୧୫ ଦିନରେ ୪ ଟି ହାତୀ ମୃତ
ହାତୀଙ୍କୁ ଦେଖିବା ବାରଣ
କମଳା ପରେ ଆଖି ବୁଝିଲା ଗୌରୀ
ନନ୍ଦନକାନନରେ ବ୍ୟାପୁଛି ହର୍ପିସ ପରି ମାରାତ୍ମକ ରୋଗ |ଗୋଟେ ପରେ ଗୋଟେ ହାତୀ ମୃତ ହେବାର ଦେଖୁଛି ଅସହାୟ ନନ୍ଦନକାନନ ର ପରିପାର୍ଶ୍ଵ |ଗୁରୁବାର ରାତିରେ କମଳା ର ମୃତ୍ୟୁ ପରେ ଶୁକ୍ରବାର ଦିନ ୬ ବର୍ଷ ର ମାଇଁ ହାତୀ ଗୌରୀ ଆଖି ବୁଝିଦେଇଛି |ହର୍ପିସ ରୋଗ ରେ ଆକ୍ରାନ୍ତ ଗୌରୀ ଗୁରୁବାର ଠାରୁ ଅସୁସ୍ଥ ହୋଇପଡ଼ିଥିଲା |ଓୟୁଏଟି ଅଧୀନ ରେ ଚିକିତ୍ସାରତା ଥିଲା ବେଳେ ଡାକ୍ତରୀ ଦଳ ର ସମସ୍ତ ପ୍ରୟାସ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା |
ଗୌରୀ ମୃତ୍ୟୁ ପରେ ଏବେ ନନ୍ଦନକାନ ରେ ୪ ଟି ମାଈ ହାତୀ ରହିଛନ୍ତି -ଛୁଆ ହାତୀ ମାମା ଓ ବଡ ହାତୀ ପ୍ରେମା, ବାସନ୍ତୀ ଓ ହୀରା |ଅନ୍ୟପକ୍ଷେ ନନ୍ଦନକାନରେ ଗତ ୨୫ ଦିନ ରେ ୪ ଟି ହାତୀ ଙ୍କ ମୃତ୍ୟୁ ହୋଇଛି |ମାଈ ହାତୀ ଜୁଲି ଏବଂ ଅଣ୍ଡିରା ହାତୀ ଚନ୍ଦନ ର ହର୍ପିସ ଭୁତାଣୁ ଜନିତ ରୋଗରେ ମୃତ୍ୟୁ ଘଟାଇଥିବାର ସବା ବ୍ୟବଚ୍ଛେଦ ରିପୋର୍ଟ ରୁ ସ୍ପଷ୍ଟ ହୋଇଛି |
ସେହିପରି ଗୁରୁବାର ଅପରାହ୍ନ ରେ କମଳା ର ମୃତ୍ୟୁ ପରେ ଶବ ବ୍ୟବଛେଦ ରୁ ଏହା ହର୍ପିସ ଭୁତାଣୁ ଜନିତ ବୋଲି ଜଣାପଡିଛି |ଏହି ଭୁତାଣୁ ଯୋଗୁଁ ତା ଦେହର ଗୁରୁତ୍ୱପୂର୍ଣ ଅଙ୍ଗ ନଷ୍ଟ ହୋଇଥିଲା |କମଳା ର ମୃତ ଦେହରୁ ମାଂସ ରକ୍ତ ନମୁନା ଆସାମ ର ଗୌହାଟୀ ଗବେଷଣା କେନ୍ଦ୍ର କୁ ପ୍ରଖ୍ୟା ନିମନ୍ତେ ପଠା ଯାଇଛି |ଏଠାରେ ଉଲ୍ଲେଖନୀୟ ଯେ ବର୍ତମାନ ଅନ୍ୟ ସୁସ୍ଥ ହାତୀ ମାନଙ୍କୁ ପର୍ଯ୍ୟଟକ ଙ୍କ ଠାରୁ ଦୁରେଇ ରଖିବାକୁ ୩ ଟି ଜାଗାରେ ରାସ୍ତା ପ୍ରବେଶ ଫାଟକରେ ଜଳ ବାନ୍ଧିବା ସହ ରାସ୍ତା ଅବରୋଧ କରିଯାଇଛି |