Animal Husbandry

ମିଶ୍ରିତ ପ୍ରଜାତିର ମାଛ ପାଳନ କରନ୍ତୁ…ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା…

ଭାରତରେ, ଗତ କିଛି ବର୍ଷ ମଧ୍ୟରେ ମଧୁର ଜଳ ମାଛର ପାଳନ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାର ସବୁଠାରୁ ବଡ କାରଣ ହେଉଛି ଏହି ବ୍ୟବସାୟରେ ଚାଷୀଙ୍କ ପାଇଁ ଖର୍ଚ୍ଚ କମ୍ ଥିବା ବେଳେ ଲାଭ ଅଧିକ ହୋଇଥାଏ । ଆହୁରି ମଧ୍ୟ, ଆଜିକାଲି ବଜାରରେ ମାଛ ମାଂସର ଚାହିଦା ମଧ୍ୟ ଅଧିକ ରହିଛି ।

28 July, 2021 10:57 AM IST By: Sugyan Kumar Nayak

ଭାରତରେ, ଗତ କିଛି ବର୍ଷ ମଧ୍ୟରେ ମଧୁର ଜଳ ମାଛର ପାଳନ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାର ସବୁଠାରୁ ବଡ କାରଣ ହେଉଛି ଏହି ବ୍ୟବସାୟରେ ଚାଷୀଙ୍କ ପାଇଁ ଖର୍ଚ୍ଚ କମ୍ ଥିବା ବେଳେ ଲାଭ ଅଧିକ ହୋଇଥାଏ । ଆହୁରି ମଧ୍ୟ, ଆଜିକାଲି ବଜାରରେ ମାଛ ମାଂସର ଚାହିଦା ମଧ୍ୟ ଅଧିକ ରହିଛି । ଏଭଳି ପରିସ୍ଥିତିରେ ଗ୍ରାମ ତଥା ସହରରେ ଏହି ବ୍ୟବସାୟର ଚାହିଦା ବଢିବାରେ ଲାଗିଛି। ଯଦି ଆପଣ ମଧୁର ଜଳ ମତ୍ସ୍ୟ ବ୍ୟବସାୟ କରି ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ମିଶ୍ରିତ ପ୍ରଜାତିର ମାଛ ଚାଷ କରିବା ଉଚିତ୍ । ଏହା ଦ୍ୱାରା ଅଧିକ ଲାଭ ମିଳିଥାଏ ଏବଂ ପାଳନକାରୀଙ୍କୁ ଖୁବ୍ କମ୍ ଖର୍ଚ୍ଚ କରିବାକୁ ପଡିଥାଏ ।

ମିଶ୍ରିତ ଦେଶୀ ପ୍ରଜାତି

ମାଛ ଚାଷ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଖାଦ୍ୟ ସାମଗ୍ରୀର ଉପଯୁକ୍ତ ବଣ୍ଟନ । ଅନେକ ଥର, ସମସ୍ତ ମାଛ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇ ପାରିନଥା’ନ୍ତି କିମ୍ବା ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ସାମଗ୍ରୀ ଯୋଗାଇବା ହେତୁ ଖାଦ୍ୟ ନଷ୍ଟ ହୁଏ । ଏପରି ପରିସ୍ଥିତିରେ ପୋଖରୀରେ ଖାଦ୍ୟର ଉପଯୁକ୍ତ ବ୍ୟବହାର ପାଇଁ ଦେଶୀ ପ୍ରଜାତିରେ ଭାକୁର, ରୋହି, ମିରିକାଳି ଆଦି ପ୍ରଜାତିର ମିଶ୍ରିତ ପାଳନ କରିବା ଆବଶ୍ୟକ। ବାସ୍ତବରେ, ଏହି ତିନି ପ୍ରଜାତି ଖାଦ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ । ଏହାର ସବୁଠାରୁ ବଡ କାରଣ ହେଉଛି ଯେଉଁଠାରେ ଭାକୁର ମାଛ ଭୂପୃଷ୍ଠର ଖାଦ୍ୟ ଖାଇଥାଏ, ରୋହି ମଧ୍ୟଭାଗ ଏବଂ ମିରିକାଳି ପୋଖରୀର ତଳ ଅଂଶରୁ ଖାଦ୍ୟ ଗ୍ରହଣ କରିଥାଏ ।

ମାଛ ବିହନ କିପରି ଅମଳ କରିବେ ?

