Animal Husbandry

ଗାଈଗୋରୁଙ୍କ ଜୀବନ ଯାଉଛି ଶିକାରୀ ବୋମାରେ

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଯିବା ପ୍ରସଙ୍ଗ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଆଉ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏହା ବ୍ୟତୀତ ଶିକାରୀମାନେ ଜନ୍ତୁ ଶିକାର କରିବା ପାଇଁ ଅନ୍ୟ ଜଙ୍ଗଲରେଗୁଡ଼ିକରେ ନିଆଁଲଗାଇ ଦେଉଛନ୍ତି l ଏଥି ପ୍ରତି କାହାର ନିଘା ନାହିଁ l ଜଙ୍ଗଲ ବିଭାଗର କୁମ୍ଭକର୍ଣ୍ଣ ନିଦ ଏବେ ବି ଭାଙ୍ଗୁନି l

15 March, 2021 3:57 PM IST By: Sugyan Kumar Nayak

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଯିବା ପ୍ରସଙ୍ଗ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଆଉ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏହା ବ୍ୟତୀତ ଶିକାରୀମାନେ ଜନ୍ତୁ ଶିକାର କରିବା ପାଇଁ ଅନ୍ୟ ଜଙ୍ଗଲରେଗୁଡ଼ିକରେ ନିଆଁଲଗାଇ ଦେଉଛନ୍ତି l ଏଥି ପ୍ରତି କାହାର ନିଘା ନାହିଁ l ଜଙ୍ଗଲ ବିଭାଗର କୁମ୍ଭକର୍ଣ୍ଣ ନିଦ ଏବେ ବି ଭାଙ୍ଗୁନି l

ଜଙ୍ଗଲରେ ନିଆଁ ଲାଗିଲେ ଏହାର ଜୀବଜନ୍ତୁ ଭୟରେ ଜଙ୍ଗଲ ବାହାରକୁ ଆସିବା ସମୟରେ ଶିକାରୀମାନେ ଲୁଚି ଛପି ସେମାନଙ୍କୁ ଶିକାର କରୁଛନ୍ତି l ଏହା କରିବା ଦ୍ୱାରା ବନ୍ୟଜନ୍ତୁମାନେ ମୃତ୍ୟୁ ମୁଖରେ ପଡ଼ିବା ସହିତ ପାହାଡ଼ ପର୍ବତର ଅମୂଲ୍ୟ ସମ୍ପଦ ଜଳିପୋଡ଼ି ଛାରଖାର ହୋଇଯାଉଛି l ପରିବେଶ ଉପରେ ଏହାର କେତେ ଯେ ଖରାପ ପ୍ରଭାବ ପଡ଼ୁଛି ତାହାର ଆକଳନ କରୁଛି କିଏ ? ଏହି ଗ୍ରୀଷ୍ମ ଋତୁରେ ଶିକାରୀମାନେ ଜନ୍ତୁ ଶିକାର କରିବା ପାଇଁ ଆଉ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି l ଶିକାରୀମାନେ ବିଭିନ୍ନ ମୃତ ଜୀବଜନ୍ତୁଙ୍କ ଦେହାବଶେଷରେ ବୋମା ଭର୍ତି କରି ଜଙ୍ଗଲ ତଳି ଅଞ୍ଚଳରେ ରଖିଦେଉଛନ୍ତି କିମ୍ବା ବୋମାକୁ କଅଁଳିଆ ପତ୍ର ଘାସ ଘୋଡ଼ାଇ ଦେଇ ରଖିଦେଉଛନ୍ତି l ଏହା ଖାଇବାକୁ ଆସି ଜଙ୍ଗଲ ଜନ୍ତୁ ବୋମା ବିସ୍ଫୋରଣରେ ମରୁଛନ୍ତି l କିନ୍ତୁ ଏହାର ଶିକାର ହେଉଛନ୍ତି ଜଙ୍ଗଲକୁ ଚରିବାକୁ ଯାଉଥିବା ଗୃହପାଳିତ ଗାଈ, ମଇଁଷିମାନେ l ଅଜାଣତରେ ଏହି ଲୁଚାଯାଇଥିବା ବୋମାରେ ଗୋଡ଼ ବାଜି କିମ୍ବା ଏହାକୁ ଖାଇ ଗାଈଗୋରୁ ଅତ୍ୟନ୍ତ ଗୁରୁତର ଭାବରେ ଆହତ ହେଉଛନ୍ତି l କାହାର ଥୋମଣିରୁ ଫାଳେ ଛିଡିଯାଉଛି ତ କାହାର ପେଟ ଫାଟି ଯାଉଛି l ନୃଶଂସ ମଣିଷର ବେପରୁଆର ଶିକାର ହେଉଛନ୍ତି ନିରୀହ ପ୍ରାଣୀ l

ଏହିପରି ଘଟଣା ଅନେକ ଥର ଘଟି ସାରିଲାଣି, କିନ୍ତୁ ପ୍ରଶାସନ ହାତବାନ୍ଧି ବସିଛି l ଆଉ ବିଚରା ଗୋପାଳକମାନେ କ୍ଷତି ସହୁଛନ୍ତି l କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବନଖଣ୍ଡ ଅଧୀନରେ ଏହି ପରି ଭାବରେ ଅନେକ ଶିକାରୀ ସକ୍ରିୟ ଭାବରେ ଶିକାର କରୁଥିବାର ବହୁବାର ଖବର ଆସୁଛି l ଏହି ବନାଞ୍ଚଳର କାଦୁଅପଡ଼ା, କୋଟପଲ୍ଲା, ଖଇରୀପଙ୍ଗା, ଦାଶରଥିପୁର ଅଞ୍ଚଳରେ ଏପରି ଘଟଣା ଘଟୁଅଛି l ଏହି ଭଳି ଚୋରା ଶିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ କ୍ଷତି ସହୁଥିବା ଗୋପାଳକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)