ଅଧିକ ଲାଭବାନ ହେବାଲାଗି ଟିପ୍ସ
ଭାରତ ଦୁଗ୍ଧ ଉତ୍ପାଦନ ରେ ବିଶ୍ୱ ରେ ସବୁଠାରୁ ଆଗୁଆ ଥିଲା ବେଳେ ଓଡିଶା ରେ ଚାଷୀ ମାନେ ବିଭିନ୍ନ କାରଣ ରୁ ଲାଭବାନ ହେଇପାରୁନାହାନ୍ତି|ତେବେ ଏହି ଦିଗରେ କେତେକ ବିଶେଷ ବିଷୟ ଉପରେ ଧ୍ୟାନ ଦେବା ଉଚିତ :
୧)ଏକ ନିର୍ଦ୍ଧିଷ୍ଟ ଯୋଜନା ତିଆରି କରନ୍ତୁ :
ଗୋପାଳନ କରୁଥିବା ଚାଷୀ କୁ ଗାଈ ପାଳନ ,ତାଙ୍କର ଯତ୍ନ ଏବଂ ତାର ଆବଶ୍ୟକତା ବିଷୟରେ ପ୍ରକୃଷ୍ଟ ଜ୍ଞାନ ରହିବ ଆବଶ୍ୟକ |ଗାଈ ର ଗର୍ଭଧାରଣ ସମୟ ,ବାଛୁରୀ ର ଯତ୍ନ ,ଦୁଗ୍ଧ ସଂଗ୍ରହ କରିବା ପ୍ରକ୍ରିୟା ଇତ୍ୟାଦି ସହ ସେହି ପ୍ରାଣୀ ର ସେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ |
ଏହା ବ୍ୟତୀତ ସେମାନଙ୍କୁ ଉତ୍ତମ ମାନର ର ଖାଦ୍ୟ ଯୋଗାଇବା ଏବଂ ଋତୁ ପରିବର୍ତନ ଅନୁସାରେ ଖାଦ୍ୟ ପରିମାଣ ଏବଂ ସେଥିରେ ଗାଈ ମାନଙ୍କର ରୁଚି ପରିବର୍ତନ ହୁଏ ବୋଲି ମଧ୍ୟ ଜାଣି ରଖିବା ଆବଶ୍ୟକ |
ଏହା ସହ ଫାର୍ମ ଲାଗି ଖର୍ଚ ହେଉଥିବା ଟଙ୍କା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ |ଖାଦ୍ୟ ସହ ଉପଯୁକ୍ତ ଭିଟାମିନ ,ମିନେରାଲ ଏବଂ ସମୟ ସମୟରେ ଟୀକାକରଣ ଆବଶ୍ୟକ |ରୋଗ ବ୍ୟାଧି ର ଚିକିତ୍ସା ଲାଗି ଔଷଧ ଇତ୍ୟାଦି ଫାର୍ମ ଲାଗି ବ୍ୟବହୃତ ରାଶି ଉପରେ ନିର୍ଭର କରେ |ତେଣୁ ଗୋପାଳନ ପୂର୍ବରୁ ପ୍ରଥମେ ମୂଳ ରାଶି ଏବଂ ତାର ବିଭିନ୍ନ କ୍ଷେତ୍ର ରେ ବିଭାଜନ ଉପରେ ଗୁରୁତ୍ୱ ଦେଇ ,ସେଥି ଲାଗି ଆକଳନ କରନ୍ତୁ |
ଉଧାରଣ ସ୍ୱରୂପ :ଭାରତ ରେ ପ୍ରାୟତଃ ର ସମସ୍ତ ରାଜ୍ୟରେ ଦୁଗ୍ଧ ଲିଟର ପ୍ରତି 40 ଟଙ୍କା |ଆପଣ ଯଦି ଫାର୍ମ ରେ ଉନ୍ନତ ପ୍ରଜାତି ର ଗୋପାଳନ କରୁଛନ୍ତି ତେବେ ଆପଣ ଦିନକୁ ପ୍ରତି ଗାଈ ଠାରୁ ୨୦-୨୫ ଲିଟର ଦୁଗ୍ଧ ସଂଗ୍ରହ କରିପାରିବେ |ଏଣୁ ଦିନକୁ ହାରାହାରି ୧୫୦ ଲିଟର ଦୁଗ୍ଧ ସଂଗ୍ରହ ହେଲେ ,ପ୍ରାୟେ ୬୦୦୦ ଟଙ୍କା ଦିନକୁ ଲାଭ କରିପାରିବେ |ଫାର୍ମ ଲାଗି ଅନ୍ୟାନ୍ୟ ଖର୍ଚ କୁ ଫେଡ଼ିଲେ ମାସକୁ ହାରାହାରି ୧ଲକ୍ଷ ଟଙ୍କା ର ଲାଭ ହୋଇପାରିବ |
ତେବେ ପ୍ରଥମ ଥର ଲାଗି ଗୋପାଳନ କରୁଥିଲେ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଅନ୍ତୁ :
୧)ଖାଦ୍ୟ ଯୋଗାଣ :