ପୋଖରୀରେ ମାଛ ମଞ୍ଜି ପକାଇବା ପୂର୍ବରୁ ଏକ ପଲିଥିନ ପ୍ୟାକେଟକୁ ପାଣି ଏବଂ ଅମ୍ଳଜାନରେ ଭରନ୍ତୁ । ଏହା ପରେ ଏହି ପ୍ୟାକେଟକୁ ପୋଖରୀରେ ରଖନ୍ତୁ । ଏହି ସମୟରେ, ପ୍ୟାକେଟରେ ପୋଖରୀ ଜଳ ପ୍ରବେଶ କରାନ୍ତୁ, ଏହାଦ୍ୱାରା ସନ୍ତୁଳନ ପାଇଁ ପରିବେଶ ପ୍ରସ୍ତୁତ ହୋଇଥାଏ । ଏହା ପରେ ପୋଖରୀରେ ମାଛ ମଞ୍ଜି ଧୀରେ ଧୀରେ ବାହାର କରାଯିବା ଆବଶ୍ୟକ । 

ବିହନ ଅମଳ ପରେ ଭୋଜନ

ପୋଖରୀରେ ମାଛର ମଞ୍ଜି ପ୍ରବେଶ କରାଇବା ପରେ ଯଦି ପୋଖରୀରେ ଖାଦ୍ୟ କମ୍ ଥାଏ, ତେବେ ହେକ୍ଟର ପିଛା ୧୮୦୦ ରୁ ୨୭୦୦ କିଲୋଗ୍ରାମ ଚାଉଳ ଭୁସି ପ୍ରୟୋଗ କରାଯିବା ଆବଶ୍ୟକ । ଖାଦ୍ୟର ଉପଯୁକ୍ତ ଉପଯୋଗ ପାଇଁ ମାଛକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଦିଆଯିବା ଉଚିତ୍ । ଏହି କାରଣରୁ ଖାଦ୍ୟ ନଷ୍ଟ ହୁଏ ନାହିଁ । ଏଥିପାଇଁ ଖାଦ୍ୟ ସାମଗ୍ରୀ ଅଖା ଭରାଯାଇ ବାଡ଼ି ସାହାଯ୍ୟରେ ଟଙ୍ଗାଯାଇଥାଏ । ଏହି ସମୟରେ, ଏହି ଅଖା ଭିତରେ ଛୋଟ ଛିଦ୍ର ତିଆରି କରାଯିବା ଆବଶ୍ୟକ । ମନେରଖନ୍ତୁ ଯେ ଅଖାଟିର କିଛି ଅଂଶ ଉପରେ ରହିବା ଆବଶ୍ୟକ ଓ ଅଧିକାଂଶ ଅଂଶ ପୋଖରୀରେ ବୁଡ଼ି ରହିବା ଆବଶ୍ୟକ ।  

ମିଶ୍ରିତ ମାଛ ଚାଷରୁ ଲାଭ

୧୨ରୁ ୧୮ ମାସ ପରେ, ଯେତେବେଳେ ମାଛଗୁଡିକ ୧ ରୁ ୧.୫ କିଲୋଗ୍ରାମ ହୋଇଯାଏ, ସେତେବେଳେ ମାଛଗୁଡ଼ିକୁ ବାହାର କରିଦେବା ଆବଶ୍ୟକ । ଯାହା ହୋଲସେଲ ମୂଲ୍ୟରେ କିଲୋଗ୍ରାମ ପିଛା ୫୦ ରୁ ୮୦ ଟଙ୍କାରେ ବିକ୍ରି ହୋଇପାରିବ । ସାଧାରଣତଃ, ମିଶ୍ରିତ ମତ୍ସ୍ୟଚାଷରେ ପ୍ରଥମ ବର୍ଷରେ ୧୮ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଗୋଟିଏ ବର୍ଷରେ ପ୍ରାୟ ୩୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ । ଏହିପରି ବାର୍ଷିକ ପ୍ରାୟ ୨ ରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)