ଏହି ପ୍ରଜାତି ର ଲକ୍ଷଣ :
-ଏହି ପ୍ରଜାତି ଗାଈ ର ରଙ୍ଗ ସାଧାରଣତଃ ଧଳା ,ଧୂସର ,ବାଦାମୀ ବା କଳା ରଙ୍ଗ ହୋଇଥାଏ |
-କେବଳ ଘାସ ଖାଇ ଏହା ଦିନକୁ ୪ ଲିଟର ପର୍ଯ୍ୟନ୍ତ କ୍ଷୀର ଦେବାରେ ସକ୍ଷମ |ଯଦି ଉପଯୁକ୍ତ ଦାନ ଦିଆଯାଏ ତେବେ କ୍ଷୀର ଉତ୍ପାଦନ ୭ ଲିଟର ଯାଏ ବୁଦ୍ଧି ପାଇପାରେ |
-ଖିରରେ ଲହୁଣୀ ର ମାତ୍ରା ବା ଫ୍ୟାଟ ଅଂଶ ୪.୩ ରୁ ୪.୪ ଯାଏ ରହିଥାଏ |
-ଏହାର ରୋଗ ସାହାଣୀ ଶକ୍ତି ଅଧିକ ଥାଏ ଏବଂ ଶଙ୍କର କିସମ ର ଗାଈ ଅପେକ୍ଷା ଏହା ଅଧିକ ଅହିତକାରୀ ପରିସ୍ତିଥି ରେ ମଧ୍ୟ ଦୁଗ୍ଦ ଉତ୍ପାଦନ କରିପାରେ |
-ଏହି ଗାଈ ୩୦୦ ଦିନ ଯାଏ ଦୁଗ୍ଦ ଉତ୍ପାଦନ କରିପାରେ ମାତ୍ରା ଏବେ ପରିବେଶ ପ୍ରଦୂଷଣ ଓ ପ୍ରତିକୂଳ ପରିସ୍ତିଥି ର ସମ୍ମୁଖୀନ ହିଁ ଏହାର ଦୁଗ୍ଧ ଉତ୍ପାଦନ ଏବେ ୨୦୦ ଦିନ ଯାଏ ହେଉଛି |
ବିଂଝାରିପୁରି ଗାଈ ର ଶରୀର ଗଠନ :
-ମଧ୍ୟମ ଧାରଣା ର ମୁଣ୍ଡ ଓ ଛୋଟ କାନ
-ଛୋଟ ଓ ଚଉଡା ସିଂହ ଏବଂ ଏହାର ମୂଳ ଧୀରେ ଧୀରେ ଶେଷ ଆଡକୁ କରୁଆ
-ବିଶେଷ କରି ଏହି ପ୍ରଜାତି ଗାଈ ର ଲାଞ୍ଜ ବହୁତ ଲମ୍ବା ଏବଂ ଭୂମି କୁ ସ୍ପର୍ଶ କରେ |
-ଲାଞ୍ଜ ର ଚୁଳ ମୋଟା ଓ କଳା|
-ଜନ୍ମ ବେଳେ ଏହାର ବାଛୁରୀ ର ଓଜନ ପ୍ରାୟେ ୧୮-୨୦ କି .ଗ୍ରା ମଧ୍ୟରେ ରହିଥାଏ |
ଅଣ୍ଡିରା ଗାଈ ର ଉଚ୍ଚତା ପ୍ରାୟେ ୧୨୧ ସେ.ମି ଏବଂ ମାଈ ଗାଈ ର ୧୦୭ ସେ ମି ପର୍ଯ୍ୟନ୍ତ ଉଚ୍ଚତା ରହିଥାଏ |
ଜାଣନ୍ତୁ ଏହାର ବିଶେଷ ତଥ୍ୟ -
କେଉଁଠାରେ ଦେଖିବାକୁ ମିଳେ :ଓଡିଶା (ଯାଜପୁର )
ଅନ୍ୟ ନାମ :ଦେଶୀ
ମୁଖ୍ୟ କାର୍ଯ୍ୟ :ଦୁଗ୍ଧ ଉତ୍ପାଦନ ଏବଂ ଚାଷ କାର୍ଯ୍ୟ
ବୟସ୍କ ଗାଈ ର ଓଜନ:୨୦୦-୨୫୦ କି.ଗ୍ରା
ଖାଦ୍ୟ :କୁଣ୍ଡା ,ତୋରାଣି ଏବଂ ନାଦ ସକାଳେ ଦିଅନ୍ତୁ ,ପରେ ଏମାନଙ୍କୁ ଚରିବା ଲାଗି ଛାଡ଼ିଦିଅନ୍ତୁ |ବଳଦ ଚାଷ ରେ କାର୍ଯ୍ୟରତ ଥିଲେ ତାକୁ ଚୋକଡ ,ତୋରାଣି ବା ପେଜ ସହ ପାରିବ ଚୋପା ମିଶାଇ ଖାଇବାକୁ ଦିଅନ୍ତୁ |
ପ୍ରଥମ ବାଛୁରୀ ଜନ୍ମ କରିବା ବୟସ :୩-୩.୫ ବର୍ଷ
ପ୍ରତି ବର୍ଷ କ୍ଷୀର ଉତ୍ପାଦନ:୯୧୫ -୧୩୫୦ ଲିଟର