ଗାଈ ମାନେ ବିଶେଷ କରି ଘାସ ଖାଇବାକୁ ଭଲ ପାଆନ୍ତି ମାତ୍ର ବର୍ତମାନ ହ୍ରାସ ପାଉଥିବା ଉତ୍ପାଦନ ହେତୁ ସେମାନେ ପ୍ରାୟତ କୁତ୍ରିମ ଖାଦ୍ୟ ଯୋଗାଣ ଉପରେ ନିର୍ଭରଶୀଳ ହୋଇଗଲେଣି |ଅଧିକ ଦୁଗ୍ଧ ଉତ୍ପାଦନ ଲାଗି ପ୍ରୋଟିନ ଯୁକ୍ତ ଘାସ ଯଥା ଆଲଫା ଆଲଫା ଏବଂ ପ୍ରୋଟିନ ସପ୍ଲିମେଣ୍ଟ ର ବ୍ୟବସ୍ତା କରନ୍ତୁ|
ଆଲଫା ଆଲଫା ର ଦର ଅଧିକ ହୋଇଥିଲା ବେଳେ ଏହା ବଦଳରେ ଗହମ ବା ଓ଼ଟ ର ନଡା ଖାଇବାକୁ ଦିଅନ୍ତୁ |
ଏହା ସହ ମଞ୍ଜି ବା ଗ୍ରେନ ଖାଇବାକୁ ଦିଅନ୍ତୁ |ଏହା ସବୁଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ |
୨)ଗାଈ ମାନଙ୍କର ସ୍ୱାସ୍ଥ୍ୟ :
ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ |ଯଥା ସମ୍ଭବ ଗାଈ ମାନଙ୍କ ଯତ୍ନ ନିୟନ୍ତୁ ,ନିୟମିତ ଗୁହାଳ ସଫା କରନ୍ତୁ ,ପ୍ରତ୍ୟେକ ୨ ମାସ କୁ ଥରେ ତାଙ୍କର ଓଜନ ସମୀକ୍ଷା କରନ୍ତୁ |ଶରୀର ର ଉଚିତ ଫ୍ୟାଟ ମଧ୍ୟ ରହିବ ଆବଶ୍ୟକ |
୩)ସକାଳ ବ୍ୟାୟାମ :
ସକାଳୁ ଗାଈ ମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ଯୋଗାଇ ତାଙ୍କୁ ଚରିବାକୁ ଏକ ପଡିଆ ବା ଖାଲି ସ୍ଥାନ କୁ ନିଅନ୍ତୁ |ସର୍ବଦା ବସି ରହିଲେ ତାଙ୍କର ହାଡ ଦୁର୍ବଳ ହୋଇଯାଏ |ତେଣୁ ଚରିବାକୁ ନେଲେ ତାଙ୍କୁ ମୁକ୍ତ ଆକାଶରେ ଉନ୍ମୁକ୍ତ ବାତାବରଣ ରେନିଶ୍ୱାସ ନେବାର ସୁଯୋଗ ମିଳିଥାଏ |
୪)ଭଲ ଘର:
ଗାଈ ମାନେ ବାସ କରୁଥିବା ଗୁହାଳ କୁ ସର୍ବଦା ସଫା ରଖନ୍ତୁ ଏବଂ ସେଠାରେ ଉପଯୁକ୍ତ ତାପମାତ୍ରା ଯେପରି ସଂରକ୍ଷଣ କରି ହେବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ |ସାଧାରଣତଃ ଲୋକେ ଏକ ବଡ ଗୁହାଳ ରେ ଏକ ସହ ୧୨ ରୁ ୧୫ ଟି ଗାଈ ରଖିଥାନ୍ତି ମାତ୍ର ସମସ୍ତ ଗାଈ କୁ ଯେପରି ଉଚିତ ସ୍ଥାନ ମିଳୁ ସେଥି ପ୍ରତି ଧ୍ୟାନ ଦେବା ଉଚିତ |ପ୍ରସବ କରୁଥିବା ମା ଏବଂ ଜନ୍ମ ହୋଇଥିବା ବାଛୁରୀ ମାନଙ୍କ ଲାଗି ସ୍ୱତନ୍ତ୍ର ସ୍ଥାନ ଆବଶ୍ୟକ |
୫)ଗାଈ ସ୍ତନ :
ଗାଈ ଦୁଇଁବା ପରେ ସ୍ତନ କୁ ସଫା ରଖିବା ଅତି ଆବଶ୍ୟକ |ଏହା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଏବଂ ସଂକ୍ରମଣ ରୁ ରକ୍ଷା ମିଳିଥାଏ |ଏହିପରି ସଂକ୍ରମଣ ଦ୍ୱାରା ଦୁଗ୍ଧ ର ମାନ ହ୍ରାସ ହୋଇଥାଏ |