ଭାରତରେ ଚାଷୀମାନଙ୍କ ପାଇଁ ପଶୁପାଳନ ଏକ ଲାଭଦାୟକ ବ୍ୟବସାୟ ଅଟେ । ଭାରତରେ ପାଖାପାଖି ୨ କୋଟି ଲୋକଙ୍କ ଜୀବିକା ପଶୁପାଳନ ଦ୍ଵାରା ହିଁ ହୋଇଥାଏ । ପଶୁପାଳନ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ପ୍ରାୟତଃ କମ ହେଇଥାଏ । ଭାରତର କୃଷି ଓ ପଶୁପାଳନରେ ପ୍ରଭାବିତ ହୋଇ ଶ୍ରୀଲଙ୍କାର ପ୍ରଧାନ ମନ୍ତ୍ରୀ ହରିୟାଣାର ପଶୁପାଳନ ବିଶେଷକର ସର୍ବାଧିକ କ୍ଷୀର ଦେଉଥିବା କ୍ଷମତା ବିଶିଷ୍ଟ ମୁର୍ରା ପ୍ରଜାତିର ମଇଁଷିର ପାଳନ ପାଇଁ ଅଧିକ ରୁଚି ଦେଖାଇଛନ୍ତି ।
ଏହି ବିଷୟ ରେ ଦିଲ୍ଲୀସ୍ଥିତ ହରିୟଣା ଭବନରେ ଶ୍ରୀଲଙ୍କାର ଗ୍ରାମୀଣ ବିକାଶ ରାଜ୍ୟ ମନ୍ତ୍ରୀ ସାଥଶିବମ ବିୟାଲେଂଦେରାନ ଓ ଶ୍ରୀଲଙ୍କାର ପ୍ରଧାନ ମନ୍ତ୍ରୀ ସମନ୍ଵୟ ସଚିବ ସେନ୍ଥିଲ ଥୋଣ୍ଡମନ ହରିୟାଣାର କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରୀ ଜୟପ୍ରକାଶ ଦଲାଲଙ୍କ ସହିତ ଏକ ବୈଠକରେ ବିଚାର ବିମର୍ଶ କରିଛନ୍ତି। ବୈଠକରେ ହରିୟାଣା ଓ ଶ୍ରୀଲଙ୍କା ମଧ୍ୟରେ କୃଷି ବିଶେଷ କରି ପଶୁପାଳନ ଓ କୃଷି ଜ୍ଞାନକୌଶଳର ଆଦାନ ପ୍ରଦାନରେ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରାଗଲା । ଶ୍ରୀଲଙ୍କାର ଗ୍ରାମୀଣ ବିକାଶ ରାଜ୍ୟ ମନ୍ତ୍ରୀଙ୍କ ଅନୁସାରେ ଶ୍ରୀଲଙ୍କାରେ ହରିୟାଣାର ପଶୁପାଳନରେ ପ୍ରାଧାନ୍ୟ ଦିଆଯାଉଥିବା ସର୍ବାଧିକ ଦୁଗ୍ଧ କ୍ଷମତାର ମୁର୍ରା ପ୍ରଜାତିର ମଇଁଷି ପାଳନରେ ମୁଖ୍ୟ ରୁଚି ରହିଛି । ଏହି ପ୍ରସଙ୍ଗରେ ଶ୍ରୀଲଙ୍କା ଓ ହରିୟାଣାର କୃଷି ଓ ପଶୁପାଳନ କ୍ଷେତ୍ରରେ ପରସ୍ପର ବିକାଶର ବ୍ୟାପକ ସମ୍ଭାବନା ଅଛି ।
ମୁର୍ରା ମଇଁଷିର ମୁଖ୍ୟ ବୈଶିଷ୍ଟ୍ୟ
-
ମୁର୍ରା ପ୍ରଜାତି ମଇଁଷିର ଶିଙ୍ଗ ଗୋଲିଆ ହୋଇଥାଏ ।
-
ମୁର୍ରା ପ୍ରଜାତି ମଇଁଷିର ଚମଡ଼ା ଅତ୍ୟନ୍ତ ପତଳା ଓ ନରମ ହେଇଥାଏ ।
-
ଏହି ପ୍ରଜାତିର ମଇଁଷି ପ୍ରତି ଦିନ ୧୫ ରୁ ୨୦ ଲିଟର କ୍ଷୀର ଦେଇଥାଆନ୍ତି ।
-
ଏହି ପ୍ରଜାତିର ମଇଁଷିମାନଙ୍କ ଦେହର ରଙ୍ଗ ଗାଢ କଳା ରଙ୍ଗର ହେଇଥାଏ ।
-
ଏମାନଙ୍କ କ୍ଷୀରରେ ଲହୁଣୀ ଅଂଶ ଗାଈ କ୍ଷୀରର ଲହୁଣୀ ଅପେକ୍ଷା ଅଧିକ ଥାଏ ।
-
ଏମାନଙ୍କ କ୍ଷୀରକୁ ଦହି, କ୍ଷୀର ଆଉ ଲସି ତିଆରି ପାଇଁ ବ୍ୟବହାର କରାଯାଏ ।
-
ଏହି ପ୍ରଜାତିର ମଇଁଷିଙ୍କର ମୂଲ୍ୟ ବଜାରରେ ୧ ଲକ୍ଷ ରୁ ଅଧିକ ରହିଥାଏ ।
-
ଏମାନଙ୍କ ବିଶେଷତା ଏହା ଯେ, ଏମାନଙ୍କ ଲାଙ୍ଗୁଡ ଆଉ ଖୁର୍ରା ର ତଳ ଭାଗରେ ଧଳା ଦାଗ ଥାଏ ଆଉ ମୁଣ୍ଡର ତାଳୁରେ ବି ଛୋଟ ଧଳା ଦାଗ ଥାଏ ।
ମୁର୍ରା ମଇଁଷି କେଉଁଠାରେ ମିଳନ୍ତି ?
ମୁର୍ରା ମଇଁଷି ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ମିଳନ୍ତି, ଏହି ମଇଁଷି ହରିୟଣାର ରୋହତକ, ହିସାର, ଜିନ୍ଦ ଓ କରନଲ ଜିଲ୍ଲା ତଥା ଦିଲ୍ଲୀ ଓ ପଞ୍ଜାବରେ ଅଧିକ ମିଳନ୍ତି । ଭାରତ ଅପେକ୍ଷା ବିଦେଶରେ ଏହି ମଇଁଷିର ପାଳନ ମଧ୍ୟ କରାଯାଏ ଆଉ ସେଥି ମଧ୍ୟରେ ଇଟାଲୀ, ବୁଲଗେରିଆ, ଆଉ ମିସର ଆଦି ଦେଶ ପ୍ରମୁଖ ଅଟେ ।