍ୟାଦିଙ୍କୁ ଅଳ୍ପ ଅମ୍ଳତା ଥିବା ଜଳ ଆବଶ୍ୟକ l

  • ୟୁନିଟରେ ଏକ ବାୟୋ ଫିଲ୍ଟର ରହିବା ନିହାତି ଆବଶ୍ୟକ l

  • ଉତ୍ତମ ବିହନ ଲାଗି ଗୋଟେ ୟୁନିଟର ମାଛକୁ ବାରମ୍ବାର ପ୍ରଜନନ କରିବାକୁ ଦିଅନ୍ତୁ ନାହିଁ l ଅନ୍ୟ କୌଣସି ଫାର୍ମରୁ ମାଛ ଆଣି ପ୍ରଜନନ କରାଇଲେ ଭଲ l

  • ବଜାରରେ ମିଳୁଥିବା ଉତ୍ତମ ମାନର ମାଛ ଖାଦ୍ୟ ବା ପେଲେଟ୍ ବ୍ୟବହାର କରନ୍ତୁ l

  • ବଞ୍ଚିଥିବା କୀଟ ଯେପରି ଜିଆ,ବ୍ଲଡ଼ ୱାର୍ମ,ଟୁବିଫ୍ଲେକ୍ସ ଇତ୍ୟାଦି ମାଛ ଯାଁଆଳ ଲାଗି ବେଶ୍ ଉପଯୋଗୀ l

  • ମାଛ ବିକିବା ଲାଗି ମଧ୍ୟ ନିକଟସ୍ଥ ବଜାର ସହ ଯୋଗାଯୋଗ ଜାରି ରଖନ୍ତୁ l

  • ଅଧିକ ଲାଭବାନ ହେବା ଲାଗି ସମନ୍ବିତ ଚାଷ ପ୍ରଣାଳୀ ଉପରେ ନିର୍ଭର କରନ୍ତୁ l ମାଛ ଚାଷ ସହ ଜିଆ ଖତ ପ୍ରସ୍ତୁତି ବେଶ ଲାଭଦାୟକ l

  • ଯଦି ମାଛ ବହୁଳ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ତେବେ ତୁରନ୍ତ ନିକଟସ୍ଥ ମତ୍ସ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ l

  • ଅଧିକ ଖାରିଆ ପାଣି ବା ଲୌହ ଯୁକ୍ତ ପାଣିରେ ଚାଷ କରନ୍ତୁ ନାହିଁ l

ନିଶ୍ଚିନ୍ତ ଭାବେ ଚାଷ କରିବା ଆଗରୁ ପ୍ରଶିକ୍ଷଣ କର୍ମଶାଳାରେ ଭାଗ ନିଅନ୍ତୁ l ଏହା ବ୍ୟତୀତ ନିକଟସ୍ଥ ମଣ୍ଡି ବା ବଜାର ସହ ମଧ୍ୟ ସମ୍ପର୍କ ରଖିବା ଆବଶ୍ୟକ l ଏହା ସହିତ ଆକ୍ଵାରିୟମ୍ ନିମନ୍ତେ ଦରକାର କରୁଥିବା ସମସ୍ତ ଆନୁସଙ୍ଗିକ ସାମଗ୍ରୀଗୁଡ଼ିକୁ ମଧ୍ୟ ବ୍ୟବସାୟିକ ଭିତିରେ ରଖିବା ଦରକାର l ଗୋଟିଏ ଥରରେ ଗୋଟିଏ ପ୍ରଜାତି ମାଛର ଚାଷ କରନ୍ତୁ l ଗୋଲ୍ଡ ଫିସ୍, କ୍ୟାଟ୍ ଫିସ୍, ବେଟା ଫିସ୍,ବାର୍ବ, ଇତ୍ୟାଦିର ବେଶ୍ ଅଧିକ ଚାହିଦା ରହିଛି l